ପୁରୀ ପୋଲିସକୁ ଅପରାଧୀଙ୍କ ଚାଲେଞ୍ଜ: ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିଲେ

ପୁରୀ ଅଫିସ, ୬।୧୦: ପାର୍ବଣ ପୂର୍ବରୁ ପୁରୀ ହେବ ଅପରାଧମୁକ୍ତ। ପୁରୀ ସହରରେ ହେବ ଅପରାଧ କ୍ଲିନ ଡ୍ରାଇଭ ଅପରେଶନ ଏଭଳି ଯୋଜନା କରିଥିଲା ପୁରୀ ପୋଲିସ। ମାତ୍ର ପୋଲିସକୁ ଖାତିର ନ କରି ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି ଅପରାଧୀ। ଦାଦାବଟି ନ ଦେବାରୁ ୩ଜଣ ଯୁବକ ଶନିବାର ଘରେ ପଶି ଦମ୍ପତିଙ୍କୁ ହାଣିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦମ୍ପତି ହେଲେ ଶରତ ଚନ୍ଦ୍ର ମିଶ୍ର ଏବଂ ସୁସ୍ମିତା ରଥ। ଶନିବାର ଅପରାହ୍ନ ସାଢେ ୪ଟା ସମୟରେ ସଦର ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଗୋଲାସାହିରେ ଏହି ଘଟଣା ଘଟିଛି। ଏନେଇ ସଦର ଥାନାରେ ଶରତ ଲିଖିତ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ପ୍ରକାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତି ପୋଲିସ ହେଲ୍‌ପ ଲାଇନ ନଂ ୧୦୦କୁ ଡାଏଲ କରିଥିଲେ। ତିନିଥର ଫୋନ୍‌ ରିଙ୍ଗ ହୋଇଥିବାବେଳେ କେହି ରିସିଭ କରି ନ ଥିଲେ। ଚତୁର୍ଥ ଥର କଲ ରିସିଭ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଓଲଟି ୧୦୮ ଆମ୍ବୁଲାନ୍ସକୁ କଲ କରି ମେଡିକାଲକୁ ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦେଇଥିଲା। ପରେ ଘଟଣା କ’ଣ ହୋଇଛି ଦେଖିବା କହି ଫୋନ କାଟି ଦେଇଥିଲେ ବୋଲି ଦମ୍ପତି ଗଣମାଧ୍ୟମ ଆଗରେ କହିଛନ୍ତି। ବାସେଳି ସାହି ଓ ସଦର ଥାନା ପୋଲିସ ମେଡିକାଲରେ ପହଞ୍ଚତ୍ ଦମ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଶନିବାର ଅପରାହ୍ନରେ ଶରତ ଘରେ ବସି ଟିଭି ଦେଖୁଥିଲେ। ସୁସ୍ମିତା ରୋଷେଇ କରୁଥିଲେ। ଏହି ସମୟରେ ୩ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ମୁହଁରେ କପଡା ବାନ୍ଧି ଘରେ ପଶିଥିଲେ। ଶରତଙ୍କୁ ୨୦ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ସେ ଦେବାକୁ ମନା କରିବାରୁ ଖଣ୍ଡାରେ ମୁଣ୍ଡକୁ ଚୋଟ ପକାଇବା ବେଳେ ସେ ବାମହାତ ଦେଖାଇଦେଇଥିଲେ। ପରେ ସେ ତଳେ ପଡିଯିବା ପରେ ତାଙ୍କ ଦୁଇହାତକୁ ଚୋଟ ପରେ ଚୋଟ ମାରିଥିଲେ। ଚିତ୍କାର ଶୁଣି ସସ୍ମିତା ଦୌଡି ଆସିବାରୁ ଦୁର୍ବୃତ୍ତମାନେ ତାଙ୍କ ଦୁଇ ହାତକୁ ମାରଣାସ୍ତ୍ରରେ ହାଣିଥିଲେ। ପରେ ଘରେ ଥିବା ସମସ୍ତ ଆସବାବପତ୍ର ଫିଙ୍ଗାଫୋଫଡା କରି ଚାଲିଯାଇଥିଲେ। ବଟି ନ ଦେଲେ, ଦମ୍ପତିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ ବୋଲି ଶରତ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ସଦର ଥାନାଧିକାରୀ ଦେବାଶିଷ ମିଶ୍ର କୁହନ୍ତି, ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ। ପୋଲିସ ହେଲ୍‌ପ ଲାଇନ ନମ୍ବରରେ ଫୋନ କରିବା ପରେ କୌଣସି ସହଯୋଗ ନ ମିଳିବା ଅଭିଯୋଗ ନେଇ ଏସ୍‌ପି ଉମାଶଙ୍କର ଦାଶ କୁହନ୍ତି, ସେଭଳି କୌଣସି ଅଭିଯୋଗ ମୋର ହସ୍ତଗତ ହୋଇନି। ଅଭିଯୋଗ ହେଲେ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଜିଲାରେ ୪୭୫.୨ ମିମି ବର୍ଷା

କୋରାପୁଟ,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଘୁଚାପଜନିତ ଝିପି ଝିପି ବର୍ଷା ଜାରି ରହିଛି। ରବିବାର ଜିଲାରେ ୪୭୫.୨ ମିମି ବର୍ଷା ହୋଇଛି। ଜିଲାରେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୯୩...

ବାତ୍ୟାଠାରୁ ପୁରୀରେ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ରେ ଧ୍ୱସ୍ତବିଧ୍ୱସ୍ତ ପୁରୀ ଜିଲାରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ (ଏମ୍‌ଏସ୍‌ଏମ୍‌ଇ) ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାର ମାସକ ପରେ...

ପ୍ରଶାସନ କଲାନି, ଛାତ୍ରମାନେ କଲେ ରାସ୍ତା ମରାମତି

ଅତାବିରା, ୫।୭ (ଡି.ଏନ.ଏ.)-ବରଗଡ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ନାଇକେନପାଲି ଶ୍ରୀରାମନଗର ରାସ୍ତାକୁ ଶେଷରେ ଛାତ୍ରମାନେ ମରାମତି କରିଛନ୍ତି। ଏହି ରାସ୍ତାକୁ ମରାମତି...

ରାଜ୍ୟରେ ବଢ଼ିଚାଲିଛି କରୋନା: ଆଜି ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୭(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୦୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୯୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୩୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୫୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୮୫,୩୭୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଅନ୍ୟ କୌଣସି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱେରର ଲୋୟର ପିଏମ୍‌ଜିରେ ଘଟିଛି ଏହି ଘଟଣା। କୋରାପୁଟ...

ମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁର ୫ଦିନ ପରେ ଥାନାରେ ଅଭିଯୋଗ

ଝାରସୁଗୁଡ଼ା ଅଫିସ,୨୨ା୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁର ୫ଦିନ ପରେ ବାପା ବେଲାର୍ସନ ସାହୁ ଓ ବଡଭାଇ ବିରଞ୍ଚତ୍...

ପିପିପିକୁ ଯିବ ଭୁବନେଶ୍ୱର ବିମାନବନ୍ଦର

ନୂଆଦିଲ୍ଲୀ,୨୬।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ସୋମବାର ଘୋଷଣା କରିଥିଲେ। ଏଥିରେ ଭୁବନେଶ୍ୱର ବିମାନବନ୍ଦରର ୯୦୦ କୋଟି ଟଙ୍କାର ସମ୍ପତ୍ତି...

Advertisement
Archives

Model This Week