ପୁଣି ବାଜିବ ଆଶୁତୋଷଙ୍କ ସାହାନାଇ

ଥରେ ମନେ ପକାନ୍ତୁ ନା ଗୌରୀ ଗଣନାଟ୍ୟ ପରିବେଷିତ ଅପେରା ନାଟକ ‘ବାଜିବ ଲୋ ସାହାନାଇ’କୁ। ସେହି ସମୟରେ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକଟି ଯାତ୍ରାପ୍ରେମୀଙ୍କୁ ଫୁଲ୍‌ ଏଣ୍ଟରଟେନମେଣ୍ଟ କରିଥିଲା। ହେଲେ ଏବେ ଆଶୁତୋଷଙ୍କ ସାହାନାଇ ପୁଣି ଥରେ ବାଜିବାକୁ ଯାଉଛି। ହେଲେ ଏଥର ଯାତ୍ରା ମଞ୍ଚରେ ନୁହେଁ ବଡ ପରଦାରେ। ଅର୍ଥାତ୍‌, ଏହି କାହାଣୀକୁ ଓଡ଼ିଆ ଚଳଚ୍ଚିତ୍ରର ରୂପ ଦେବାକୁ ଯାଉଛନ୍ତି ନବାଗତ ପ୍ରଯୋଜକ ଜନ୍ମେଜୟ ଡଗରା। ଏହାର ଟାଇଟଲ ରହିଛି ‘ବାଜିବ ଲୋ ସାହାନାଇ’। ତା’ସହ ଏହାକୁ କିପରି ଏକ ସୁନ୍ଦର ସିନେମାଟିଏ କରାଯାଇପାରିବ ସେ ନେଇ ପୂରା ଦମ୍‌ରେ ଅଣ୍ଟା ଭିଡିଛନ୍ତି ଆତୁତୋଷ। ଶୁଭ ବିବାହରେ ସାହାନାଇଟିଏ ଲୋଡା ପଡ଼େ। ଏହାକୁ ପେସା କରି ଚଳୁଥିବା ଲୋକଟିର ଜୀବନରେ କେମିତି କଳା ଅନ୍ଧାର ଘୋଟି ଆସେ ଆଉ ତା’ପରେ କ’ଣ ହୁଏ ତାହାକୁ ନେଇ କାହାଣୀ ଗତିଶୀଳ। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ସମ୍ବିତ, ଅମ୍ଳାନ କୁମାର ଏବଂ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍‌। ଏମାନଙ୍କ ବ୍ୟତୀତ ରାଇମୋହନ, ଅଶ୍ରୁମୋଚନ ମହାନ୍ତି, ଆଶୁତୋଷ, ଭୂପତି ତ୍ରିପାଠୀ, ସୁମନ, ପ୍ରତିଭା ପଣ୍ଡା, ଜୟୀରାମ ସାମଲ ଏବଂ ଅପେରା ଅଭିନେତା ହୃଷୀକେଶ ମଧ୍ୟ କାଷ୍ଟିଂରେ ଅଛନ୍ତି। ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅମୃତାଂଶୁ ପଟ୍ଟନାୟକ (ଟିଟନ)। ଚଳଚ୍ଚିତ୍ରର ବୈଷୟିକ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ସୁରେଶ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଫିଲ୍ମ ସମ୍ପର୍କରେ ଏମିତି କହିଲେ ‘ଜଓ୍ବାନୀ ଜାନେମନ୍‌’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲୟା ଫର୍ନିଚରଓ୍ବାଲା ଏବେ ଖୁବ୍‌ ବିଜି ରହୁଛନ୍ତି। ମାସକ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜଓ୍ବାନୀ ଜାନେମନ୍‌’ରେ ପୂଜା ବେଦୀଙ୍କ ଝିଅ...

ରୋଜ୍‌ ଡେ’ରେ ଟପ୍‌ଲେସ୍‌ ହେଲେ ଅଧ୍ୟୟନଙ୍କ ପ୍ରେମିକା, ଭାଇରାଲ ହେଉଛି ଫଟୋ

ବମ୍ବେ: ଚର୍ଚ୍ଚାରେ ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କ ପ୍ରେମିକା ମାୟରା ମିଶ୍ରା। ଭ୍ୟାଲେଣ୍ଟାଇନ୍‌ ସପ୍ତାହର ପ୍ରାରମ୍ଭ ରୋଜ୍‌ ଡେ’କୁ ନେଇ ଏକ ପୋଷ୍ଟ ଏହାର କାରଣ।...

ହ୍ରିତିକ୍‌-ଆଲିଆଙ୍କୁ ଓସ୍କାର ପାଇଁ ନିମନ୍ତ୍ରଣ

ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର। ଏହି ଆଓ୍ବାର୍ଡ ଶୋ’ରେ ଅଂଶଗ୍ରହଣ କରିବାକୁ ପାଇଁ ସବୁ କଳାକାର ଚାହିଁଥାନ୍ତି। ମାତ୍ର ଏଥିପାଇଁ ସମସ୍ତଙ୍କୁ ସୁଯୋଗ...

ସାବାସ ଆମୀର

ଆମୀର ଖାନ୍‌ଙ୍କ ନାୟକ ଭାବରେ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍‌ ସେ କୟମତ୍‌ ତକ୍‌’ରୁ। ନାୟକ ଭାବେ କେବଳ ସେ ନୁହନ୍ତି ନାୟିକା ଭାବରେ...

ଲକ୍‌ଡାଉନ ପ୍ରଭାବ: ବଡ଼ ପରଦାରେ ରିଲିଜ୍‌ ହେବ ନାହିଁ ଫିଲ୍ମ ‘ଗୁଲାବୋ ସିତାବୋ’

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିବାରୁ ବହୁ ଫିଲ୍ମ ଶୁଟିଂ ଓ...

ପରଦାକୁ ଫେରିପାରେ ‘ପ୍ରେମ୍‌’

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଭାଇଜାନ ସଲ୍‌ମାନ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ପରଦାକୁ ପୁଣି ଫେରିପାରନ୍ତି ପ୍ରେମ୍‌। ଯଦି ଆପଣ ମଧ୍ୟ ସଲ୍‌ମାନଙ୍କ...

ନିକ୍‌ ଶାଶୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି କି ପ୍ରଶ୍ନରେ ଏପରି କହିଲେ ପ୍ରିୟଙ୍କା

ମୁମ୍ବାଇ: ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ଜରିଆରେ ବହୁତ ଦିନ ପରେ ବଲିଉଡ୍‌ ପରଦାକୁ ଫେରୁଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା। ଏବେ ସେ...

ଭଲ ବେଳା ଆସିଛି

ଶ୍ରଦ୍ଧା କପୁରଙ୍କ ପାଇଁ ଏବେ ଭଲ ବେଳା ଆସିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ତାଙ୍କ ଅଭିନୀତ ତିନୋଟି ସିନେମା ‘ଶାହୋ’, ‘ଚିତ୍ତଚୋର’ ଏବଂ ‘ବାଗୀ-୩’ ପରଦା...

Coronavirus Update


Archives

Model This Week

Why Dharitri