ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ

ଧର୍ମଶାଳା,୧୯।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି। ରୂପେଶଙ୍କୁ ଧର୍ମଶାଳା ଥାନା ପୋଲିସ ଗୁରୁବାରଠାରୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଶନିବାର ତାଙ୍କୁ ଗିରଫ କରିଛି। ଏଥିସହ ସ୍ମିତାରାଣୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା। ଏଣୁ କୌଣସି କଥାକୁ ନେଇ ମତାନ୍ତର ହୋଇଥାଇପାରେ ବୋଲି ଖବରଦାତା ସମ୍ମିଳନୀରେ ଯାଜପୁର ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବୁଧବାର ସରପଞ୍ଚ ମଧୁସ୍ମିତା ଭଦ୍ର ଏବଂ ଅନ୍ୟମାନଙ୍କ ସହ ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିଲେ। ସେଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଫେରିବା ପରେ ନିକଟରେ ଥିବା ସରପଞ୍ଚଙ୍କ ଗେଷ୍ଟ ହାଉସକୁ ମଧ୍ୟାହ୍ନଭୋଜନ କରିବାକୁ ଯାଇଥିଲେ। ସାଙ୍ଗରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଓ ଅନ୍ୟକିଛି ସହଯୋଗୀ ଥିଲେ। ତେବେ ମଧ୍ୟାହ୍ନଭୋଜନ ପୂର୍ବରୁ ସ୍ମିତାରାଣୀ ବାଥ୍‌ରୁମ୍‌କୁ ଯିବାକୁ କହି ଉପର ମହଲାକୁ ଯାଇଥିଲେ। ସେଠାରେ ସେ ଏକ କୋଠରିର ଫ୍ୟାନ୍ରେ ନିଜ ଓଢ଼ଣିରେ ଦଉଡ଼ି ଦେଇଥିଲେ। ଏହା ଜଣାପଡ଼ିବା ପରେ ରୂପେଶ ଓ ଅନ୍ୟମାନେ କବାଟ ଭାଙ୍ଗି ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି କି ଏହି ଘଟଣା ସମ୍ପର୍କରେ ରୂପେଶ ପିଇଓ ସ୍ମିତାରାଣୀଙ୍କ ବାପାଙ୍କୁ ଖବର ଦେଇଥିଲେ। ତେବେ ଅଫିସ କାର୍ଯ୍ୟରେ ଯାଇଥିବା ଜଣେ ଅଧିକାରିଣୀ ଖାଇବାକୁ ଯାଇ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ଭାଜପା ଏବଂ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱ ନେଲେ ନୂଆ ଡାକ୍ତର

ଗଞ୍ଜାମ,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)ରେ ଡାକ୍ତର ଭାବେ ଜ୍ୟୋତିର୍ମୟୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଏହି ପଦବୀ ଖାଲିପଡ଼ିଥିଲା।...

ଏମ୍‌ପି, ବିଧାୟକଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଏବଂ ଅନୁଗୋଳ ଜିଲାର ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ଏ ନେଇ ଢେଙ୍କାନାଳ ଜିଲା ବିଜେଡି...

ଆଠମଲ୍ଲିକରେ ଝଡ଼ତୋଫାନ

ଆଠମଲ୍ଲିକ,୧୨।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ମଙ୍ଗଳବାର ଅଦିନିଆ ବର୍ଷା ସହ ପ୍ରବଳ ପବନ ଓ କୁଆପଥର ମାଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଝଡ଼ତୋଫାନ...

ବଳକା ଧାନ ବିକ୍ରି ଚିନ୍ତା

ଢେଙ୍କାନାଳ ଅଫିସ, ୧୩।୨:ମିଳିଥିବା ଟୋକନ ଅନୁଯାୟୀ ବିକ୍ରି ସରିଛି ଧାନ। ହେଲେ ଅମଳ ତୁଳନାରେ ଏହା ଯଥେଷ୍ଟ କମ୍‌। ବଳିଯାଇଥିବା ଧାନ ଅସୁରକ୍ଷିତ ଭାବେ ଖଳାରେ...

ଓଡ଼ିଆ ଫିଲ୍ମ ମେକରଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ସୋସାଇଟି ଫର୍‌ ଆକ୍‌ନଲେଜ୍‌ମେଣ୍ଟ୍‌ ଇନ୍‌ ୱାର୍କ ଏକ୍ସିଲେନ୍ସ (ଏସ୍‌ଏଡବ୍ଲ୍ୟୁଇ) ପକ୍ଷରୁ ଓଡ଼ିିଆ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମ୍ମାନିତ କରାଯାଇଛି। ନିକଟରେ ଦୁବାଇରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର...

ମାଫିଆଙ୍କ ଚରାଭୂଇଁ ପାଲଟିଛି ଖୋର୍ଦ୍ଧା ସହର: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା ଅଫିସ,୨୨ା୯: ଖୋର୍ଦ୍ଧାରେ ଦିନକୁ ଦିନ ବଢ଼ିଚାଲିଛି ବ୍ରାଉନସୁଗାର କାରବାର। ବାରମ୍ବାର ଚଢ଼ାଉ ସତ୍ତ୍ୱେ ଥମିବାର ନାଁ ଧରୁନି। ଯେତିକି ଧରା ହେଉଛି, ସେତିକି ବଢୁଛି।...

ଅନୁଗୋଳର ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ସିଦ୍ଧାର୍ଥ ସ୍ବାଇଁ

ଅନୁଗୋଳ ଅଫିସ,୧୪ା୯: ଅନୁଗୋଳ ଜିଲାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା କାର୍ଯ୍ୟାଳୟଠାରେ...

ବନ୍ଦ ହେଲା ମନ୍ଦାରବସ୍ତ ସାପ୍ତାହିକ ହାଟ

କଣାସ,୩୧ା୩(ସ୍ବ.ପ୍ର.)- କରୋନାର ବଢ଼ୁଥିବା ପ୍ରଭାବ ଯୋଗୁ ସାରା ପୃଥିବୀ ସ୍ତମ୍ଭୀଭୂତ ହୋଇପଡିଛି। ଏହାର ମୁକାବିଲା କରିବାକୁ ସରକାର ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ବହୁ ସମର୍ଥନ...

Advertisement
Archives

Model This Week