ପୁରୀ ଜିଲା: ବିଧାନସଭାକୁ ୩ ପୁରୁଣା, ୩ ନୂଆ ନିର୍ବାଚିତ

ପୁରୀ ଅଫିସ, ୨୪ା୫: ପୁରୀ ଜିଲାର ୬ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏଥର ବିଜେଡି ଖାତାକୁ ୪ଟି ସିଟ୍‌ ଯାଇଥିବା ବେଳେ ୨ଟିରେ ଭାଜପା ଜିତିଛି। ୨୦୧୪ ନିର୍ବାଚନରେ ବିଜେଡି କ୍ଲିନ ସୁଇପ୍‌ କରିଥିଲା। ହେଲେ ଏଥର ଭାଜପା ବିଜେଡିଠାରୁ ଦୁଇଟି ସିଟ୍‌ ଛଡାଇ ନେଇଛି। ଏହି ଦୁଇଟି ସିଟ୍‌ ହେଉଛି ପୁରୀ ଏବଂ ବ୍ରହ୍ମଗିରି। ତେବେ ଯାହା ହେଉନା କାହିଁକି ଏଥର ପୁରୀ ଜିଲାର ଭୋଟର ବିଧାନସଭା ଲାଗି ୩ ନୂଆମୁହଁ ବାଛିଥିବା ବେଳେ ୩ ପୁରୁଣାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଅର୍ଥାତ୍‌ ଏଥର ବିଧାନସଭାରେ ଜିଲାର ୩ ନୂଆମୁହଁ ଏବଂ ସମାନ ସଂଖ୍ୟକ ପୁରୁଣା ମୁହଁ ପ୍ରତିନିଧିତ୍ୱ କରିବେ। ୩ ନୂଆମୁହଁ ହେଲେ କାକଟପୁର ନିର୍ବାଚନମଣ୍ଡଳୀରୁ ତୁଷାରକାନ୍ତି ବେହେରା, ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀରୁ ଜୟନ୍ତ ଷଡ଼ଙ୍ଗୀ। ସେହିପରି ୩ ପୁରୁଣା ମୁହଁ ହେଲେ ପିପିଲରୁ ପ୍ରଦୀପ ମହାରଥୀ, ସତ୍ୟବାଦୀରୁ ଉମାକାନ୍ତ ସାମନ୍ତରାୟ ଏବଂ ନିମାପଡ଼ାରୁ ସମୀର ରଞ୍ଜନ ଦାଶ।
୩ ନୂଆମୁହଁ ମଧ୍ୟରେ କାକଟପୁରର ତୁଷାରକାନ୍ତି ବେହେରା ୪୫,୬୯୧ ଭୋଟରେ କଂଗ୍ରେସର ବିଶ୍ୱଭୂଷଣ ଦାସଙ୍କୁ ପରାସ୍ତ କରି ପ୍ରଥମଥର ଲାଗି ବିଧାନସଭାକୁ ଯିବା ଲାଗି ପଥ ପରିଷ୍କାର କରିଛନ୍ତି। ଜଣେ ଯୁବ ଇଞ୍ଜିନିୟର ଭାବେ ପରିଚିତ ତୁଷାରକାନ୍ତି ୯୧,୮୯୭ ଭୋଟ ପାଇଥିବା ବେଳେ ବିଶ୍ୱଭୂଷଣଙ୍କୁ ମିଳିଛି ୪୬,୨୦୬ ଖଣ୍ଡ ଭୋଟ। ଏଠାରେ ଭାଜପା ପ୍ରାର୍ଥୀ ରବି ମଲ୍ଲିକ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୩୦,୭୭୧ ଭୋଟ ପାଇଛନ୍ତି। ସେହିପରି ବ୍ରହ୍ମଗିରିରରେ ଭାଜପାର ଲଳିତେନ୍ଦୁ ବିଜେଡିର ହେଭିୱେଟ୍‌ ସଞ୍ଜୟ ଦାସବର୍ମାଙ୍କୁ ପରାସ୍ତ କରି ବିଧାନସଭା ଯିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଲଳିତେନ୍ଦୁ ୮୮,୨୫୬ ଭୋଟ ପାଇଥିବା ବେଳେ ସଞ୍ଜୟଙ୍କୁ ମିଳିଛି ୮୬,୧୨୬ ଭୋଟ। ଏଠାରେ ବିଜୟ ବ୍ୟବଧାନ ରହିଛି ୨,୧୩୦ ଭୋଟ। କଂଗ୍ରେସର ଉମାକାନ୍ତ ବରାଳ ୨,୫୦୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ପୁରୀରେ ବିଜେଡିର ଅଭିଜ୍ଞ ମହେଶ୍ୱରଙ୍କୁ ୪,୦୦୮ ଖଣ୍ଡ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଭାଜପାର ଜୟନ୍ତ। ଜୟନ୍ତଙ୍କୁ ୭୬,୭୪୭ ଭୋଟ ମିଳିଥିବା ବେଳେ ମହେଶ୍ୱର ୭୨,୭୩୯ ଭୋଟରେ ସୀମିତ ରହିଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ଅରୋପ୍ରସାଦ ମିଶ୍ର ୨,୯୩୪ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ଅଛନ୍ତି।
ପୁରୁଣା ମୁହଁ ଭାବେ ପିପିଲିରୁ ବିଜେଡିର ପ୍ରଦୀପ୍ତ ମହାରଥୀ ସପ୍ତମ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମହାରଥୀ ୮୮,୫୧୮ ଭୋଟ ପାଇଥିବା ବେଳେ ଭାଜପାର ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୭୨,୭୩୧ ଭୋଟ। ମହାରଥୀ ୧୫,୭୮୭ ଭୋଟରେ ଜିତିଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯,୮୩୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସତ୍ୟବାଦୀରୁ ବିଜେଡିର ଉମାକାନ୍ତ ସାମନ୍ତରାୟ ଭାଜପାର ଓମ୍‌ପ୍ରକାଶ ମିଶ୍ରଙ୍କୁ ୧୭,୮୧୨ ଭୋଟରେ ହରାଇ ଦ୍ୱିତୀୟଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଉମାକାନ୍ତ ୮୦,୫୩୭ ଭୋଟ ପାଇଥିବା ବେଳେ ଓମ୍‌ପ୍ରକାଶଙ୍କୁ ମିଳିଛି ୬୨,୭୨୫। ନିମାପଡ଼ାରୁ ବିଜେଡିର ସମୀର ରଞ୍ଜନ ଦାଶ ହ୍ୟାଟ୍ରିକ୍‌ କରିଛନ୍ତି। ସମୀର ଏଠାରେ ଭାଜପାର ହେଭିୱେଟ୍‌ ତଥା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କୁ ୩୨,୦୦୮ ଖଣ୍ଡ ଭୋଟରେ ହରାଇଛନ୍ତି। ସମୀର ୯୧,୧୬୦ ଭୋଟ ପାଇଥିବା ବେଳେ ପ୍ରଭାତିଙ୍କୁ ମିଳିଛି ୫୯,୧୫୨ ଖଣ୍ଡ ଭୋଟ। କଂଗ୍ରେସର ଦିଲୀପ ନାୟକ ୩୩,୫୭୬ ଭୋଟ ପାଇ ଏଠାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri