ପୁଅ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ଗୋଟିଏ ପରିବାରର ୫ ସଦସ୍ୟ

ବିଜେପୁର,୨୩ା୪(ଡି.ଏନ୍‌.ଏ.) : କୋଭିଡ-୧୯ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏଭଳି ସମୟରେ ପୁଅ ପାଇଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ମା’ଙ୍କ ସମେତ ୫ଜଣ ସଦସ୍ୟ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ପଡ଼ିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, ଏହି ପଞ୍ଚାୟତ ସଦରମହକୁମାର ଈଶ୍ବର ମେହେର ହାରଭେଷ୍ଟର ଡ୍ରାଇଭର ଭାବେ କାମ କରନ୍ତି। ଭଦ୍ରକ ଜିଲାର ଜଣେ ମାଲିକଙ୍କ ନିକଟରେ ହାର୍‌ଭେଷ୍ଟରର ଡ୍ରାଇଭର କାମ କରିବାକୁ ପୂର୍ବରୁ ଚୁକ୍ତି ହୋଇଥିଲା। ହେଲେ ଲକ୍‌ଡାଉନ୍‌ କଟକଣା ଯୋଗୁ ସେ ନିର୍ଦ୍ଦିଷ୍ଟ ସମୟରେ ଉକ୍ତ ମାଲିକଙ୍କ ପାଖରେ ପହଞ୍ଚି ପାରି ନ ଥିଲେ। ଫଳରେ ମାଲିକ ସିଧାସଳଖ ଏକ କାର୍‌ ନେଇ ମଙ୍ଗଳବାର ରାତିରେ ଖରମୁଣ୍ଡାରେ ପହଞ୍ଚିଥିଲେ। ସଂପୃକ୍ତ ମାଲିକଙ୍କ ସହ ଆଉ ଜଣେ ତାଙ୍କର ଘରକୁ ଆସି କିଛି ସମୟ କଥାବାର୍ତ୍ତା ହେବା ପରେ ତାଙ୍କୁ ନେଇ ସେମାନେ ଭଦ୍ରକ ଫେରି ଯାଇଥିଲେ। ଏହି ଖବର ଗାଁରେ ବୁଧବାର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ସୁବାସିନୀ ଡନସନା ତାଙ୍କର ଘରକୁ କଣ୍ଟା ପକାଇ ଘେରି ଦେଇଥିଲେ। ତେଣୁ ଉକ୍ତ ପରିବାରର ଈଶ୍ବର ମେହେରଙ୍କ ମା’, ସ୍ତ୍ରୀଙ୍କ ସହିତ ତିନିଜଣ ପିଲା ବନ୍ଦୀ ହୋଇ ରହିଯାଇଥିଲେ। ଦିନତମାମ ଏହି ପରିବାର ବନ୍ଦୀ ହୋଇଥିବାର ଭିଡିଓ ଭାଇରାଲ ହେବା ପରେ ସନ୍ଧ୍ୟାରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ଉକ୍ତ ଗ୍ରାମରେ ପହଞ୍ଚି ସଂପୃକ୍ତ ପରିବାରକୁ ଉଦ୍ଧାର କରିଥିଲେ। ଗୁରୁବାରରୁ ୧୪ଦିନ ପାଇଁ ସେମାନଙ୍କୁ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ବିଡିଓ ପରାମର୍ଶ ଦେଇଥିଲେ। ତେଣୁ ତାଙ୍କର ଖାଦ୍ୟପେୟ ପାଇଁ ପ୍ରଶାସନ ପକ୍ଷରୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେହିପରି ପାନୀୟ ଓ ସ୍ନାନ ଶୌଚ ପାଇଁ ଟ୍ୟାଙ୍କରଟିଏ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri