Posted inଫୁରସତ

ପିନ୍ଧି ହେଉଥିବା ବଗିଚା

ଫ୍ୟାଶନେବଲ୍‌ ଲାଗିବା ପାଇଁ ଅନେକେ ବିଭିନ୍ନ ଅଜବ ପୋଷାକ ପିନ୍ଧି ଥାଆନ୍ତି। ଫ୍ୟାଶନ ଶୋ’ରେ ବି ମଡେଲଙ୍କୁ କପଡା ବ୍ୟତୀତ ବିଭିନ୍ନ ପ୍ରକାର ଜିନିଷରେ ତିଆରି ଅଜବ ପୋଷାକ ପିନ୍ଧି ର଼୍ୟାମ୍ପରେ ଚାଲିବା ଦେଖିଥିବେ। ତେବେ ନିକଟରେ ଏମିତି ଏକ ପୋଷାକ ତିଆରି ହୋଇଛି, ଯାହା ସମ୍ପର୍କରେ ଜାଣିଲେ ଯେକେହି ଚକିତ ହୋଇଯିବେ। କାରଣ ଏ ହେଉଛି ପୃଥିବୀର ପ୍ରଥମ ପିନ୍ଧା ଯାଇପାରୁଥିବା ବଗିଚା। ଅର୍ଥାତ୍‌ ଏପରି ଏକ ବଗିଚା ତିଆରି କରାଯାଇଛି, ଯାହାକୁ ପୋଷାକ ପରି ପିନ୍ଧିହେବ। ଆମେରିକା, ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଡିଜାଇନର୍‌ ଅରୁସିଆକ୍‌ ଗେବ୍ରିୟଲନ୍‌ ଏହି ବଗିଚାକୁ ଡିଜାଇନ୍‌ କରିଛନ୍ତି। ଡିଜାଇନର୍‌ ଅରୁସିଆକ୍‌ ସବୁବେଳେ କହନ୍ତି ‘ଗ୍ରୋ ୟୋର୍‌ ଓନ୍‌ ଫୁଡ୍‌’। ଏହି ଆଧାରରେ ସେ ତିଆରି କରିଛନ୍ତି ପିନ୍ଧାଯାଇ ପାରୁଥିବା ଏହି ବଗିଚା। ତେବେ ଏହାର ଏକ ବିଶେଷତ୍ୱ ହେଉଛି ଏଥିରେ ଯେଉଁ ଫଳମୂଳ ଉତ୍ପାଦିତ ହୁଏ ସେଥିରେ ନିଜ ମୂତ୍ରଦ୍ୱାରା ସିଞ୍ଚନ କରାଯାଏ। ଫ୍ରାନ୍ସର ଉଦ୍ଭିଦ ବିଜ୍ଞାନୀ ପ୍ୟାଟ୍ରିକ୍‌ ବ୍ଲାକ୍‌ଙ୍କ ଭର୍ଟିକାଲ ଗାର୍ଡେନରୁ ଅରୁସିଆକ ଏହି ଅଭିନବ ବଗିଚା କରିବାକୁ ପ୍ରେରଣା ପାଇଛନ୍ତି, ଯେଉଁଥିରେ ମାଟିର ଆବଶ୍ୟକତା ପଡି ନ ଥାଏ। ପୋଷାକ ତିଆରି କରିବା ପାଇଁ ସେ ଆର୍ଦ୍ରତାକୁ ଧରି ରଖିପାରୁଥିବା କପଡାକୁ ବାନିୟନ୍‌ର ଆକାର କଟାଇ ଥାଆନ୍ତି। ଆଉ ତା’ରି ଉପରେ ପନିପରିବା ଫଳ ଆଦି ଉତ୍ପାଦନ କରିଥାଆନ୍ତି। ଅରୁସିଆକ ଏ ପର୍ଯ୍ୟନ୍ତ କୋବି, ଗାଜର, ଷ୍ଟ୍ରବେରୀ ଭଳି ୨୨ରୁ ଅଧିକ ପ୍ରକାରର ପନିପରିବା ଉତ୍ପାଦନ କରିସାରିଲେଣି। ସେ କହନ୍ତି, ମୁଁ ଭାବିଲି ଯେବେ ମାଟିରୁ ଜଳୀୟ ଅଂଶ କମିଯିବ ଫସଲ କେମିତି ହେବ? ଏହାର ଉତ୍ତର ଖୋଜି ଖୋଜି ଶେଷରେ ଉକ୍ତ ପୋଷାକ ତିଆରି କରିବା କଥା ଭାବିଲି। ପୋଷାକରେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଛି ଭବିଷ୍ୟତରେ ତାହାକୁ ବ୍ୟବହାର କରି ଚାଷ କରିହେବ। ତେବେ ଏହି ପୋଷାକରେ ଯେବେ ଫଳ, ପନିପରିବା ହୁଏ ପୋଷାକ ଓଜନିଆ ହୋଇଯାଏ। ଫଳରେ ଏହାକୁ ପିନ୍ଧିବା ମୁସ୍କିଲ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri