ପୁଅକୁ କଥକ ଶିଖାଉଛନ୍ତି ମାଧୁରୀ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଏବେ ସମସ୍ତେ ପ୍ରାୟ ଘରେ ସମୟ କାଟୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏବେ ଘରେ ରହି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ବଲିଉଡ୍‌ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କ ମନକୁ ପାଇଛି। ଏଥିରେ ମାଧୁରୀ ତାଙ୍କ ପୁଅକୁ କଥକ ନୃତ୍ୟ ଶିଖାଉଥିବା ଦେଖାଯାଇଛି। ବଲିଉଡ୍‌ର ଜଣେ ଭଲ ଡ୍ୟାନ୍ସର ଭାବେ ଦର୍ଶକଙ୍କ ବେଶ୍‌ ପସନ୍ଦ ମାଧୁରୀ। ଏବେ ସେ ଜଣେ ଭଲ ଶିକ୍ଷୟିତ୍ରୀ ଭାବେ ନିଜ ପୁଅକୁ ନୃତ୍ୟ ଶିଖାଉଥିବା ଦେଖାଯାଇଛି।

ନିଜେ ପାଦରେ ଘୁଙ୍ଗୁର ବାନ୍ଧିବା ସହ ଯେଉଁ ଷ୍ଟେପ ଦେଖାଉଛନ୍ତି ପୁଅ ମଧ୍ୟ ଜଣେ ଭଲ ଛାତ୍ର ଭାବେ ଏହାକୁ ରିପିଟ୍‌ କରୁଥିବା ଦେଖାଯାଇଛି। ନୃତ୍ୟ ମାଧୁରୀଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଉଥିବା ବେଳେ ସେ ତାଙ୍କ ପରିବାରକୁ ମଧ୍ୟ ସେତିକି ଭଲ ପାଆନ୍ତି ବୋଲି କୁହାଯାଏ। ଏବେ ଅବସର ସମୟ ମିଳିଥିବାରୁ ସେ ପିଲାମାନଙ୍କ ସହ ସମୟ କାଟୁଥିବା ନଜର ଆସିଛି। ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଆସୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ସଂସାର କରିବେ ଅର୍ଦ୍ଧେନ୍ଦୁ

ବଡ଼ ପରଦାରେ ମିଛିମିଛିକା ବର ସାଜିଛନ୍ତି ସେ। ହେଲେ ଏଥର ସତସତିକା ବରବେଶରେ ଯିବେ। ହଁ, ଓଲିଉଡ୍‌ର ଅନ୍ୟତମ ନାୟକ ଅର୍ଦ୍ଧେନ୍ଦୁ ଘର ସଂସାର କରିବାକୁ...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାୟିକା ସପ୍‌ନା

ବମ୍ବେ: କଥାରେ ଅଛି ରଖେ ହରି ତ ମାରେ କିଏ। ଏଭଳି କିଛି ଘଟଣା ଘଟିଛି ଗାୟିକା ସପନା ଚୌଧୁରୀଙ୍କ କ୍ଷେତ୍ରରେ। ଶୁକ୍ରବାର ରାତିରେ ଶପିଂ...

ଏସବୁ ସେଲିବ୍ରିଟିଙ୍କ ପାଇଁ ୨୦୨୦ର ସ୍ମୃତି ମଧୁର, ମିଳିଛି ପ୍ରେମକୁ ସ୍ବୀକୃତି

ବମ୍ବେ: ଶେଷ ହୋଇଛି ବର୍ଷ ୨୦୨୦। ହେଲେ ତାର ସ୍ମୃତି ସର୍ବଦା ଅଭୂଲା ହୋଇ ରହିବ। ଲକ୍‌ଡାଉନ୍‌ ଯୋଗୁ କିଛି ମାସ ପର୍ଯ୍ୟନ୍ତ ଲୋକେ ପାର୍ଟି...

ଦୀପିକାଙ୍କୁ ସମ୍ମାନୀତ କରିବେ କମଳ ନାଥ ସରକାର

ଭୋପାଳ,୧୧।୧: ମଧ୍ୟପ୍ରଦେଶ ସରକାର ବଲିଉଡ୍‌ ମୁଭି ‘ଛପାକ’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ଏହାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନୀତ କରିବେ ବୋଲି କହିଛନ୍ତି।...

କବିତା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଲେ ଅମିତାଭ

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଭାରତ। ଏଠାରେ ୭୮ ଜଣ କରୋନା ଭାଇରସ୍‌ରେ...

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବେ ସମନ୍ଥା

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ ସମନ୍ଥା ଆକିନେନି। ତାହା ପୁଣି ଭେଟେରାନ ଆକ୍ଟର ମନୋଜ ବାଜପେୟୀଙ୍କ ବିପକ୍ଷରେ।...

ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ...

ରାଜନୀତିକୁ ଆସିବାକୁ ନେଇ ଏପରି କହିଲେ ସୋନୁ ସୁଦ

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପରୋପକାର କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଲକ୍‌ଡାଉନ୍‌ ଆରମ୍ଭରେ ସେ...

Play 250+ Trending Games
Archives

Model This Week

Why Dharitri