ପିସିଓଏସ୍‌-ଆଇଭିଏଫ୍‌ ଚିକିତ୍ସା ପ୍ରଣାଳୀ

”ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ (ପିସିଓଏସ) ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ ବୟସ୍କଙ୍କ ଠାରେ ଅଧିକ ଦେଖାଯାଉଛି। ଏହା ଏକ ସାଧାରଣ ହରମୋନଜନିତ ଅନିୟମିତତା। ଋତୁସ୍ରାବରେ ଅନିୟମିତତା, ଆଦୌ ଋତୁସ୍ରାବ ନ ହେବା କିମ୍ବା ମହିଳାଙ୍କ ଶରୀରରେ ମାତ୍ରାଧିକ ପୁରୁଷ ହରମୋନର ଉପସ୍ଥିତି ଯୋଗୁ ଏହା ହୋଇଥାଏ ।“

ପିସିଓଡି କ’ଣ
ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ ବୟସ୍କଙ୍କ ଠାରେ ଅଧିକ ଦେଖାଯାଉଛି। ଏହା ଏକ ସାଧାରଣ ହରମୋନଜନିତ ଅନିୟମିତତା। ଋତୁସ୍ରାବରେ ଅନିୟମିତତା, ଆଦୌ ଋତୁସ୍ରାବ ନ ହେବା କିମ୍ବା ମହିଳାଙ୍କ ଶରୀରରେ ମାତ୍ରାଧିକ ପୁରୁଷ ହରମୋନର ଉପସ୍ଥିତି ଯୋଗୁ ଏହା ହୋଇଥାଏ । ଯେମିତିକି ଏହା ନାମରୁ ସୂଚିତ ପଲିସାଇଷ୍ଟିକ ଓଭାରିୟାନ ରୋଗ ଏଭଳି ଏକ ଅବସ୍ଥାକୁ ସୂଚାଏ ଯେତେବେଳେ ଡିମ୍ବକୋଷଗୁଡ଼ିକ ସମ୍ପ୍ରସାରିତ ହୋଇଯାଆନ୍ତି ଏବଂ ଏହା ଭିତରେ ଏକାଧିକ କ୍ଷୁଦ୍ର ମୁଣି ଆକୃତି ଦେଖାଯାଏ। ଏହି ରୋଗ ଦେଇ ଅତିକ୍ରମ କରୁଥିବା ପ୍ରତ୍ୟେକ ମହିଳାଙ୍କ ଠାରେ ସମାନ ଲକ୍ଷଣ ଦେଖା ଦେଇ ନ ଥାଏ ।
ଲକ୍ଷଣ
ଋତୁସ୍ରାବରେ ଅନିୟମିତତା : ଋତୁସ୍ରାବରେ ଦୀର୍ଘସମୟର ଅନିୟମିତତା ଏକ ଗମ୍ଭୀର ସମସ୍ୟା ା ଏମିତିରେ ପ୍ରାରମ୍ଭିକ ଅବସ୍ଥାରେ ମାସିକ ଋତୁସ୍ରାବରେ ଅନିୟମିତତା ସାଧାରଣ କିନ୍ତୁ ସମୟ ସହ ଏଥିରେ ବିଳମ୍ବତା ପରିଶେଷରେ ଆଦୌ ଋତୁସ୍ରାବ ନ ହେବାର କାରଣ ହୋଇଥାଏ ।
ଡିମ୍ବାଣୁଜନିତ ସମସ୍ୟା : ଗର୍ଭଧାରଣରେ ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କର ଯାଞ୍ଚ କରାଯିବା ଆବଶ୍ୟକ। ଯେହେତୁ ପିସିଓଏସ୍‌ର ବିକାଶ କାରଣରୁ ଏହି ସମସ୍ୟାକୁ ରୋକାଯାଇପାରିବ ।
ମାତ୍ରାଧିକ କେଶ ବୃଦ୍ଧି: ମହିଳାମାନଙ୍କ ଶରୀରରେ ଯେତେବେଳେ ଟେଷ୍ଟୋଷ୍ଟେରୋନ ସ୍ତରରେ ବୃଦ୍ଧି ଘଟିଥାଏ ଏହା କାରଣରୁ ଓଠର ଉପରିଭାଗରେ, ତଳିପେଟରେ, ଥୋଡ଼ି ଏବଂ ସ୍ତନର ଚାରିପାଖରେ ମାତ୍ରାଧିକ କେଶ ବଢ଼ିବାର ଦେଖାଯାଇଥାଏ ।
ଅସ୍ବାଭାବିକ ରକ୍ତ ପ୍ରବାହ: ପିସିଓଡି ମହିଳାଙ୍କ ଶରୀରରେ ପ୍ରୋଜେଷ୍ଟେରୋନ ସ୍ତରକୁ ବୃଦ୍ଧି କରିଥାଏ । ଏହା ଉପଯୁକ୍ତ ଗର୍ଭଧାରଣ ଯୋଗୁ ସମ୍ଭବ ହୋଇଥାଏ ଏବଂ ଯାହାକି ଆଗକୁ ଯାଇ ଏଣ୍ଡୋମେଟ୍ରିଆଲ ଟିସୁରେ ଯନ୍ତ୍ରଣା ବୃଦ୍ଧିର କାରଣ ହୋଇଥାଏ। ଯାହାକି ଗର୍ଭାଶୟକୁ ଆଚ୍ଛାଦିତ କରାଇ ମହିଳାମାନଙ୍କଠାରେ ଅନିୟମିତ ରକ୍ତସ୍ରାବର କାରଣ ହୋଇଥାଏ । ଯଦି ଉପଯୁକ୍ତ ଯତ୍ନ ନିଆ ନ ଯାଏ ତେବେ ଏହା ଗର୍ଭାଶୟ କ୍ୟାନ୍ସର ଭଳି ଅନେକ ଗମ୍ଭୀର ସମସ୍ୟାର କାରଣ ହୋଇପାରେ ।
ଇନସୁଲିନରେ ଆଧିକ୍ୟ ଏବଂ ମେଦବହୁଳତା: ଡାକ୍ତରୀ ଗବେଷଣା ଏବଂ ଡାକ୍ତରମାନେ ଅନୁଧ୍ୟାନ କରି ଜାଣିପାରିଛନ୍ତି ଯେ ପିସିଓଡିରେ ଆକ୍ରାନ୍ତ ମହିଳାଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଅଧିକ ଓଜନର ହୋଇଥାନ୍ତି ଏବଂ ମୋଟାପଣ ସମସ୍ୟାରୁ ମୁକ୍ତ ଥିବା ମହିଳାମାନଙ୍କ ଠାରେ ମଧ୍ୟ ଇନସୁଲିନରେ ତାରତମ୍ୟତା ଦେଖାଯାଇଥିବା ବେଳେ କେତେକଙ୍କୁ ଏହି ଉଭୟ ସମସ୍ୟା ସହ ଲଢ଼ିବାକୁ ପଡ଼ିଥାଏ ।
ପିସିଓଏସ୍‌ ଥିଲେ ଆପଣ କ’ଣ କରିବା ଉଚିତ : ବର୍ତ୍ତମାନ ପିସିଓଏସ୍‌ ପାଇଁ ଅନେକ ଉନ୍ନତ ଚିକିତ୍ସା ପ୍ରଣାଳୀ ଉପଲବ୍ଧ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପରିବର୍ତ୍ତନକୁ ଗ୍ରହଣ କରିବା ଦ୍ୱାରା ପ୍ରଚଳିତ ଚିକିତ୍ସା ପଦ୍ଧତିରେ ଏହାର ପ୍ରଭାବ ଏବଂ ସଫଳତାକୁ ବଢ଼ାଇଦେଇଛି ।
ନିୟମିତ ବ୍ୟାୟାମ : ପିସିଓଏସ୍‌ ଚିକିତ୍ସା ଅଧୀନରେ ଥିବାବେଳେ କେବଳ ବେଡ୍‌ରେଷ୍ଟ କରିବା ବଦଳରେ ପ୍ରତିଦିନ ଅତିକମ୍‌ରେ ୩୦ ମିନିଟ ଚାଲନ୍ତୁ।
ପ୍ରଚୁର ମାତ୍ରାରେ ଶୋଇବା: ଉପଯୁକ୍ତ ମାତ୍ରାର ଶୟନ ଆପଣଙ୍କୁ ଉତ୍ତମ ଏବଂ ସକ୍ରିୟ ଅନୁଭବ କରାଇବା ସହ ଯଦି ଆପଣ ମୋଟାପଣ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତେବେ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ମନେରଖନ୍ତୁ ୮ଘଣ୍ଟାର ନିଦ୍ରା ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଉପଯୁକ୍ତ ନିଦ୍ରାର ଅଭାବ କାରଣରୁ ଆପଣଙ୍କ ଠାରେ ହରମୋନଜନିତ ଅନିୟମିତତା ଦେଖାଯାଇଥାଏ। ଏଥିଯୋଗୁ ଆପଣଙ୍କୁ ଭୋକ ସମସ୍ୟା ଦେଖାଦିଏ ଏବଂ ଏଣୁତେଣୁ ଏପରିକି ସ୍ବାସ୍ଥ୍ୟ ଅନୁପଯୋଗୀ ଖାଦ୍ୟ ଖାଇବାକୁ ଅଧିକ ଆଗ୍ରହ ସୃଷ୍ଟି ହୋଇଥାଏ।
ଔଷଧ : ପରାମର୍ଶ କରାଯାଇଥିବା ଔଷଧକୁ ଛାଡ଼ିଦେବା ଦ୍ୱାରା ଏହା ସମଗ୍ର ଡାକ୍ତରୀ ଚିକିତ୍ସାର ବିଫଳତାର କାରଣ ହୋଇଥାଏ। ଯାହାକି ଏହି ବଟିକା ଗ୍ରହଣ ଉପରେ ହିଁ ଆଧାରିତ ଏବଂ ଏହା ଆପଣଙ୍କ ସ୍ବାସ୍ଥ୍ୟ ଏବଂ ଆକ୍ରାନ୍ତ ଥିବା ରୋଗ ପାଇଁ ମଧ୍ୟ ବିପଜ୍ଜନକ ହୋଇଥାଏ ।
ଓଜନ ନିୟନ୍ତ୍ରଣ: ଠିକ୍‌ ଓଜନର ନିୟନ୍ତ୍ରଣ ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ କେତେକାଂଶରେ ଦୂରେଇ ରଖିଥାଏ। ଏହା ଆପଣ ନିୟମିତ ବ୍ୟାୟାମ, ସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ ଏବଂ ଏକ ନିୟନ୍ତ୍ରିତ ଡାଏଟ ମାଧ୍ୟମରେ କରି ପାରିବେ । କିନ୍ତୁ ଅସ୍ବାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, କାରଣ ଏଗୁଡ଼ିକର ଗ୍ରହଣ ଆପଣଙ୍କ ପାଇଁ ପରିସ୍ଥିତିକୁ ଅଧିକ ଜଟିଳ କରିଥାଏ ।
ମାସିକ ଋତୁସ୍ରାବର ହିସାବ ରଖନ୍ତୁ : ଆପଣଙ୍କ ଋତୁଚକ୍ରର ଏକ ସବିଶେଷ ହିସାବ ରଖନ୍ତୁ। କାରଣ ପିସିଓଡିରେ ଆକ୍ରାନ୍ତ ଲୋକମାନଙ୍କ କ୍ଷେତ୍ରରେ ଅନିୟମିତ ଋତୁସ୍ରାବ କିମ୍ବା ଆଦୌ ଋତୁସ୍ରାବ ନ ହେବା ଏକ ଚିନ୍ତାର ବିଷୟ ।
ଏହା ଗର୍ଭାଶୟଜନିତ କର୍କଟ କିମ୍ବା ଅନ୍ୟାନ୍ୟ ସମସ୍ୟାଗୁଡ଼ିକର କାରଣ ହୋଇପାରେ । ଯଦି ଆପଣ ନିଜ ଋତୁସ୍ରାବର ହିସାବ ରଖୁଥାନ୍ତି ତେବେ ଏହିଭଳି ସମସ୍ୟାଗୁଡ଼ିକୁ ଡାକ୍ତରଙ୍କ ନିକଟରେ ପ୍ରକାଶ କରନ୍ତୁ
ଧୂମପାନ ଏବଂ ନିଶାଦ୍ରବ୍ୟ ସେବନ :
ଯେତେବେଳେ ଆପଣ ପିସିଓଡିରେ ଆକ୍ରାନ୍ତ ଥାନ୍ତି ସେତେବେଳେ ଆପଣଙ୍କର ପୂର୍ବରୁ ବିଗିଡ଼ି ଯାଇଥିବା ସ୍ବାସ୍ଥ୍ୟରେ ଆହୁରି ଅନେକ ନୂଆ ରୋଗ ବିକଶିତ ହେବାର ଆଶଙ୍କା ଥାଏ ଏବଂ ଧୂମପାନ ଏବଂ ନିଶାଦ୍ରବ୍ୟ ସେବନ ଅଭ୍ୟାସ ଯୋଗୁ ଡାଇବେଟିସ, ହୃଦ୍‌ଜନିତ ରୋଗ ଭଳି ଅନେକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ । ତେଣୁ ଏକ ସୁସ୍ଥ ଜୀବନ ପାଇଁ ଏବଂ ପିସିଓଡିକୁ ପ୍ରଭାବକାରୀ ଭାବେ ଚିକିତ୍ସା କରିବା ପାଇଁ ଆପଣଙ୍କୁ ଏସବୁକୁ ତ୍ୟାଗ କରିବାକୁ ହେବ ।
ସମ୍ଭାବ୍ୟ ଅବସାଦଗୁଡ଼ିକୁ ଚିହ୍ନଟ କରନ୍ତୁ
ପିସିଓଡିରେ ଆକ୍ରାନ୍ତ ମହିଳାମାନଙ୍କ ଠାରେ ଅନ୍ୟମାନଙ୍କ ତୁଳନାରେ ଅବସାଦ ବେଶି ମାତ୍ରାରେ ଦେଖାଯାଇଥାଏ । ତେଣୁ ଯଦି ଆପଣ ଏପରି କିଛି ଲକ୍ଷଣ ଦେଖନ୍ତି, ଯାହାକି ଅବସାଦ ଆଡ଼କୁ ସଂକେତ ଦେଉଥାଏ ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଏହି ଲକ୍ଷଣଗୁଡ଼ିକ ହେଉଛି ମାତ୍ରାଧିକ ନିଦ୍ରା ଏବଂ ଖାଦ୍ୟ ଗ୍ରହଣ, ଓଜନରେ ମାତ୍ରାଧିକ ବୃଦ୍ଧି କିମ୍ବା ହ୍ରାସ, ଶୋଇବା ଏବଂ ଖାଦ୍ୟ ଗ୍ରହଣ ଅଭ୍ୟାସରେ ଅନିୟମିତତା କିମ୍ବା ସମସ୍ୟା ଦେଖାଯିବା, ଦୀର୍ଘ ସମୟର ବିଷାଦ ଆଦି ।
ଏପରି ଏକ ରୋଗ ଯାହାକି ଉପଯୁକ୍ତ ଯତ୍ନର ଅଭାବରେ ଏକ ଗମ୍ଭୀର ସମସ୍ୟା ରୂପ ଧାଣର କରେ। କିନ୍ତୁ ଯଦି ଆପଣ ସୁସ୍ଥ ଉପାୟରେ ଏକ ଶୃଙ୍ଖଳିତ ଢଙ୍ଗରେ ଚିକିତ୍ସା ଗ୍ରହଣ କରନ୍ତି ତେବେ ଆପଣଙ୍କୁ ଏଥିରୁ ବାହାରିବା ପାଇଁ ଅଧିକ ସହଜ ହୋଇଯିବ।
-ଗାଇନାକଲୋଜିଷ୍ଟ ଏବଂ ଆଇଭିଏଫ୍‌ ବିଶେଷଜ୍ଞ, ଇନ୍ଦିରା ଆଇଭିଏଫ୍‌ ହସ୍‌ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri