ପିଇବା ପାଣି ଯୋଗାଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ମଙ୍ଗଳବାର ପଶ୍ନୋତ୍ତରବେଳେ ଏହି ସୂଚନା ଦେଇଛନ୍ତି ପଞ୍ଜାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ରାଜ୍ୟରେ କେତୋଟି ଗ୍ରାମକୁ ପାଇପ୍‌ ପାଣି ଯୋଗାଇ ଦିଆଯାଇଛି। କୋରାପୁଟ ଜିଲାରେ କେତେ ଗ୍ରାମରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ହେଉଛି। ଏହି ଜିଲାର ବହୁ ପ୍ରକଳ୍ପ ଅଚଳ ହୋଇପଡିଛି କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୪୭ ହଜାର ୩୬୬ଗ୍ରାମରୁ ୧୯ ହଜାର ୫୦୪ଟି ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇଦିଆଯାଉଛି। କୋରାପୁଟ ଜିଲାର ୧ ହଜାର ୯୩୨ ଗ୍ରାମରୁ ୫୪୮ ଗ୍ରାମକୁ ପାନୀୟ ଜଳ ଯୋଗାଇଦିଆଯାଉଛି। ଏହି ଜିଲାର ୯୧ଟି ଗ୍ରାମକୁ ଏକକ ପାନୀୟ ଜଳ ଯୋଗାଣ ମାଧ୍ୟମରେ ଏବଂ ୨୫୭ଟି ଗ୍ରାମକୁ ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ ଯୋଗାଣ ବ୍ୟବସ୍ଥା ହେଉଛି। କୋରାପୁଟରେ ୪୯୧ଟି ପ୍ରକଳ୍ପ ମଧ୍ୟରେ ୭ଟି ସାମୟିକ ଭାବେ ଅଚଳ ରହିଛି। ଏହାକୁ ମରାମିତି କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଅତିରିକ୍ତ ପ୍ରଶ୍ନରେ ତାରା କହିଥିଲେ ଯେ, ରାଜ୍ୟରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପାଇପ୍‌ ଯୋଗେ ପାନୀୟ ଜଳ ପ୍ରଳ୍ପ ଅଚଳ ରହିଛି। ଯେଉଁ ତଥ୍ୟ ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଅସତ୍ୟ। ବିଭାଗ ପକ୍ଷରୁ ଏକ ଟିମ୍‌ ପଠାଇ ପରିସ୍ଥିତି ଦେଖିବେ କି। ଖରାପ ହୋଇଥିବା ନଳକୂପ ସଜାଡିବା ପାଇଁ ବ୍ୟବସ୍ଥା କରିବେ କି ବୋଲି ପ୍ରଶ୍ନ କରିଥିଲେ। ସେହିପରି କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ବିଜେଡି ସଭ୍ୟ ପ୍ରଦୀପ ମହାରଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, କୁସୁମ ଟେଟେ ପ୍ରମୁଖ ରାଜ୍ୟର ପାନୀୟ ଜଳ ଯୋଗାଣକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଯେତେବେଳେ ପ୍ରଶ୍ନ କରାଯାଉଛି ମନ୍ତ୍ରୀ ଚିରାଚରିତ ଢଙ୍ଗରେ ତୁରନ୍ତ ମରାମତି କରାଯିବ ବୋଲି କହୁଛନ୍ତି। ୪୭ ହଜାର ଗାଁରୁ ମାତ୍ର ୧୯ ହଜାର ଗାଁକୁ ପାନୀୟ cଜଳ ଯୋଗାଇ ଦିଆଯାଇଛି। ଅବଶିଷ୍ଟ ଗାଁକୁ କେବେ ସୁଦ୍ଧା ପାନୀୟ ଜଳ ଯୋଗାଣ କରାଯିବ। ପ୍ରତାବ ବାବୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି। ନବୀନ ବାବୁଙ୍କ ନାଁ ନେଇ ଖସିଯିବାକୁ ଚେଷ୍ଟା ନକରନ୍ତୁ। ୨୦୨୦ ସୁଦ୍ଧା ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ମନ୍ତ୍ରୀ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେତେ ଟଙ୍କା ଯୋଗାଇ ଦେଉଛନ୍ତି। ସୌରଶକ୍ତିଚାଳିତ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି। ସେଗୁଡିକୁ କେବେ ସୁଦ୍ଧା ମରାମତି କରାଯିବ। ନଳକୂପ ମରାମତି କରୁଥିବା କର୍ମଚାରୀମାନେ ସେମାନଙ୍କ ପାଉଣା ପାଉନାହାନ୍ତି। କେବେ ସୁଦ୍ଧା ସେମାନଙ୍କୁ ପାଉଣା ମିଳିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ପାନୀୟ ଜଳ ଯୋଗାଣକୁ ନେଇ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବାଚସ୍ପତି କହିଥିଲେ ଯେ, ସଦସ୍ୟମାନେ ନିଜ ଅଞ୍ଚଳର ସମସ୍ୟା ଲିଖିତ ଭାବେ ମନ୍ତ୍ରୀଙ୍କୁ ଦେଇଦିଅନ୍ତୁ। ମନ୍ତ୍ରୀ ଉତ୍ତରରେ କହିଥିଲେ ଯେ, ୨୦୨୦ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ନୁହେଁ, ସହରକୁ ପାଣି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହା ଅନୁଯାୟୀ କାର୍ଯ୍ୟ ଚାଲିଛି। ପାନୀୟ ଜଳ ଯୋଗାଣ ପାଇଁ ଯେତିକି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ରାଜ୍ୟର ୬୫ ପ୍ରତିଶତ ଲୋକଙ୍କୁ ପାଇପ୍‌ ଯୋଗେ ପିଇବା ପାଣି ମିଳିପାରିବ। କେନ୍ଦ୍ର ସରକାରଙ୍କ ଅନୁଦାନ ଅତ୍ୟନ୍ତ ନୈରାଶଜନକ ରହିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ନିଜ ଅଂଶଧନ ବାବଦରେ ୭ ହଜାର ୨୨୧ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ସରକାର ମାତ୍ର ୫୪୯ କୋଟି ଟଙ୍କା ଦେଇଛନ୍ତି। ୨୦୧୫-୧୬ ରାଜ୍ୟ ସରକାର ୬୬୮କୋଟି ଟଙ୍କା ପାନୀୟ ଜଳ ପ୍ରକଳ୍ପ ପାଇଁ ଦେଇଥିବାବେଳେ କେନ୍ଦ୍ର ସରକାର ୯୩ କୋଟି, ୨୦୧୬-୧୭ ରାଜ୍ୟ ସରକାର ୭୫୨ ଓ କେନ୍ଦ୍ର ସରକାର ୧୨୨, ୨୦୧୭-୧୮ ରାଜ୍ୟ ସରକାର ୮୭୭ ଓ କେନ୍ଦ୍ର ସରକାର କେବଳ ୭୮ ଏବଂ ୨୦୧୮-୧୯ରେ ରାଜ୍ୟ ସରକାର ୧୬୫୬ କେନ୍ଦ୍ର ସରକାର ୧୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିପିଲିରେ ଉପଦ୍ରବ ଘଟାଇବା ପରେ ଭୁବନେଶ୍ୱରରେ ପହଞ୍ଚିଲା ଦନ୍ତା

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ପୁରୀ ଜିଲା ପିପିଲି ଓ ବଳଙ୍ଗା ଅଞ୍ଚଳରେ ଗତ ୩ ଦିନ ଧରି ତାଣ୍ଡବ ରଚିଥିବା ଦନ୍ତା ଏବେ ଭୁବନେଶ୍ୱରରେ। ରବିବାର ରାତିରେ...

ପାଗ ଭିଡ଼ିଲେଣି ଚାଷୀ : ଖରିଫ ଋତୁରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ହେବ ଚାଷ

  ବାରିପଦା ଅଫିସ,୧୯ା୫- କରୋନା ପାଇଁ ଲକ୍‌ଡାଉନ ଯୋଗୁ ରବି ଚାଷରେ କ୍ଷତି ସହିଥିବା ମୟୂରଭଞ୍ଜ ଜିଲାର ଚାଷୀ ଏବେ ଖରିଫ ଚାଷ ପାଇଁ ପାଗ...

ଚାଚେରୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୫ା୩: ଶ୍ରୀମନ୍ଦିରରେ ବୁଧବାରଠାରୁ ଦୋଳପର୍ବ ଆରମ୍ଭ ହୋଇଛି। ମଧ୍ୟାହ୍ନ ଧୂପ ପରେ ୩ ବାଡ଼ରେ ମଇଲମ ହୋଇ ନୂଆଲୁଗା ଲାଗି କରାଯାଇଥିଲା। ପାଳିଆ ମେକାପ...

ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିବ ପ୍ରଶାସନ

ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତୀକରଣ ତଥା ମନ୍ଦିର ଆୟ ବୃଦ୍ଧି ନେଇ ପର୍ଯ୍ୟଟନ ବିଭାଗ, ବିଏମସି ଓ ଦେବୋତ୍ତର ବିଭାଗ ମିଳିତ ପ୍ରୟାସରେ...

୬ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ୬ ଜଣ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଏବଂ ଅପାରଗତା ପାଇଁ ଏଭଳି...

ଲଘୁଚାପ ଦୁର୍ବଳ: ୬ ଯାଏ ବର୍ଷା ନାହିଁ

ଭୁବନେଶ୍ୱର,୩।୭(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ମଙ୍ଗଳବାର ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଝାଡଖଣ୍ଡ ଏବଂ ଓଡିଶାର କିଛି ଅଂଶରେ...

ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା

ଭଦ୍ରକ ଅଫିସ, ୩।୧୨- ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛି। ମାତ୍ର ତୃଣମୂଳ ସ୍ତରରେ ଏହି ଯୋଜନାର...

ନୂଆ ୟୁନିଫର୍ମରେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୨।୧(ବ୍ୟୁରୋ): ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଛି ନୂଆ ୟୁନିଫର୍ମ। ପୂର୍ବରୁ ଅଗ୍ନିଶମ କର୍ମଚାରୀ ବ୍ୟବହାର କରୁଥିବା ୟୁନିଫର୍ମରେ ନିଆଁ ଲାଗିଯାଉଥିଲା।...

Advertisement


Archives

Model This Week