ପିତୃହନ୍ତା ପୁତ୍ରଙ୍କୁ ଆଜୀବନ ଜେଲ୍‌

ଆନନ୍ଦପୁର,୨୭। ୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ୨୦୧୬ ମସିହାରେ ଘଟିଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ପିତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମର ଦେବକାନ୍ତ ରାଉତ(୪୬) ନିଜ ବାପା ନାରାୟଣ ରାଉତଙ୍କୁ ୨୦୧୬ ମସିହା ଜୁନ ୨୩ ତାରିଖ ସନ୍ଧ୍ୟା ସମୟରେ କୁରାଢୀରେ ହାଣି ହତ୍ୟା କରିଥିଲେ।
ଘଟଣା ଦିନ ଦେବକାନ୍ତ ବଞ୍ଚୋ ଛକରେ ରହୁଥିବା ବାପାଙ୍କ ପାଖକୁ ଆସୁ ୨୦ ହଜାର ଟଙ୍କା ମାଗିଥିଲା ଏବଂ ମାଆଙ୍କ ସହିତ ଝଗଡା କରିଥିଲା। ମା’ଙ୍କଠାରୁ ଆଲମିରାର ଚାବିକାଠି ଛଡେଇ ନେଇ ଟଙ୍କା, ସୁନା ରୁପା ଗହଣା ଆଦି ନେଇଯାଉଥିବାବେଳେ ବାପା ନାରାୟଣ ଏହାର ବିରୋଧ କରିଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ଦେବକାନ୍ତ ସାଥିରେ ଆଣିଥିବା ଏକ ଧାରୁଆ କୁରାଢୀରେ ତାଙ୍କ ବାପା ନାରାୟଣଙ୍କୁ ଆଘାତ କରିଥିଲେ। ଫଳରେ ନାରାୟଣଙ୍କ ଡାହାଣପାଖ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେ ଗୁରୁତର ହୋଇପଡିଥିଲେ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୨୦୧୬ ମସିହା ଜୁନ ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ମା’ ତିଳୋତ୍ତମାଙ୍କ ଏତଲା ଅନୁଯାୟୀ ଆନନ୍ଦପୁର ଥାନାରେ ଏକ ମାମଲା (ନଂ.୧୦୬/୨୬.୬.୨୦୧୬) ରୁଜୁ କରାଯାଇଥିଲା। ମାନ୍ୟବର ଅତିରିକ୍ତ ଜିଲା ଦୌରାଜଜ୍‌ ଏସ.ଟି. କେସ୍‌ ନଂ ୫୩/୨୦୧୯/୨୦୧୭/୧୬ରେ ଭାରତୀୟ ଦଣ୍ଡବିଧି ଆଇନର ୪୫୦ ଦଫା ଅନୁଯାୟୀ ୧୦ ବର୍ଷ ଜେଲ ଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା କରିଥିବାବେଳେ ଜରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅନ୍ୟପକ୍ଷେ ଭାରତୀୟ ଦଣ୍ଡବିଧି ଆଇନର ୩୦୨ ଦଫା ଅନୁଯାୟୀ ଅଭିଯୁକ୍ତ ଦେବକାନ୍ତଙ୍କୁ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ମହେନ୍ଦ୍ର ମହାପାତ୍ର ଏହି ମାମଲାର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନାଁରେ ଠକେଇ; ୪ ଯୁବତୀ ସମେତ ୬ ଗିରଫ

କେନ୍ଦୁଝର,୨୪ା୬ (ସ୍ବ.ପ୍ର.)-ଏକ ମାର୍କେଟିଂ ସଂସ୍ଥା ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଠକିଥିବା ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ୪ ଯୁବତୀଙ୍କ...

ଭିଜିଲାନ୍ସ ଜାଲରେ ବିଡ଼ିଓ

ବାଲେଶ୍ୱର ଅଫିସ,୧୮।୬: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ। ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ରେଡ୍‌ କରିଛି। କଟକ ଡିଭିଜନର...

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଖଇରା, ୯ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରଫାୟାତପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀକକ୍ଷ ଅଭାବ ଯୋଗୁ ୨ଟି ଶ୍ରେଣୀର...

ଥଇଥାନ ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ୟବସାୟୀ

ଭଦ୍ରକ ଅଫିସ, ୪।୭ – ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ପରେ ରୋଜଗାର ହରାଇଥିବା ଦୋକାନୀମାନଙ୍କୁ ଥଇଥାନ ଦାବିରେ ସିପିଆଇ(ଏମ୍‌)ର ଜିଲା କମିଟି ବୁଧବାର ଜିଲାପାଳଙ୍କୁ...

ଓଡ଼ିଆ ଭାଷାର ଧ୍ରୁବତାରା ଫକୀରମୋହନ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର କବିତୀର୍ଥ ଶାନ୍ତିକାନନଠାରେ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ୩ଦିନ ଧରି ପାଳିତ ହୋଇଆସୁଥିବା ଫକୀରମୋହନ ଜୟନ୍ତୀ ଶେଷ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ପରିଷଦର...

ରେଳ ଷ୍ଟେଶନ,ଗଳାପୋଲ ଦାବିରେ ଧାରଣା

ରସାଳପୁର,୧୭।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ସଦର ଥାନା ନିକଟବର୍ତ୍ତୀ ବାଙ୍ଗରା ନିକଟରେ ଏକ ରେଳ ଷ୍ଟେଶନ ଓ ଗଳାପୋଲ ନିର୍ମାଣ ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। ଏନଇ...

ଶଟ୍‌ଡାଉନ ପ୍ରତ୍ୟାହାର ପରେ ଲକ୍‌ଡାଉନ କଡାକଡି: ୬୭ ଗାଡି ଜବତ, ୭୩ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ,୨୬।୪-ମହାମାରୀ କରୋନା ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନଜରରେ...

ସ୍ଥାୟୀ ବନ୍ଦୋବସ୍ତ ଲାଗି ଦାବିକଲେ ଲୋକେ

ବାଲେଶ୍ୱର ଅଫିସ,୨୦।୭ – ବାଲେଶ୍ୱର ସହରସ୍ଥିତ ଶୋଭାରାମପୁର ଅଞ୍ଚଳରେ ଥିବା ରେଲଓ୍ବେ ଜମି ଉପରେ ୩ଦଶନ୍ଧି ଧରି ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ଭୂମିହୀନ...

Advertisement
Archives

Model This Week