ପିଇଲା ପାଏନ୍‌ ଲାଗି ହଟହଟା ବିନିକା ସହରବାସୀ

ବିନିକା,୨୭ା୪(ଡି.ଏନ୍‌.ଏ): ଏହେଦ୍‌କା ସାରା ରାଏଜେ ଖରାର ତେଜ୍‌ ବଢ଼ତେଲ ଯାଉଛେ। ବଡ଼ଭାଗି ସହରମାନକର ତାପମାନ ୪୦ ଡିଗ୍ରୀ ଉପରେ ରହୁଛେ। ଏନ୍‌ତାଥି ବିନିକା ସହରର ତାପ୍‌ମାନ ବି ଦିନାକେତେ ହେଲା ୪୦ ଡିଗ୍ରୀ ଉପରେ ରହୁଛେ। ଲୋକ୍‌ ଦିନର ୧୦ ବାଜ୍‌ଲେ ଘରୁ ଭଟାକେ ନାଇଁ ବାହାରବାର। ରାସ୍‌ତାଘାଟ ଶୂନ୍‌ସାନ ହେଇଯାଉଛେ। ଏନ୍‌ତା ଖରା ତାତିରେ ଏହେଦେ ବିନିକା ସହରବାସୀ ପିଇଲା ପାଏନ୍‌ ସମସିଆର ସଂଗେ ଯୁଝୁଥିବାର ଅଭିଯୋଗ ହେଉଛେ।

ସୂଚନା ହିସାବେ ବିନିକା ଏନ୍‌.ଏ.ସି. ୧୨ଟା ଓ୍ବାର୍ଡକେ ନେଇ ଗଠିତ୍‌। ସହରର ଲୋକ୍‌  ସଂଖ୍ୟା ଏହେଦେ ପାଖାପାଖି ୧୬ ହଜାରକେ ଛିଁଲାନ। ସେ ହିସାବେ ଦିନୁ ଦିନ୍‌କେ ଲୁକ୍‌କର ମଉଲିକ ସୁବିଧାର ଦରକାର ପଡ଼ୁଛେ। ସହରବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ସହରାଞ୍ଚଳ ଜଳ ଯୋଗାଣ ସଂସ୍ଥା ତରଫୁ ୨ ମାସ ତଲେ ବିନିକା ପାପକ୍ଷୟ ଘାଟେ ୯ କୋଟି ୧୨ ଲାଖ୍‌ ଟଁକାରେ ଗୁଟେ ପାଏନ୍‌ ପ୍ରକଳ୍ପ ତିଆର ହେଇଛେ। ପ୍ରକଳ୍ପରେ ଫିଦିନ୍‌ ୨.୨୫ ଏମ୍‌ଏଲ୍‌ଡି ଲିଟର ପାଏନ୍‌ ବିଶୋଧନ କରବାର ବେବସ୍‌ତା ରହିଛେ। ସେନ୍‌ତା ଇଠାନୁ ବିନିକା ସହରକେ ଫିଦିନ୍‌ ୨.୨୫ ଏମ୍‌ଏଲ୍‌ଡି ଲିଟର ପାଏନ୍‌ ପାଇପ୍‌ରେ ଯୁଗେଇ ଦିଆଯାଉଛେ। ସହରର ଭିନେ ଭିନେ ଓ୍ବାର୍ଡରେ ୧ଶହରୁ ଅଧ୍‌କା ପବ୍ଲିକ୍‌ ଷ୍ଟାଣ୍ଡପୋଷ୍ଟ ତିଆର ହେଇଛେ। ଇତାର ବାହାରେ ୨୨ଶହ ହାଉସହୋଲ୍ଡରକୁଁ ପାଇପ୍‌ ପାଏନ୍‌ ଯୁଗେଇ ଦେବାର ଲାଗି ପାଖାପାଖି ୪୦ କି.ମି. ପାଇପ୍‌ ଲାଇନ୍‌ ସହରରେ ବିଛାଯାଇଛେ। ଜଳଯୋଗାଣ ବିଭାଗର ନିୟମ ହିସାବେ ସହରାଞ୍ଚଲରେ ରହୁଥିବାର ଲୋକ୍‌ମାନକୁ ଝନ୍‌ ପିଛା ଫିଦିନ ୧୫୫ ଲିଟର ପାଏନ୍‌ ଦିଆଯାଉଛେ। ହେଲେ ବିନିକା ସହରାଞ୍ଚଲରେ ରହିଥିବାର ଷ୍ଟାଣ୍ଡପୋଷ୍ଟମାନକେ ଅଲପ୍‌ ଅଲପ୍‌ ପାଏନ୍‌ ବାହାରୁଛେ। ଯେନ୍‌ଥିରଲାଗି ଲୋକ୍‌ ଘଁଟା ଘଁଟା ଧରି ଧାଡ଼ିବଁାଧି ଠିଆ ହେଇ ରହୁଛନ୍‌। ଏନ୍‌ତାଥି କିଏ ପାଏନ୍‌ ପାଉଛେ ତ କିଏ ନାଇଁ।  ସହରର ସବୁ ଓ୍ବାର୍ଡରେ ନୂତନ ପ୍ରକଳ୍ପର ପାଇପ୍‌ ଖଁଜା ଯାଇଛେ। ହେଲେ ଲୁକ୍‌କର ଅଭିଯୋଗ ହେଲା ଯେ, ପୁରନା ପାଇପ୍‌ରେ ଲୋକ୍‌ ସୁବିଧାରେ ଦରକାର ହିସାବେ ପାଏନ୍‌ ପାଉଥିଲେ। ଏହେଦେ ନୂତନ୍‌ ବେବସ୍‌ତାରେ ଲୋକ୍‌ ଦରକାର ହିସାବେ ପାଏନ୍‌ ନାଇଁ ପାଏବାର। ଇ ବାବ୍‌ଦେ ବିନିକା ଏନ୍‌.ଏ.ସି. ପିଏଚ୍‌ଡି ଜେଇ ଏ.କେ.ମୂର୍ତ୍ତିକୁଁ ପଚରାଲାରୁ ପୁରନା ଜଳ ଯୋଗାଣ ବେବସ୍‌ତାରେ ୨୫୦ ହାଉସହୋଲ୍ଡର ପିଇଲା ପାଏନ୍‌ ପାଉଥିଲେ। ନୂତନ ପ୍ରକଳ୍ପ ହେଲାରୁ ୨୩ଶହ ହାଉସହୋଲ୍ଡର ପାଏନ୍‌ ପାଉଛନ୍‌। ଫିଦିନ ସହରବାସୀକୁ ୨.୧୫ ଏମ୍‌ଏଲ୍‌ଡି ଲିଟର ପାଏନ୍‌ ସପ୍ଲାଇ ହେଉଛେ। ଗୁଟେ ଘରକେ ଝନ୍‌ ପିଛା ୧୫୫ ଲିଟର ସରକାରୀ ନିୟମ ହିସାବେ ପାଏନ୍‌ ଦିଆଯାଉଛେ। ହେଲେ ଲୋକ୍‌ ଇତାରଠାନୁ ଅଧ୍‌କା ପାଏନ୍‌ ବେଭାର କରୁଛନ୍‌। ହେଲେ ପାଏନ୍‌ଟା ଖାଲି ଲୁକ୍‌କର ପିଇବାରେ ବେଭାର କରବାର ଲାଗି ସପ୍ଲାଇ ହେଉଛେ। ଯଦି ସହରବାସୀକୁ ପିଇଲା ପାଏନ୍‌ ନିହଁଟ୍‌ ପଡ଼ୁଛେ, ସେମାନେ ଲିଖିତ ଅଭିଯୋଗ କଲେ ସପ୍ଲାଇ ପାଏନ୍‌ର ପରିମାନକେ ବଢ଼ା ଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri