ପୁରୀ ବନ୍ୟପ୍ରାଣୀ ଡିଭିଜନ: ବର୍ଷା ସମ୍ଭାବନା ଯୋଗୁ ପକ୍ଷୀ ଗଣନା ଘୁଞ୍ଚିଲା

ପୁରୀ ଅଫିସ,୩ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶୁକ୍ରବାର ପକ୍ଷୀ ଗଣନା କରାଯିବ ଲାଗି ସ୍ଥିର ହୋଇଥିଲା। ଏଥିପାଇଁ ଗୁରୁବାର ପକ୍ଷୀ ଗଣନା ତାଲିମ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଶୁକ୍ରବାର ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଗଣନାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି।
ପକ୍ଷୀ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ଗୁରୁବାର ବାଲୁଖଣ୍ଡ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ତାଲିମ ଦିଆଯାଇଥିଲା। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ବାଇଁ, ପରିବେଶବିତ୍‌ ରମାଶଙ୍କର ପାତ୍ରଙ୍କ ସମେତ ପକ୍ଷୀ ବିଶେଷଜ୍ଞମାନେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି ଯେ, ବାଲୁଖଣ୍ଡ, କୋଣାର୍କ, ଅସ୍ତରଙ୍ଗ, ଗୋପ, ବ୍ରହ୍ମଗିରି ରେଞ୍ଜ ଅଫିସର, ଫରେଷ୍ଟର, ଗାର୍ଡ ଏବଂ ଅନ୍ୟ କର୍ମଚାରୀଙ୍କୁ ପକ୍ଷୀ ଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କିନ୍ତୁ ବର୍ଷା ସମ୍ଭାବନା ଯୋଗୁ ଶୁକ୍ରବାର ଗଣତିକୁ ଘୁଞ୍ଚାଇ ଦିଆଯାଇଛି। ଯଦି ପାଗ ଠିକ୍‌ ରୁହେ ଶନିବାର ଗଣତି କରାଯିବ। ପୁରୀ ଡିଭିଜନ ଅନ୍ତର୍ଗତ ଯେଉଁସବୁ ସ୍ଥାନରେ ଜଳାଶୟ ରହିଛି ଏବଂ ପକ୍ଷୀ ଆସିଛନ୍ତି ସେ ସବୁ ସ୍ଥାନରେ ଗଣତି କରାଯିବ। ଏଥିଲାଗି ୨୩ଟି ସ୍ଥାନ ଚିହ୍ନଟ କରାଯାଇ ୨୩ ଟିମ୍‌ ଗଠନ କରାଯାଇଛି। ଏରିଆ ଏବଂ ପକ୍ଷୀଙ୍କ ସମାଗମକୁ ନଜରରେ ରଖି ପ୍ରତି ଟିମ୍‌ରେ ୨ରୁ ୪ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ରତ୍ନଚିରା ନଦୀ, ଗଙ୍ଗାଦେବୀ, କୁଶଭଦ୍ରା ନଦୀ, ପ୍ରାଚୀ ନଦୀ, କେଳୁଣୀ ମୁହାଣ, କାଦୁଆ ନଦୀ ପ୍ରଭୃତି ୨୩ଟି ସ୍ଥାନରେ ଏହି ଗଣତି ହେବ। ଏହି ଗଣତିରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ, ବନ୍ୟପ୍ରାଣୀ ପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ସାମିଲ ରହିବେ ବୋଲି ଜଣାପଡ଼ିିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri