ପିଓକେରେ ଶକ୍ତିଶାଳୀ ଭୂକମ୍ପ:୨୬ ମୃତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୫-୯(ପି.ଟି.) :ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ ପାକିସ୍ତାନର ଉତ୍ତରଭାଗର ଅନେକ ଅଞ୍ଚଳ ଥରିଉଠିଛି। ଏଥିରେ ଅନୂ୍ୟନ ୨୬ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧିପାଇପାରେ ବୋଲି ଆଶଙ୍କା କରାଯାଉଛି। ୮ରୁ ୧୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ପିଓକେର ନ୍ୟୁ ମିରପୁର ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତର କେତେକେ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।
ପାକିସ୍ତାନ ପାଣିପାଗ ବିଭାଗର ଆର୍ଥକ୍ୱେକ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଅପରାହ୍ନ ୪ଟା ପରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ପଞ୍ଜାବ ପ୍ରଦେଶର ପାର୍ବତ୍ୟ ସହର ଝେଲମରେ ପ୍ରଥମେ ଅନୁଭୂତ ହୋଇଥିଲା। ଏହାର ଗଭୀରତା ଥିଲା ୧୦ କି.ମି.। ତେବେ ଭୂକମ୍ପର ତୀବ୍ରତା ୭.୧ ବୋଲି ପାକିସ୍ତାନର ବିଜ୍ଞାନ ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ ସୂଚନା ଦେଇଛନ୍ତି। ପିଓକେର ମିରପୁର ପୋଲିସ ଡିଆଇଜି କହିଛନ୍ତି, ଶକ୍ତିଶାଳୀ ଭୂକମ୍ପ ଯୋଗୁ ମିରପୁର ଓ ଏହାର ଆଖପାଖ ଅଞ୍ଚଳର ବହୁ ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଲୋକେ ଭୟରେ ଘରୁ ବାହାରିଯାଇଛନ୍ତି। ରାସ୍ତାଗୁଡ଼ିକ ଫାଟି ଆଁ କରିଛି। ଏଥିରେ ୨୬ ଜଣ ପ୍ରାଣ ହରାଇଛନ୍ତି। ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ କମାର ଜାଭେଦ୍‌ ବାଜ୍‌ଓ୍ବା ନିର୍ଦ୍ଦେଶ ଦେଇଛନ୍ତି। ସେନା ପକ୍ଷରୁ ହେଲିକପ୍ଟରରେ ମେଡିକାଲ୍‌ ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ପ୍ରକୃତରେ କେତେ ଧନଜୀବନ ନଷ୍ଟ ହୋଇଛି ସେନେଇ ଆକଳନ କରାଯାଉଛି ବୋଲି ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ମହମ୍ମଦ ଅଫ୍‌ଜଲ୍‌ କହିଛନ୍ତି। ଇସ୍‌ଲାମାବାଦ ସମେତ ପେଶାଓ୍ବର, ରାଓ୍ବଲପିଣ୍ଡି, ଲାହୋର, ସ୍କାର୍ଦୁ, କୋହାଟ, ଚର୍ସାଦ୍ଦା, କସୁର, ଫୈସଲାବାଦ, ଗୁଜରାଟ, ସିଆଲକୋଟ, ଆବୋଟ୍ଟାବାଦ, ମନସେରା, ଚିତ୍ରାଲ, ମାଲାକଣ୍ଡ, ମୁଲତାନ, ଶାଙ୍ଗଲା, ଓକାରା, ନୌସେରା, ଆଟ୍ଟକ ଓ ଝାଙ୍ଗ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।
ପ୍ରକାଶ ଯେ, ୨୦୦୫ ଅକ୍ଟୋବର ୮ରେ ପିଓକେରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ୭.୬ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଯୋଗୁ ୭୩,୦୦୦ ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷାଧିକ ଲୋକ ବାସହରା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri