ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ କରି ଭୋଟ ମାଗିଲେ

ପୁରୀ ଅଫିସ, ବ୍ରହ୍ମଗିରି, ୨୦ା୪ (ଡି.ଏନ୍‌.ଏ.): ଆସନ୍ତା ୨୩ ତାରିଖରେ ପୁରୀ ଲୋକ ସଭା ଏବଂ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ରାଜନୈତିକ ଦଳ ବଳ, କୌଶଳ ଲଗାଇ ଦେଇଛନ୍ତି। ଭାଜପାର ବହୁ କେନ୍ଦ୍ରୀୟ ନେତା ଆସି ପ୍ରଚାର କରିଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ପୁରୀ ଆସି ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ଏଥିସହ ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଭୋଟରଙ୍କୁ ନିବେଦନ କରିଥିଲେ। ଶୁକ୍ରବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ଗସ୍ତରେ ଆସିଥିଲେ। ବଡ଼ଦାଣ୍ଡରେ ରୋଡ୍‌ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ସାତପଡ଼ାରୁ ସ୍ବତନ୍ତ୍ର ବସ୍‌ ଯୋଗେ ରୋଡ୍‌ ଶୋ’ରେ ଆସି ଅପରାହ୍ନ ପ୍ରାୟ ସାଢେ ୨ଟାରେ ପୁରୀରେ ପହଞ୍ଚତ୍ଥିଲେ। ସର୍କିଟ୍‌ ହାଉସ୍‌ରେ ମଧ୍ୟାହ୍ନ ଭୋଜନ ସାରି ବିଶ୍ରାମ ନେଇଥିଲେ। ସାଢେ ୩ଟାରେ ଶ୍ରୀମନ୍ଦିରକୁ ଅଭିମୁଖେ ବାହାରିଥିଲେ। ଶ୍ରୀମନ୍ଦିର ଭିତରକୁ ନ ଯାଇ ଅରୁଣସ୍ତମ୍ବ ନିକଟରୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ସେଠାରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ପ୍ରଚାରରେ ବାହାରିଥିଲେ। ସ୍ବତନ୍ତ୍ର ବସ୍‌ରେ ରହି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଭୋଟ ମାଗିଥିଲେ। ଶହ ଶହ କର୍ମୀ ଏହି ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବସ୍‌ ଆଗରେ ଏକ ଖୋଲା ଜିପ୍‌ରେ ପୁରୀ ଲୋକ ସଭା ପ୍ରାର୍ଥୀ ପିନାକୀ ମିଶ୍ର, ବିଧାୟକ ପ୍ରାର୍ଥୀ ମହେଶ୍ୱର ମହାନ୍ତି ରହିଥିଲେ। ଏଥିସହ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ଓ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ନାଁକୁ ସିସି କ୍ୟାମେରା

ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ...

ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି...

ଯାତ୍ରାପାର୍ଟି ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତା କାହ୍ନା, କହିଲେ ମାଲିକ ଏବେ କଳାକାରଙ୍କୁ…

ଭୁବନେଶ୍ୱର,୨୧ା୬: ଥମୁନି ଯାତ୍ରାପାର୍ଟି ମାଲିକଙ୍କ ନାଁରେ ବିବାଦ। ଏବେ ସିଂହବାହିନୀ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାର ତଥା ଭିଲିଆନ୍‌ କାହ୍ନା। ସେ...

କ୍ଷୀର ଦାମ୍‌ ବଢ଼ିଲା, ଜାଣନ୍ତୁ ଲିଟର ପିଛା କେତେ…

ଭୁବନେଶ୍ୱର,୨୧ା୬: ଓମଫେଡ୍‌ କ୍ଷୀର ଦାମ୍‌ ବଢ଼ିଛି। ବଜାରକୁ ଏବେ ଏହାର ନୂଆ ଦର ଆସିଛି। ପ୍ରିମିୟମ ଓ ଟୋନେଡ୍‌ କ୍ଷୀର ଲିଟର ପିଛା ୨ ଟଙ୍କା...

ଫାଟିଲା ଲକ୍ଷ୍ମୀବରାହ ଜୀଉ ମନ୍ଦିର ଦଧିନଉତି: ଶ୍ରଦ୍ଧାଳୁ କହିଲେ…

ଆଳି,୨୧ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସମାଧାନ ଦିଗରେ ମନ୍ଦିର...

ପ୍ରାଣୀମିତ୍ରଙ୍କ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ପ୍ରତିଷ୍ଠାନ ବୁଲି ଦେଉଛନ୍ତି ପରାମର୍ଶ

ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଗତ ୧୦ ତାରିଖଠାରୁ...

ଯୋଗ ହେଉଛି ଆମ କର୍ମ, ଆମ ଜୀବନର ପ୍ରମୁଖ ଅଙ୍ଗ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶନିବାର ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ...

ଆଜି ବି ଚାଲିଛି ନବ ଦାସଙ୍କ ଘରେ ଆଇଟି ରେଡ୍‌

ଝାରସୁଗୁଡ଼ା,୨୧ା୬: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି ଆଇଟି ରେଡ୍‌ ଜାରି ରହିଛି। ଆଜକୁ ୩ ଦିନ ହେବ ହେବ ଆୟକର ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri