ପିଲାଙ୍କୁ ନିଜ ଫିଲ୍ମ ଦେଖିବାକୁ ମନାକଲେ ଇମ୍ରାନ୍‌ ହାସ୍‌ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇମ୍ରାନ୍‌ ହାସ୍‌ମୀ ଆଜିକାଲି ଏକଦମ୍‌ ବ୍ୟସ୍ତ ଅଛନ୍ତି। ନିଜ ଅପ୍‌କମିଂ ଫିଲ୍ମ ‘ଦ ବଡି’ର ପ୍ରମୋଶନରେ ଲାଗିପଡ଼ିଛନ୍ତି ଇମ୍ରାନ୍‌। ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତ୍‌କାର ସମୟରେ ସେ କିଛି ମତାମତ ଓ ପ୍ରତିକ୍ରିୟା ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ।
ଫିଲ୍ମ ପ୍ରମୋଶନ ଅବସରରେ ଗଣମାଧ୍ୟମର କିଛି ପ୍ରଶ୍ନର ସିଧାସିଧା ଉତ୍ତର ରଖିଥିଲେ ଇମ୍ରାନ୍‌। ଆମ ଦେଶରେ ନାବାଳିକା,ନାବାଳକଙ୍କୁ କ’ଣ ଦେଖିବା ଉଚିତ ବୋଲି ପଚରା ଯିବାରୁ ସେ ମଜାଦାର ଉତ୍ତର ଦେଇଥିଲେ। ଇମ୍ରାନ୍‌ ପିଲାମାନେ କ’ଣ ଦେଖିବା ଉଚିତ୍‌ ସେ କଥା ଯଦିଓ କହି ନ ଥିଲେ, ତେବେ ପିଲାମାନେ କ’ଣ ନ ଦେଖିବା ଉଚିତ୍‌ ସେ କଥା ସଫା ସଫା କହିଥିଲେ। ସେ କହିଥିଲେ, ପିଲାମାନେ ମୋ ଫିଲ୍ମ ଦେଖିବା ଉଚିତ୍‌ ନୁହେଁ। ଦେଶର ନାବାଳକମାନେ ମୋ ଫିଲ୍ମ କେବେ ବି ନ ଦେଖନ୍ତୁ ବୋଲି ଇମ୍ରାନ ପ୍ରତିକ୍ରିୟା ରଖିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୋ ଫିଲ୍ମ ‘ଦ ବଡି’ ମଧ୍ୟ ଏ(A) ସାର୍ଟିଫିକେଟ୍‌ ଫିଲ୍ମ ଅଟେ। ଏହାକୁ ମଧ୍ୟ ପିଲାମାନେ ଦେଖିବା ଉଚିତ ନୁହେଁ। ତେବେ ଫିଲ୍ମଟି ବେଶ୍‌ ମଜାଦାର ଆଉ ସସ୍‌ପେନ୍ସରେ ଭରପୂର, ଯେଉଁଥିରେ ଦର୍ଶକ ଗୋଟିଏ ସିନ୍‌ ପରେ ଆଗକୁ କ’ଣ ହେବ ତାହା ଅନୁମାନ ମଧ୍ୟ କରିପାରିବେ ନାହିଁ। ସେହିପରି କଳାକାରଙ୍କୁ ଫିଲ୍ମରେ ଅଭିନୟର ସୁଯୋଗ ପାଇବାକୁ ନିର୍ଦ୍ଦେଶକଙ୍କୁ ମିଛ ପ୍ରଶଂସା କରିବାକୁ ପଡ଼ିଥାଏ ବୋଲି ଏକ ପ୍ରଶ୍ନରେ ମଧ୍ୟ ଇମ୍ରାନ୍‌ ସ୍ପଷ୍ଟ ଉତ୍ତର ଦେଇଥିଲେ। ସେ କହିଥିଲେ, ହଁ, ବେଳେ ବେଳେ କାମ ହାସଲ କରିବାକୁ ସେଟ୍‌ରେ ନିର୍ଦ୍ଦେଶକଙ୍କ ମିଛ ପ୍ରଶଂସା କରିବାକୁ ପଡ଼ିଥାଏ। ‘ଦ ବଡି’ ଫିଲ୍ମରେ ଇମ୍ରାନ୍‌ଙ୍କ ବ୍ୟତୀତ ଋଷି କପୁର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଫିଲ୍ମଟି ୨୦୧୨ରେ ରିଲିଜ୍‌ ସ୍ପାନିଶ୍‌ ଫିଲ୍ମ ‘ଦ ବଡି’ର ହିନ୍ଦୀ ରିମେକ୍‌ ହୋଇଥିବାବେଳେ ଡିସେମ୍ବର ୧୩ରେ ଏହା ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ...

ସ୍ପେଶାଲ ଗିଫ୍ଟ

ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ପାଇଁ ନଭେମ୍ବର ୧୪ ସବୁବେଳେ ସ୍ମରଣୀୟ ହୋଇ ରହିବ। କାରଣ କ’ଣ ଜାଣନ୍ତି ? ଏହି ଦିନ ଏହି...

ପୁଣି ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଆଖିର ଇଶାରା ଭିଡିଓ ସୋସିଆଲ ମିଡିଆରେ ଏକଦା ବେଶ୍‌ ଭାଇରାଲ ହୋଇଥିଲା। ତାଙ୍କର ଏହି ଇସାରା ପାଇଁ ସେ ଯୁବବର୍ଗଙ୍କ...

ସଲମାନଙ୍କ ଫଟୋ ପକେଟରେ ଧରି ବୁଲୁଥିଲେ ଏହି ଅଭିନେତା

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଫିଲ୍ମ ‘ଭାରତ’ରେ ସଲ୍ଲୁଙ୍କ ପିତା ଭୂମିକା ନିଭାଇଛନ୍ତି ଜ୍ୟାକି।...

୨୦ କିଲୋ ଓଜନ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଏହି ବୋଲ୍ଡ ଅଭିନେତ୍ରୀ

ଭୋଜପୁରୀର ହଟ୍‌ ଏବଂ ବୋଲ୍ଡ ଅଭିନେତ୍ରୀ ରାନୀ ଚାଟାର୍ଜୀ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସିନେମାରେ ସଫଳ ହେବା...

୧୯୯୮ରେ ମୁକ୍ତି ଲାଭ କରିଥିବା ଏହି ୬ ଟି ଫିଲ୍ମ ହୋଇଥିଲା ସୁପରହିଟ୍‌

ଭାରତର ଲୋକ ବଲିଉଡ ଚଳଚ୍ଚିତ୍ରକୁ ଅଧିକ ଭଲ ପାଆନ୍ତି । ୯୦ ଦଶକରେ ଚଳଚ୍ଚିତ୍ରରେ ଅନେକ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଅନେକ ନୂତନ କଳାକାର...

ପ୍ରଥମ ଦେଖାରେ ଶର୍ଟ‌ଲେସ୍‌ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ଆଉ ତା’ ପରେ…

ବମ୍ବେ: ବଲିଉଡ୍‌ର ଅନ୍ୟତମ ହିଟ୍‌ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍‌ ଏବଂ ରିଅଲ୍‌ ଲାଇଫ୍‌ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍‌ରେ...

ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ର ଟ୍ରେଲର ରିଲିଜ, ବୋଲ୍ଡ ଭୂମିକାରେ ନଜର ଆସିଲେ ଦିବ୍ୟା-ବରୁଣ

ବମ୍ବେ: ରିଲିଜ୍‌ ହୋଇଛି ଓ୍ବେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌-୨ର ଟ୍ରେଲର। ୨.୫୧ ମିନିଟ୍‌ର ଏହି ଟ୍ରେଲର୍‌ରେ ସସ୍‌ପେକ୍ସ, ଆକ୍ସନ, ଥ୍ରିଲ୍‌, ବୋଲ୍ଡନେସ୍‌ ଏବଂ ହରର୍‌...

Play 250+ Trending Games
Archives

Model This Week

Why Dharitri