ପୁଣି କ୍ଷମତାକୁ ଫେରିବୁ: ବିଜେଡି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତାମାନଙ୍କ ମନରେ ହାରିବା କିମ୍ବା ଜିତିବା ନେଇ ଛନକା ପଶିଯାଇଛି। କ’ଣ ହେବ ନିଜର ରାଜନୈତିକ ଭାଗ୍ୟ, ଏନେଇ ଛାତି ଧଡ଼ ଧଡ଼। ଜନମତ ସପକ୍ଷରେ ଯିବ ନା ବିପକ୍ଷରେ ଯିବ। ଏମିତି ଅନେକ ପ୍ରଶ୍ନ ପ୍ରାର୍ଥୀମାନଙ୍କ ମନକୁ ଆନ୍ଦୋଳିତ କରୁଛି। ରବିବାର ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ(ବୁଥଫେରନ୍ତା ମତ) ପ୍ରକାଶ ପାଇବା ପରେ ପ୍ରାର୍ଥୀମାନଙ୍କର ରକ୍ତଚାପ ବଢ଼ିଯାଇଛି। କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ ଏହି ସର୍ଭେର ଫଳାଫଳ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି। ଏକଜିଟ ପୋଲ ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେଡି ପଞ୍ଚମ ଥର ଲାଗି କ୍ଷମତାକୁ ଫେରିବାକୁ ଥିବାବେଳେ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ମଧ୍ୟ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହେବ। ତେବେ ୨୦୧୪ ନିର୍ବାଚନ ତୁଳନାରେ ବିଜେଡି ଉଭୟ ବିଧାନସଭା ଓ ଲୋକ ସଭାର ଅନେକ ଆସନ ହରାଇବ ବୋଲି ଅନୁମାନ କରାଯାଇଛି। ତେବେ ଏହି ଅନୁମାନକୁ ବିଜେଡି ନେତାମାନେ ବିଶ୍ୱାସ କରୁନାହାନ୍ତି।
ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଏକ୍‌ଜିଟ୍‌ ପୋଲ ସର୍ଭେ, ପ୍ରକୃତ ସର୍ଭେ ନୁହେଁ। କିଛି ସାମ୍ପୁଲକୁ ଆଧାର କରି ଫଳାଫଳ ପ୍ରକାଶ କରାଯାଇଛି। ବିଜେଡି ଏଥର ଭଲ ଫଳାଫଳ କରିବ। ବିଧାନସଭାରେ ୧୨୩ ଆସନ ଏବଂ ୧୭ରୁ ୧୮ଟି ଲୋକ ସଭା ଆସନ ହାସଲ କରିବ ବୋଲି ସୂର୍ଯ୍ୟ ଦୃଢୋକ୍ତି କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ପ୍ରଥମ ଥର ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଲା। ପ୍ରଧାନମନ୍ତ୍ରୀ ମୋଦି ୧୦ ଥର, ଅମିତ ଶାହ ୨୦ଥର ଏବଂ ୫୦ ଜଣ କେନ୍ଦ୍ରମନ୍ତ୍ରୀ ଆସି ପ୍ରଚାର କରିବାରୁ ଲୋକ ସଭା ଆସନରେ କିଛିଟା ପ୍ରଭାବ ପଡ଼ିପାରେ। ଓଡ଼ିଶାରେ ନବୀନ ହାଓ୍ବା ଛଡ଼ା ଅନ୍ୟ କୌଣସି
ପୁଣି କ୍ଷମତାକୁ…
ହାଓ୍ବା କାମ କରିବ ନାହିଁ। ବିଜେଡି ଭଲ କରିବ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଏକ୍‌ଜିଟ ପୋଲ ଠିକ୍‌ ନୁହେଁ। ସେଥିରେ ୫୦ ପ୍ରତିଶତ ମହିଳା, ଦଳିତ, ଆଦିବାସୀ, ବୟସ୍କ ବ୍ୟକ୍ତିଙ୍କ ମତ ପ୍ରାୟତଃ ନିଆଯାଇ ନ ଥାଏ। ଅନେକ ସମୟରେ ଏକଜିଟ୍‌ ପୋଲ ଭୁଲ ପ୍ରମାଣିତ ହୋଇଛି। ବିଜେଡିର ବିଧାନସଭା ଆସନ ୧୦୦ ଟପିବ ଏବଂ ଲୋକ ସଭା ଆସନ ଗତ ନିର୍ବାଚନ ତୁଳନାରେ ୪ରୁ ୫ଟି କମିପାରେ । ଚଳିତ ନିର୍ବାଚନରେ ଭାଜପା ଓ ବିଜେଡି ମଧ୍ୟରେ କଡ୍ଡା ଟକ୍କର ହୋଇଛି। ମୋଦିଙ୍କ ଦେଶପ୍ରେମ ନାଟକର ପ୍ରଭାବ କିଛିଟା ରହିବାରୁ ଲୋକ ସଭାରେ ଭାଜପାକୁ ଏହାର ଫାଇଦା ମିଳିପାରେ ବୋଲି ସେ କହିଛନ୍ତି। ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି, ଏକଜିଟ୍‌ ପୋଲର ସତ୍ୟତା ନାହିଁ। ରାଜ୍ୟରେ ବିଜେଡି ୧୦୫ ଏବଂ ୧୪ଟି ଲୋକ ସଭା ଆସନରେ ବିଜୟୀ ହେବ। ରାଜ୍ୟରେ ଲୋକମାନେ ନବୀନ ବାବୁଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହଁୁଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ କିଛି ପରିମାଣରେ ଲୋକ ସଭା ଭୋଟ ଭାଜପା ସପକ୍ଷରେ ଯାଇ ଥାଇପାରେ। ରାଜ୍ୟରେ ବିଜେଡି ପଞ୍ଚମ ଥର ପାଇଁ ଶାସନକୁ ଫେରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରମ୍‌ ଫାଇନାନ୍ସରୁ ୧.୪୩ କୋଟି ଋଣ ଠକେଇ: ସଂସ୍ଥାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ, ସାନଭାଇ ଗିରଫ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଜାଲ କାଗଜପତ୍ରରେ ସୁନ୍ଦରମ ଫାଇନାନ୍ସ ଲିମିଟେଡ୍‌ରୁ ୧ କୋଟି ୪୩ ଲକ୍ଷ ଟଙ୍କା ଋଣ ଠକେଇରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶନିବାର...

ବିଦ୍ୟାଳୟରେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ମାମଲା: ୨ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଆସିକା, ୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋତିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ବିସ୍ଫୋରଣ ଘଟି ୨...

ହୋଇପାରୁନି ବନ୍ୟା ପାଣି ନିଷ୍କାସନ: ୧୦୦ ପରିବାର ଜଳବନ୍ଦୀ

ବସ୍ତା, ୨୮।୮(ସ୍ବ.ପ୍ର.) – ଗତ କିଛି ଦିନ ଧରି ଉପରମୁଣ୍ଡରେ ଏବଂ ସ୍ଥାନୀୟ ଅଞ୍ଚଳରେ ବର୍ଷା ଯୋଗୁ ବସ୍ତା ବ୍ଲକ ଦେଇ ପ୍ରବାହିତ ନଦୀ ଜଳକା...

ଚକରା ଗ୍ୟାଙ୍ଗର ୨ ଲୁଟେରାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟପାଟ୍‌ କରି ଏହାକୁ ବିକ୍ରି କରୁଥିବା ଗ୍ୟାଙ୍ଗକୁ ତମୋଣ୍ଡା ଥାନା ପୋଲିସ ଗିରଫ କରିଛି । ଏଥିରେ ୨...

ଘୁଞ୍ଚିଲା ଯୁକ୍ତ୨ ନାମଲେଖା ଅବଧି

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଯୁକ୍ତ୨ ନାମଲେଖା ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି...

ଓଡ଼ିଶାରେ ଆଶିଂକ ସୂର୍ଯ୍ୟୋପରାଗ

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-ରବିବାର ମହାକାଶରେ ବଳୟ ସୂର୍ଯ୍ୟୋପରାଗ ସଂଗଠିତ ହୋଇଛି। ଓଡିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ଦୃଶ୍ୟମାନ ହୋଇଛି। ଦେଶର ରାଜସ୍ଥାନ, ହରିୟଣା ଓ ଉତ୍ତରାଖଣ୍ଡରେ...

ବେଆଇନ ରେଲଓ୍ବେ ଇ-ଟିକେଟ ବିକ୍ରି, ୩ ଗିରଫ

କଟକ ରୋଡ,୧୫ା୬(ଡି.ଏନ୍‌.ଏ.): ବେଆଇନ ଭାବେ ରେଳବାଇ ସଂରକ୍ଷିତ ଟିକଟ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ଆରପିଏଫ (ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ) ଶୁକ୍ରବାର ୩ ଜଣଙ୍କୁ ଗିରଫ କରି...

ଆଜି ବର୍ଷାଙ୍କ ଆବେଦନ ଶୁଣାଣି

କଟକ ଅଫିସ,୨୭ା୫: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାଦ ତୁଟୁନି। ଶୁକ୍ରବାର ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ। ସୋସିଆଲ ମିଡିଆରେ...

Advertisement
Archives

Model This Week