ପୁରୀରେ ‘ଅମ୍ଫନ୍‌’ ପ୍ରଭାବ: ସମୁଦ୍ର ଅଶାନ୍ତ; କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା; ଭାଙ୍ଗିଲା ଗଛ, ପାନବରଜ ନଷ୍ଟ

ପୁରୀ ଅଫିସ,୨୦।୫: ପୁରୀରେ ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଅପରାହ୍ନରୁ ହାଲକା ପବନ ବର୍ଷା ଆରମ୍ଭ ହୋଇଥିଲା। ରାତି ତମାମ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ବୁଧବାର ସକାଳେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଖବର ଲେଖାଯିବା ସୁଦ୍ଧା ଝିପିଝିପି ବର୍ଷା ସାଙ୍ଗକୁ ୩୬-୪୦ କିମି ବେଗରେ ପବନ ବହୁଛି। ତେବେ ଜିଲାର କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା ହୋଇଥିବା ବେଳେ ଅସ୍ତରଙ୍ଗ ବ୍ଲକରେ ୧୪୨ ମିମି ବର୍ଷା ରେକର୍ଡ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅସ୍ତରଙ୍ଗ, କାକଟପୁର, ବ୍ରହ୍ମଗିରି ଓ ପୁରୀ ପୌରାଞ୍ଚଳର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ପ୍ରଭାବରେ ଜିଲାରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଅସ୍ତରଙ୍ଗ, କାକଟପୁର ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗିବା ସହ ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସେହିଭଳି ପୁରୀ ସମୁଦ୍ର ଅଶାନ୍ତ ରହିଥିବା ବେଳେ କୂଳରେ ଜୁଆର ମାଡ଼ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ମାଡ଼ ଘଟଣା: ହୋଟେଲ ପରିଚାଳକ, କର୍ମଚାରୀ ଗିରଫ

କଟକ ରୋଡ,୧୯।୧୨ (ଡି.ଏନ୍‌.ଏ.): ହୋଟେଲରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଓ ମାଡ଼ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି...

ଏଥର ବି ଲକ୍‌ଡାଉନ୍‌ରେ କଟିବ ରଜ; ଅନ୍‌ଲାଇନରେ ରଜପାନ, ସହର ବୁଲିବ ‘ପିଠା ଅନ୍‌ ହ୍ବିଲ୍‌’

ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍‌ଡାଉନ୍‌ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ...

ସ୍ଥିତି ନିୟନ୍ତ୍ରଣାଧୀନ, ଭୟଭୀତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ତେଣୁ...

ଗୋଟିଏ ବସ୍ତିର ନାମ ୩ ପ୍ରକାର

ପାରାଦୀପ,୧।୫(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ୧୯ ଓ୍ବାର୍ଡରେ ଥିବା ୫୫ ବସ୍ତିର ନାମ ଅଲଗା ରହିଛି। ସେଥିରୁ ଏମିତି କିଛି ବସ୍ତି ରହିଛି ଯାହାର ନାମ ଏକାଧିକ...

ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ପଜିଟିଭ୍‌: ୪୫ ଘଣ୍ଟା ଗୋବିନ୍ଦପୁର ପଞ୍ଚାୟତ ଶଟ୍‌ଡାଉନ

କଣ୍ଟାପଡା,୮।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ବ୍ଲକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ...

କରୋନା ନେଇ ଜରୁରୀ ବୈଠକ: କାର୍ଯ୍ୟରେ ଅବହେଳା ନେଇ ଏଏନ୍‌ଏମ୍‌ଙ୍କୁ ନିଲମ୍ବନ କଲେ ଜିଲାପାଳ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ପରିସ୍ଥିତିରେ...

ଗଞ୍ଜେଇ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- ଦାରିଙ୍ଗବାଡ଼ି ପୋଲିସ ଏକ ବାଇକ ସହ ୮କେଜି ୭ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ...

ଭୋଗଦୋକାନୀଙ୍କ ସାଧୁତା: ସାକ୍ଷୀଗୋପାଳ ମନ୍ଦିରକୁ ଆସି ଛାଡ଼ିଯାଇଥିବା ପର୍ସ ଫେରିପାଇଲେ ଗୁଜରାଟର ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୪।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରକୁ ଠାକୁରଙ୍କ ଦର୍ଶନ ନିମନ୍ତେ ଯାଇଥିବା ଜଣେ ତୀର୍ଥ ଯାତ୍ରୀ ଭୋଗ ଦୋକାନରେ ଛାଡ଼ି ଯାଇଥିବା ତାଙ୍କ ପର୍ସ ଫେରିପାଇଛନ୍ତି।...

Advertisement
Archives

Model This Week