ପିଇଓଙ୍କ ବଦଳିକୁ ନେଇ ଅସନ୍ତୋଷ

ବାଲିକୁଦା,୨୫।୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ସରପଞ୍ଚ ସଂଘର ଏକ ବୈଠକ ମରିଚିପୁର ପଞ୍ଚାୟତର ମା’ ବନ୍ଦରେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ତଥା ବରମୁଣ୍ଡଳି ସରପଞ୍ଚ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସରପଞ୍ଚଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ସରପଞ୍ଚମାନଙ୍କ ଅଗୋଚରରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧରକାରୀ(ପିଇଓ)ଙ୍କୁ ଅନ୍ୟତ୍ରବଦଳି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ସଂଘ କର୍ମକର୍ତ୍ତା ବିଡିଓଙ୍କୁ ଅଭିଯୋଗ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଆଦି ଭତ୍ତା ପ୍ରଦାନ ପିଇଓଙ୍କ ବଦଳି, ଖାଉଟି ସାମଗ୍ରୀ ବଣ୍ଟନ ଏବଂ ବିଭିନ୍ନ ଛକରେ ଉଜ୍ଜ୍ୱଳ ଆଲୋକ ସେବାର ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ(ସିଏଫ୍‌ସି) ଓ ଚତୁର୍ଦ୍ଦଶ ରାଜ୍ୟ ଅର୍ଥ ଆୟୋଗ ଅଂଶ ଅର୍ଥ ବିନିଯୋଗ କରାଯାଇ କୌଣସି ରାସ୍ତା ନିର୍ମାଣ ହୋଇ ପାରିବ ନାହିଁ ବୋଲି ସରକାର ଯେଉଁ ନିୟମ ପ୍ରଣୟନ କରିଛନ୍ତି ତାହାକୁ ନେଇ ସରପଞ୍ଚଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ନିୟମରେ ପରିବର୍ତ୍ତନ ଅଣା ନଗଲେ ପ୍ରଥମତଃ ପଞ୍ଚାୟତର ସମୂହ ସ୍ବାର୍ଥ ହାନୀ ହେବାର ଆଶଙ୍କା ଥିବାରୁ ସରପଞ୍ଚମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସଂଘର ସମ୍ପାଦକ ରମେଶ ପାଇଟାଳ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଅନୁସୂୟା ସାହୁ ଆୟବ୍ୟୟ ଚିଠା ଉପସ୍ଥାପନ କରିଥିଲେ। ଉପସଭାପତି ସାଧୁ ଚରଣ ସାହୁ ବିଧାୟକ ଓ ମନ୍ତ୍ରୀଙ୍କ ଭଳି ସରପଞ୍ଚମାନଙ୍କୁ ପେନସନ ପ୍ରଦାନ କରାଯିବାକୁ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ କହିଥିଲେ। ମାଛଗଁା ସରପଞ୍ଚ ପର୍ଶୁରାମ ସେଠୀ, ତିତିରା ସରପଞ୍ଚ ଅଜୟ ମହାନ୍ତି, ବାହାରଣା ସରପଞ୍ଚ ବନ୍ଦିତା ପଟ୍ଟାୟତ, ଅଢଙ୍ଗା ସରପଞ୍ଚ ଚିନ୍ମୟୀ ସ୍ବାଇଁ, ଅରିଲୋ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବାରିକ, ନାଗପୁର ସରପଞ୍ଚ ନିକୁଞ୍ଜ ବିଶ୍ୱାଳ, ଥାଇଳୋ ସରପଞ୍ଚ ଯତୀନ ପରିଡା, କାଳିଓ ସରପଞ୍ଚ ସଶ୍ମିତା ମଲିକ, ଖାଲଗଁା ସରପଞ୍ଚ ଗୋବିନ୍ଦ ସେଠୀ, ବଡଗଁା ନାୟବ ସରପଞ୍ଚ ବିଶ୍ୱନାଥ ଦାସ ପ୍ରମୁଖ ଅଂଶଗ୍ରହଣ କରି ସଂଘୀୟ ବ୍ୟବସ୍ଥା ଉପରେ ମତ ପ୍ରଦାନ କରିଥିଲେ। ରାଜକିଶୋର ସାହୁ, ଉମେଶ ସ୍ବାଇଁ, ମନୋଜ ସ୍ବାଇଁ, ଦୀପକ ସାମଲ, ଶିବପ୍ରସାଦ ରାଉତ, ନରେଶ ସ୍ବାଇଁ, ପତିତପାବନ ଦାସ, ଆଶିଷ ସ୍ବାଇଁ, ଦିଲୀପ ବେହେରା, ମାନସ ମହାନ୍ତି, ଜୟରାମ ସ୍ବାଇଁ, ଦିଲୀପ ଜେନା, ବାବୁରାମ ବିଶ୍ୱାଳ, ଘନଶ୍ୟାମ ବେହେରା ବଂଶୀଧର ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri