ପୁରୀରେ ଡଗ୍‌ ଶୋ:କୌଶଳ ଦେଖାଇଲେ୧୮ ପ୍ରଜାତିର ୧୪୭ କୁକୁର

ପୁରୀ ଅଫିସ, ୧୩ା୧: କୁକୁର ହେଲେ ବି ମାଲିକଙ୍କ ପ୍ରତି ଥିଲା ସେମାନଙ୍କର ଢେର୍‌ ଭଲପାଇବା ଆଉ ବିଶ୍ୱସନୀୟତା। ମାଲିକଙ୍କ ପ୍ରତିଟି ନିର୍ଦ୍ଦେଶ ମାନି ବିଚାରକଙ୍କୁ ଦେଖାଉଥିଲେ ନିଜ କଳା କୌଶଳ। କିଏ କେତେ ପାରଦର୍ଶିତା ତାହାକୁ ପରଖୁଥିଲେ ବିଚାରକ। ରବିବାର ତାଳବଣିଆସ୍ଥିତ ଇନ୍‌ଡୋର ଷ୍ଟାଡିୟମ୍‌ ପଡ଼ିଆରେ ନେଚର ଲଭର୍ସ କ୍ଲବ ପକ୍ଷରୁ ଆୟୋଜିତ ଡଗ୍‌ ଶୋ’ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରଜାତିର କୁକୁର ଭିନ୍ନ ଭିନ୍ନ ପୋଷାକରେ ସଜେଇ ହୋଇଥିଲେ। କିଏ ମାଲିକଙ୍କ ଇସାରାରେ ପଡ଼ିଆରେ ଦୌଡ଼ି ଦର୍ଶକଙ୍କ ମନ ଜିଣୁଥିଲେ ତ ଆଉ କିଏ ବିଭିନ୍ନ ଅଙ୍ଗଭଙ୍ଗୀ ଦେଖାଇ ଆକର୍ଷଣ ସାଜୁଥିଲେ। ଏହି ଡଗ୍‌ ଶୋରେ ଭାଗ ନେଇଥିଲେ ୧୮ ପ୍ରଜାତିର ୧୪୭ କୁକୁର। ସବୁ ପ୍ରଜାତିରୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୁକୁରଙ୍କୁ ପୁରସ୍କୃତ କରାଯାଇଥିଲା। ଯେଉଁ ପ୍ରଜାତିର ଗୋଟିଏ କିମ୍ବା ଦୁଇଟି କୁକୁର ଆସିଥିଲେ ସେମାନଙ୍କ ପୁରସ୍କାର ନିଶ୍ଚିତ ଥିବାବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଥିଲା। କିଛି ବର୍ଷ ବ୍ୟବଧାନ ପରେ ପୁରୀରେ ଆୟୋଜିତ ହୋଇଥିଲା ଏହି ଡଗ୍‌ ଶୋ। ଏଥିପାଇଁ କୁକୁରପ୍ରେମୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏଥିରେ ଲାବ୍ରାଡର, ଜର୍ମାନ ଶେଫର୍ଡ, ପଗ୍‌, ପୋମେରାନିଆନ, ସ୍ପିଜ୍‌, ଗ୍ରେଡେନ୍‌, ଇଣ୍ଡିଆନ ପରିହା, ଲାସା ଆପ୍‌ସୋ, ସେଣ୍ଟ ବର୍ଣ୍ଣାଡ, ଆମେରିକାନ ବୁଲି, ବିଗଲ୍‌, ଡାସ୍‌ହାଉଣ୍ଡ, ଡାଲମିସିଆନ, ଗୋଲଡେନ୍‌ ରିଟ୍ରିଭର, ରଟ୍‌ୱିଲର, ଡୋବରମ୍ୟାନ ଆଦି ପ୍ରଜାତିର କୁକୁର ଅଂଶଗ୍ରହଣ କରିଥିଲେ। ସର୍ବାଧିକ ଲାବ୍ରାଡର ପ୍ରଜାତିର ୩୪ଟି କୁକୁର ଏଥିରେ ଭାଗ ନେଇଥିବାବେଳେ ଡାଲମିସିଆନ, ବିଗଲ ଓ ସେଣ୍ଟ ବର୍ଣ୍ଣାଡ ପ୍ରଜାତିର ଗୋଟିଏ ଲେଖାଏ କୁକୁର ଆସିଥିଲେ।
ଏହି ଶୋ’କୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରି କହିଥିଲେ, କୁକୁରମାନେ ହେଉଛନ୍ତି ସବୁଠୁ ବିଶ୍ୱାସଯୋଗ୍ୟ, ଯେଉଁଥିପାଇଁ ମାଲିକମାନେ ତାଙ୍କୁ ଘର ଜଗାଇ ବାହାରକୁ ମଧ୍ୟ ଯାଇଥାନ୍ତି। ଆଗକୁ ଏଭଳି ଶୋ’ ଅଧିକ ହେବା ଦରକାର। ଫଳରେ କୁକୁରଙ୍କ ପ୍ରତି ଭଲ ପାଇବା ଆହୁରି ବୃଦ୍ଧି ପାଇବ। ଉଦ୍‌ଯାପନୀ ସଭାରେ ଟ୍ରାଫିକ ଡିଏସ୍‌ପି ମନୋବ୍ରତା ଶତପଥୀ ଅତିଥିଭାବେ ଯୋଗଦେଇ ବିଜେତା କୁକୁରଙ୍କ ମାଲିକମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ବିଚାରକ ଭାବେ ଡ. ଡେଭିଡ, ଡ. ପ୍ରସନ୍ନ କୁମାର ପୃଷ୍ଟି ଯୋଗଦେଇ ମୂଲ୍ୟାୟନ କରିଥିଲେ। କ୍ଲବ ସଭାପତି ଚକ୍ରଧର ସାହୁ, ସମ୍ପାଦକ ରବୀନ୍ଦ୍ର କୁମାର ସେନାପତି, ଉପସଭାପତି ଡ. ଅନନ୍ତ କୁମାର ସାହୁ ଓ ଯମୁନା ଦାଶ, କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ, ସଦସ୍ୟ ବିରଜା ପ୍ରସାଦ ସାମଲ, ଲୋକନାଥ ପ୍ରସାଦ ଦାଶ, ଚକ୍ରଧର ମହାପାତ୍ର ଓ ପତିତପାବନ ସାମନ୍ତରାୟ ଏହାକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri