ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ, ନଚେତ ବିଧାନସଭା ଅଚଳ କରିଦିଆଯିବ: ଭାଜପା

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରନ୍ତୁ। ନଚେତ ବିଧାନସଭା ଅଚଳ କରିଦିଆଯିବ। ଏଭଳି ଚେତାବନୀ ଦେଇଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ। ଭାଜପା ଶୁକ୍ରବାର ସ୍ମିତାରାଣୀଙ୍କ ପରିବାରଲୋକଙ୍କୁ ଭେଟିବା ପରେ ଶନିବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ସେ ଏଭଳି ଉକ୍ତି ରଖିଛନ୍ତି ।

ସେ କହିଛନ୍ତି, ମହିଳା କମିଶନ ଘଟଣାସ୍ଥଳକୁ ଯାଇଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ମୃତା ସ୍ମିତାରାଣୀଙ୍କ ପରିବାରଲୋକଙ୍କୁ ଭେଟିନାହାନ୍ତି। କେବଳ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୪ଜଣଙ୍କୁ ପୋଲିସ ଗିରଫ କରିନାହିଁ। ଅପରପକ୍ଷେ ସ୍ମିତାଙ୍କ ସ୍ବାମୀ ଏବଂ ଭାଇଙ୍କୁ ଘଣ୍ଟାଘଣ୍ଟା ଧରି ଜେରା କରାଯାଇଛି। ଯେଉଁ ସ୍କର୍ପିଓରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ତାହା ସିଲ କରାଯାଇନାହିଁ। ସେହିଭଳି ସିସିଟିଭି ଫୁଟେଜ୍‌ ମଧ୍ୟ ନାହିଁ। ଜିଲା ପୋଲିସ ଏବଂ ପ୍ରଶାସନ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଯୋଗୁ ନ୍ୟାୟ ମିଳିବା ଅସମ୍ଭବ। ଏଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ଦିଆଯାଉ ବୋଲି ସେ କହିଛନ୍ତି। ଏଥିସହ ସ୍ମିତାଙ୍କ ପରିବାର ଭୟଭୀତ ଥିବାରୁ ସେମାନଙ୍କୁ ୨୪ଘଣ୍ଟିଆ ସୁରକ୍ଷା ଦିଆଯାଉ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ,ଏସ୍‌ପିଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗପହଣ୍ଡି,୨୫।୭(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲାପାଳ ଦିବ୍ୟ...

ରାଜ୍ୟରେ ଆଜି ୮,୩୯୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ...

ବିଦ୍ୟୁତ୍‌ ତାର ବିଛାଇ ଦନ୍ତାହାତୀ ଶିକାର

ଅମରପାଲି, ୨୦-୧୧ (ଡି.ଏନ.ଏ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ସାରସଦାଦର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଶିକାର କରାଯାଇଛି। ଶିକାର ପରେ ହାତୀର...

ଗୁମୁଡୁମାହା ଗୁଳିକାଣ୍ଡ ମାମଲା : ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଦେବାକୁ ସରକାର ବାଧ୍ୟ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ) : କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତକଙ୍କ ପରିବାରକୁ ଅଧିକ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)...

ଆରମ୍ଭ ହେଲା ‘ମୋ ସରକାର’ ଯୋଜନା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବାକୁ ନେଇ ସର୍ବଦା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହୁଛି। ଅନେକ ସମୟରେ ଡାକ୍ତରଖାନା ଓ ଥାନାର କର୍ମଚାରୀମାନେ ଜନସାଧାରଣଙ୍କୁ...

ପୁରୀରେ ହେବ ପ୍ଲାନେଟାରିୟମ

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ପୁରୀ ଜିଲାରେ ନିର୍ମାଣ ହେବ ପ୍ଲାନେଟାରିୟମ। ପୁରୀ ଐତିହ୍ୟ ପ୍ରକଳ୍ପ ସହ ଯୋଡ଼ି ହେବ ଆଉ ଏକ ଫର୍ଦ୍ଦ। ରାଜ୍ୟ ସରକାର ପୁରୀ ଜିଲାର...

‘ମୋ ସରକାର’ରେ ସାମିଲ ହେଲା ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ବିଭାଗ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଶିଳ୍ପ ବିଭାଗ ଏବଂ ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ) ‘ମୋ ସରକାର’ରେ ସାମିଲ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା...

ବେଡ୍‌ରୁମ୍‌ରେ ପଶି ଫଟୋ ଉଠାଇଲେ ୨ ଅଜଣା ଯୁବକ, ପୋଲିସକୁ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରିଲ୍‌ ଲାଇଫ୍‌ରୁ ରିଏଲ ଲାଇଫ୍‌ର ଯାତ୍ରାକୁ ନେଇ ଚର୍ଚ୍ଚିତ ଯୋଡି ମଧ୍ୟରେ ଅନ୍ୟତମ ହେଉଛି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ...

Advertisement
Archives

Model This Week