Posted inଖେଳ

ପୁଣି ବିବାଦରେ ହାର୍ଦ୍ଦିକ

ମୁମ୍ବାଇ,୨୯ା୨- ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ୫ ମାସର ବ୍ୟବଧାନ ପରେ କ୍ରିକେଟ ଗ୍ରାଉଣ୍ଡକୁ ଫେରିବା ସହ ବିବାଦରେ ଘେରି ହୋଇ ଯାଇଛନ୍ତି। ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ରିଲାଏନ୍ସ ଓ୍ବାନ୍‌ ପାଇଁ ସେ ଅଲ୍‌ରାଉଣ୍ଡର ପ୍ରଦର୍ଶନ କରିଥିଲେ। ୨୫ ବଲରେ ୩୮ ରନ୍‌ କରିବା ସହ ୩ ଉଇକେଟ ନେଇଥିଲେ। ବ୍ୟାଟିଂ ବେଳେ ହାର୍ଦ୍ଦିକ ଭାରତୀୟ ଦଳର ହେଲ୍‌ମେଟ ବ୍ୟବହାର କରିଥିଲେ, ଯେଉଁଥିରେ ବିସିସିଆଇର ଲୋଗୋ ଥିଲା। ଏଥିଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ। ଘରୋଇ ଟୁର୍ନାମେଣ୍ଟରେ କୌଣସି ଜାତୀୟ ଖେଳାଳି ବିସିସିଆଇର ଲୋଗୋ ଥିବା କିଟ୍‌ ବ୍ୟବହାର କରିପାରିବେ ନାହିଁ। ଏ ନେଇ ୨୦୧୪ରେ ବିସିସିଆଇ ମ୍ୟାଚ୍‌ ରେଫରୀଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏଣୁ ଏବେ ଏହା ବିସିସିଆଇର ଏକ ନିୟମ। ସେବେଠାରୁ ନିୟମ ଥିଲେ ମଧ୍ୟ ଚଳିତବର୍ଷ ଦେଓଧର ଟ୍ରଫି ଫାଇନାଲ ମ୍ୟାଚ୍‌ରୁ କାର୍ଯ୍ୟକାରୀ ହେଉଛି। ତେବେ ଏହି ନିୟମ ପ୍ରତି ହାର୍ଦ୍ଦିକ ସତର୍କ ନ ଥିବା ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ରାଉଣ୍ଡରେ ଫେଡରର, ଜୋକୋଭିଚ୍‌, ସିଲିକ

ମେଲବୋର୍ନ, ୨୫।୧(ଏଏଫପି)- ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସରେ ଶୁକ୍ରବାର ସିଡେଡ ଖେଳାଳିମାନେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ତୃତୀୟ ସିଡ୍‌ ରୋଜର...

ଏହି ଭାରତୀୟ ଖେଳାଳିଙ୍କୁ ଦେଖି ଥରହର ପାକିସ୍ତାନ: ଟି-୨୦ ବିଶ୍ୱକପ୍‌ ସାବ୍ୟସ୍ତ ହୋଇପାରନ୍ତି ‘ଡେଞ୍ଜର ମ୍ୟାନ୍‌’

ଇସଲାମାବାଦ୍‌,୨୦।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଉଦଘାଟନୀ ମ୍ୟାଚ ଖେଳିବ। ଜଣେ...

ଇଞ୍ଜିନିୟରରୁ କ୍ରିକେଟର ହୋଇଥିବା ଏହି ନୂଆ ସ୍ପିନରଙ୍କ ପ୍ରଶଂସାରେ ଶତମୁଖ ହେଲେ ଲକ୍ଷ୍ମଣ: କହିଲେ ତାଙ୍କ ପାଖରେ ରହିଛି ‘ଏକ୍ସ-ଫ୍ୟାକ୍ଟର’

ନୂଆଦିଲ୍ଲୀ,୨୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ରବିବାର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ଭାରତ ୩୮ ରନ୍‌ରେ ବିଜୟୀ...

କୋହଲିଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ସେହ୍ବାଗ; ଦେଲେ ଏଭଳି ବଡ଼ ବୟାନ

ନୂଆଦିଲ୍ଲୀ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ନିକଟରେ ଜାତୀୟ ଟି୨୦ ଦଳର ଅଧିନାୟକ...

ବିଜୟ ହଜାରେ ଟ୍ରଫି: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ,୧୭ | ୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଆସନ୍ତା ୨୪ ତାରିଖରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏହି ପ୍ରତିଯୋଗିତାରୁ...

କ୍ରିକେଟ ଅଷ୍ଟ୍ରେଲିଆ ସିଇଓ କେଭିନଙ୍କ ଇସ୍ତଫା

ମେଲବୋର୍ନ, ୧୬ା୬ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେଭିନ ରବଟର୍‌ସ ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇସିସି...

ମହିଳା ହାଫ୍‌ ମାରାଥନ: ପେରେସଙ୍କ ବିଶ୍ୱ ରେକର୍ଡ

ପ୍ରେଗ୍‌, ୬।୯(ଏପି): କେନିଆର ପେରେସ ଜେପ୍‌ଚିର୍‌ଚିର ଏଠାରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏକମାତ୍ର ହାଫ୍‌ ମାରାଥନରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୧ ଘଣ୍ଟା...

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ଅଧିନାୟକ ଦାୟିତ୍ୱରେ ରୋହିତ

ଦୁବାଇ,୨୦।୧୦: ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ରେ ବୁଧବାର ଭାରତ ଅଷ୍ଟ୍ରେଲିଆକୁ ଭେଟୁଛି। ଦୁବାଇର ଆଇସିସି କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଚାଲିଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ...

Advertisement
Archives

Model This Week