ପିଲାଙ୍କ ଖୁସି ମୋ ଜୀବନର ସମ୍ବଳ

ଆନନ୍ଦପୁର,୫।୮(ସ୍ବ.ପ୍ର.): ଏମିତି ବି ମଣିଷ ଥାନ୍ତି। ନିଜଠାରୁ ଅଧିକ ଅସହାୟ ଲୋକ ଏବଂ ପରୋପକାର କଥା ଚିନ୍ତା କରିଥାନ୍ତି। ଆଜି ବି ସମାଜରେ ଭଲ ଲୋକ ଅଛନ୍ତି। ଯେଉଁଥିପାଇଁ ସମଗ୍ର ଅଞ୍ଚଳ ଗର୍ବିତ ଅନୁଭବ କରେ। ସେମିତି ଏକ ଅନନ୍ୟ ମଣିଷ ହେଉଛନ୍ତି କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିମାଁଇ ଚରଣ ମହାରଣା(୬୬)। ଦୀର୍ଘ ୩୭ ବର୍ଷ ଶିକ୍ଷକତା ପରେ ଏବେ ସେ ମାଗଣାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି। କେବଳ ଏତିକି ନୁହେଁ। ଏତଦବ୍ୟତୀତ ଅସୁବିଧାରେ ଥିବା ଲୋକ, ଗରିବ ଓ ୪ ଜଣ ବିଧବା ବୃଦ୍ଧାଙ୍କୁ ୫୦୦ ଟଙ୍କା ଲେଖାଏଁ ନିଜ ପେନସନ ଟଙ୍କାରୁ ସହାୟତା କରିଥାନ୍ତି। ଗୋଟିଏ ମାସ ୪ ଜଣଙ୍କୁ ସହାୟତା ଦେଉଥିବାବେଳେ ପରମାସରେ ଅନ୍ୟ ଚାରି ଜଣଙ୍କୁ ସହାୟତା ଦେଇଥାନ୍ତି। ଦୈନନ୍ଦିନ ସକାଳେ ଓ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କୁ ନିଜ ଘରେ ପାଠ ପଢ଼ାଇଥାନ୍ତି। ଏପରି କାର୍ଯ୍ୟରେ ତାଙ୍କର ଧର୍ମପତ୍ନୀ କମଳିନୀ ମହାରଣା ତାଙ୍କୁ ଉତ୍ସାହିତ କରିବା ସହ ସାହସ ଦେଇଥାନ୍ତି। ନିମାଇଁ ସାର୍‌ଙ୍କ ଏଭଳି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ବାଗତ ମଧ୍ୟ କରାଯାଇଛି। ତାଙ୍କ ନିକଟରୁ ବହୁ ଛାତ୍ରୀଛାତ୍ର ପାଠପଢି ବଡ ବଡ ପଦପଦବୀରେ ପ୍ରତିଷ୍ଠା ଲାଭ କରିଛନ୍ତି। ପିଲାମାନଙ୍କର ହସ ଓ ମା’ ମାନଙ୍କର ଆଶୀର୍ବାଦ ତାଙ୍କ ଶେଷ ଜୀବନର ସମ୍ବଳ ବୋଲି ସେ କହିଛନ୍ତି। ଶିକ୍ଷାଦାନ ଓ ସହାୟତା ନ କଲେ ତାଙ୍କୁ ଭଲ ଲାଗେନି ବୋଲି ମଧ୍ୟ ସେ କହିଛନ୍ତି। ଏହା ହେଉଛି ପେସା। ଶେଷ ଜୀବନ ପର୍ଯ୍ୟନ୍ତ ଏହାହିଁ କରିବେ ବୋଲି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri