ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିଥିବା ଝିଅ ଉପରେ ନିର୍ମାଣ ହେବ ଫିଲ୍ମ

ଲକ୍‌ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ ବସାଇ ଘରକୁ ନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ଜ୍ୟୋତୀଙ୍କୁ ନେଇ ଫିଲ୍ମ ନିର୍ମାଣ କରାଯିବ। ଫିଲ୍ମରେ ଜ୍ୟୋତି ନିଜେ ଅଭିନୟ କରିବେ ବୋଲି ଜଣାପଡିଛି। ଭିମେକଫିଲ୍ମ ନାମକ ଏକ କମ୍ପାନୀ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଫିଲ୍ମର ଶୁଟିଂ ଅଗଷ୍ଟରେ ଆରମ୍ଭ ହେବ। ଜ୍ୟୋତି ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି।
ସୂଚନାଯୋଗ୍ୟ,ଜ୍ୟୋତିଙ୍କ ପିତା ମୋହନ ପାଶୱାନ ଗୁରୁଗ୍ରାମରେ ଜଣେ ଇ-ରିକ୍ସା ଡ୍ରାଇଭର ଥିଲେ କିନ୍ତୁ ଜାନୁଆରୀରେ ଏକ ଦୁର୍ଘଟଣାରେ ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା। ଜ୍ୟୋତି ଦୁର୍ଘଟଣା ପରଠାରୁ ତାଙ୍କ ପିତାଙ୍କ ସହ ରହୁଥିଲେ ଏବଂ ତାଙ୍କର ଯତ୍ନ ନେଉଥିଲେ। ଲକ ଡାଉନ ସମୟରେ କୌଣସି କାମ ନ ଥିବାରୁ ପାଶୱାନ ଏବଂ ତାଙ୍କ ଝିଅଙ୍କ ପାଖରେ ଖାଦ୍ୟ କିଣିବା ପାଇଁ ସମ୍ବଳ ନ ଥିଲା।
ଅନ୍ୟ ପକ୍ଷରେ ଘର ମାଲିକ ସେମାନଙ୍କୁ ଭଡା ଦେବାକୁ ଚାପ ପକାଉଥିଲେ। ଯଦିଓ ପାସୱାନ ସାଇକେଲରେ ବିହାରକୁ ଫେରିବା ସପକ୍ଷରେ ନଥିଲେ, ଝିଅ ଜ୍ୟୋତି ତାଙ୍କୁ ପ୍ରବର୍ତ୍ତାଇଥିଲେ ଏବଂ ଶେଷରେ ସେ ରାଜି ହୋଇଥିଲେ। ଏହି ଯାତ୍ରା କଷ୍ଟ ଦାୟକ ଥିଲା କିନ୍ତୁ ସମ୍ଭବ ହୋଇପାରିଲା ବୋଲି ଝିଅ ଜ୍ୟୋତି କହିଥିଲେ। ସେ କହିଛନ୍ତି ଯେ, ରାସ୍ତାରେ ଯାହା ସାହାଯ୍ୟ ପାଇଲୁ ଆମେ ଆଗକୁ ବିଲୁ। କିଛି ଲୋକ ଆମକୁ ଖାଦ୍ୟ ଦେଲେ। ଆମେ ମଧ୍ୟ ଦୁଇ ଦିନ ଭୋକରେ ମଧ୍ୟ ରହିଥିଲୁ।ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଈଭାଙ୍କା ଟ୍ରମ୍ପ ବିହାରର ଝିଅ ଜ୍ୟୋତିଙ୍କ ନିଜ ପିତାଙ୍କୁ ସାଇକେଲରେ ବସାଇ ଆଣିଥିବା ଭିଡିଓ ଦେଖିଥିଲେ ଓ ଜ୍ୟୋତିଙ୍କୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri