ବାରିପଦା ଅଫିସ,୩୦ା୫- ବାରିପଦା ପିଆରଏମ୍ ମେଡ଼ିକାଲ୍ରେ ଦିନକୁ ଦିନ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଲମ୍ବିବାରେ ଲାଗିଛି। କିଛି ଦିନ ତଳେ ଶିଶୁ ପୁତ୍ର ଅଦଳବଦଳ ହୋଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଶିଶୁକନ୍ୟାର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ମଧୁବନ ୱାର୍ଡ ନଂ.୭ର ରଜନୀକାନ୍ତ ପୃଷ୍ଟି ଏ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖରେ ବର୍ଷକର ଝିଅ ଲକ୍ସିତାଙ୍କ ବାନ୍ତି ହେଉଥିବାରୁ ତାଙ୍କ ବାପା ରଜନୀକାନ୍ତ ତାଙ୍କୁ ପିଆରଏମ୍ ମେଡ଼ିକାଲ୍ରେ ଭର୍ତ୍ତି କରାଇଥିଲେ। ଆଡମିଶନ ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଆସି ଶିଶୁଟିକୁ ଦେଖି ଇଞ୍ଜେକ୍ସନ ଦେଇଥିଲେ। କିଛି ଘଣ୍ଟା ପରେ ଅନ୍ୟ ଜଣେ ଡାକ୍ତର ଆସି ପୁନର୍ବାର ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ହେବା ପରିବର୍ତ୍ତେ ଆହୁରି ଜଟିଳ ହୋଇଯାଇଥିଲା। କିଛି ସମୟ ପରେ ଅନ୍ୟ ଜଣେ ଡାକ୍ତର ଆସି ଶିଶୁଟିକୁ ଦେଖିଥିଲେ ଏବଂ ପିଲାକୁ ନିମୋନିଆ ହୋଇଥାଇପାରେ ବୋଲି କହି ତୃତୀୟ ଥର ପାଇଁ ଆଉ ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାର କିଛି ସମୟ ପରେ ଶିଶୁଟି ଛାଟିପିଟି ହେଉଥିବା ଦେଖି ମେଡ଼ିକାଲ୍ କର୍ତ୍ତୃପକ୍ଷ ଶିଶୁର ମା’ ଦୁର୍ଗାମଣି ସାହୁଙ୍କଠାରୁ ଏକ କାଗଜରେ ଦସ୍ତଖତ କରାଇ ନେବା ସହିତ ଶିଶୁଟି ଗୁରୁତର ଅବସ୍ଥାରେ ଅଛି ଏବଂ ତାକୁ କଟକ ଶିଶୁ ଭବନକୁ ନେଇଯିବା ପାଇଁ କହିଥିଲେ। ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ଶିଶୁଭବନକୁ ନେଇଯାଇଥିଲେ। ମାତ୍ର ସେଠାରେ ପହଞ୍ଚିବାର କିଛି ସମୟ ପରେ ଶିଶୁଟି ମୃତ୍ୟୁବରଣ କରିଥିଲା। ତେଣୁ ଚିକିତ୍ସା ଅବହେଳାରୁ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହାର ଉପଯୁକ୍ତ ତଦନ୍ତ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରଜନୀକାନ୍ତ ଦାବି କରିଛନ୍ତି। ଏ ନେଇ ପିଆରଏମ ମେଡ଼ିକାଲ୍ର ଅଧୀକ୍ଷକ ବି.ଏନ୍. ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।
ଘରେଥିଲେ ବୃଦ୍ଧ ହଠାତ୍ ଲାଗିଗଲା ନିଆଁ: ଶେଷରେ…
ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...
ବସ୍ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…
ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍...
ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍ବେଗ ପ୍ରକାଶ କଲେ ପରିବେଶବିତ୍
ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...
ଧାନ ଚୋରି ରୋକିବାକୁ ସୀମା ସିଲ୍, ଏସ୍ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…
ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍ ପୋଷ୍ଟ ଲଗାଇବାକୁ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...
ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍ ତଳକୁ ଖସିଲା ବୋଲେରୋ
ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...
ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର
ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...
ହାତୀକୁ ଖାଦ୍ୟରେ ବିସ୍ଫୋରକ
ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...
ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ….
ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...
Archives


