ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳପଡିଆରେ ଦୋଳି, ଟାୟାରରେ ଉପରକୁ ଚଢ଼ିବା, ଉଠାପକା, ଡିଆଡେଇଁ , ହାତୀ ପିଠି ଉପରେ ଚଢ଼ିବା ଆଦି ଖେଳ ଉପକରଣରେ ଖେଳିବାର ସୁଯୋଗ ପିଲାମାନଙ୍କୁ ମିଳିଛି। ଏହା ପିଲାଙ୍କ ଶାରୀରିକ ବିକାଶରେ ସହାୟକ ହେଉଛି। ଏଥିପ୍ରତି ପିଲାମାନେ ଆକୃଷ୍ଟ ହୋଇ ନିୟମିତ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଇଛି। ଫଳରେ ସ୍କୁଲରେ ପିଲାଙ୍କ ଉପସ୍ଥାନ ହାର ବଢୁଥିବା କୁହାଯାଉଛି।

ଏହାର ଏକ ଦୃଷ୍ଟାନ୍ତ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିମିଳିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୨୫ ଜଣ ଛାତ୍ରୀଛାତ୍ର ପାଠପଢନ୍ତି। ୧୨୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେବେ ବି ବିଦ୍ୟାଳୟରେ ପୂର୍ଣ୍ଣ ଉପସ୍ଥାନ ହୁଏ ନାହିଁ। ମାସେ ହେଲା ଏବେ ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥାନ ଦେଖିବାକୁ ମିଳୁଛି। ଏହା ହୋଇପାରିଛି ବିଦ୍ୟାଳୟରେ ଉପରୋକ୍ତ ଖେଳ ଉପକରଣ ବ୍ୟବହାର ଯୋଗୁ। ଏଚ୍‌ଡିଏଫସି ବ୍ୟାଙ୍କର ସିଏସ୍‌ଆର ଅନୁଦାନ ଓ ସାମଗ୍ରିକ ଗ୍ରାମୀଣ ବିକାଶ ପରିଯୋଜନା, ନୟାଗଡ଼ ଗ୍ରାମବିକାଶ ସହାୟତାରେ ନୟାଗଡ ଜିଲାର ୬ଟି ପ୍ରାଥମିକ ବିଦ୍ୟାଳୟକୁ ଗତ ୧ମାସ ତଳେ ଖେଳ ଉପକରଣ ଯୋଗାଇ ଦିଆଯାଇଛି। ଏହି ଖେଳ ସାମଗ୍ରୀ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାରେ ଦେଖିବାକୁ ମିଳିଛି। ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପ୍ରତିଦିନ ବିଦ୍ୟାଳୟକୁ ଆସି ପାଠ ପଢ଼ିବା ସହିତ ଖେଳ ଖେଳିବା ପାଇଁ ଆଗ୍ରହ ବଢୁଛି। ଏପରିକି ଖେଳ ପିରିୟଡ ଆସିଲେ (ଅପରାହ୍ନ ୩ଟା) ପିଲାମାନେ ଲାଇନ୍‌ରେ ଛିଡ଼ା ହୋଇ ପାଳି କରି ଖେଳ ସାମଗ୍ରୀରେ ଖେଳୁଥିବାର ଦେଖିବାକୁ ମିଳୁଛି। କିଛି ମାସ ତଳେ ଯେଉଁଠି କମ୍‌ ପିଲା ଆସୁଥିଲେ ବର୍ତ୍ତମାନ ସେଠାରେ ଶତପ୍ରତିଶତ ଉପସ୍ଥାନ ହେଉଛି ବୋଲି ଶିମିଳିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଘଡ଼େଇ ପ୍ରକାଶ କରିଛନ୍ତି। ଜିଲାର ୬ଟି ବିଦ୍ୟାଳୟରେ ଏହିଭଳି ବ୍ୟବସ୍ଥା କରାଯାଇଛି। ନୟାଗଡ଼ ବ୍ଲକର ଇକିରି ପ୍ରାଥମିକ ବିଦ୍ୟାଳୟ ଓ ଉଦୟପୁର ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ବ୍ଲକର ପଦ୍ମାଦେଇପୁର ଓ ଭାଡ଼ିକିଳା ପ୍ରାଥମିକ ବିଦ୍ୟାଳୟ , ଖଣ୍ଡପଡ଼ା ବ୍ଲକ ବିରିଡ଼ିହି ପ୍ରାଥମିକ ବିଦ୍ୟାଳୟରେ ଖେଳ ଉପକରଣ ଯୋଗାଇ ଦିଆଯାଇଛି। ଛାତ୍ରୀଛାତ୍ରମାନଙ୍କର ଶାରୀରିକ ବିକାଶ ପାଇଁ ଆନ୍ଥହିଲ୍‌ କ୍ରିଏଶନ୍‌ ସଂସ୍ଥା ବାଙ୍ଗାଲୋରର ବୈଷୟିକ ପରାମର୍ଶରେ ପୁରୁଣା ମୋଟର ଟାୟାରକୁ ବ୍ୟବହାର କରାଯାଇ ଏହି ଖେଳ ଯନ୍ତ୍ରପାତିଗୁଡ଼ିକ ନିର୍ମାଣ କରାଯାଇଥିବା ଗ୍ରାମ ବିକାଶ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଖେଳ ପିରିୟଡରେ ଖେଳ ଉପକରଣରେ ଭରପୂର ମଜା ନେଉଥିବା ଦେଖିବାକୁ ମିଳିଛି। ସରକାରୀ ବିଦ୍ୟାଳୟରେ ବେସରକାରୀ ବିଦ୍ୟାଳୟ ଭଳି ଖେଳିବାରେ ସୁବିଧା ମିଳୁ ଥିବାରୁ ଆଗାମୀ ଦିନରେ ଏହିଭଳି ବ୍ୟବସ୍ଥା ଜିଲାର ସମସ୍ତ ବିଦ୍ୟାଳୟରେ କରାଗଲେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟମୁହଁା ହେବେ ବୋଲି ବୁଦ୍ଧିଜୀବୀମାନେ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri