Posted inପୁରୀ

ପୁରୀରେ ପଙ୍ଗପାଳ ଚର୍ଚ୍ଚା

ପୁରୀ ଅଫିସ,୪ା୬: ପୁରୀରେ ପଙ୍ଗପାଳ। ଏମିତି ଚର୍ଚ୍ଚା ଗୁରୁବାର ପୁରୀ ସହରର ବିଭିନ୍ନ ସ୍ଥାନରେ ଶୁଣିବାକୁ ମିଳିଥିଲା। ବାଲୁଖଣ୍ଡ ଅଭୟାରଣ୍ୟ ନୂଆନଈ ନିକଟ ରାସ୍ତା ପାର୍ଶ୍ୱ ଗଛରେ ଏମାନେ ବହୁ ସଂଖ୍ୟାରେ ବସିଥିବା ଗୁରୁବାର ପୂର୍ବାହ୍ନରେ ଲୋକେ ଦେଖିଥିଲେ। ପଙ୍ଗପାଳ ପଳାଇ ଆସିଲେଣି ବୋଲି ପରସ୍ପର ମଧ୍ୟରେ ଚର୍ଚ୍ଚା କରିଥିଲେ। ପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିତରେ ଆଲୋଚନା ହୋଇଥିଲା। ଯଦି ପଙ୍ଗପାଳ ହୋଇଥିବେ ତେବେ ଶସ୍ୟ ସବୁ ଚରିଯିବେ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ବିଶେଷକରି ଚାଷୀମାନେ ଅଧିକ ଆତଙ୍କିତ ହୋଇପଡ଼ିିଛନ୍ତି। କିନ୍ତୁ ଏହା ପଙ୍ଗପାଳ ନୁହେଁ, ଝିଣ୍ଟିକା ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଏସ୍‌. ଚନ୍ଦ୍ରଶେଖର ରାଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri