ପାହାଡ଼ ଉପରେ ବିତୁଛି ଜୀବନ

ଝୁମ୍ପୁରା, ୧୭।୪(ଡି.ଏନ୍‌.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା, ହରିଡ଼ାଯୋଡ଼ି, ଦେଓଝରକୁ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଏ ନେଇ ଲୋକେ ଚଳିତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ପାହାଡ଼ ଉପରେ ଅବସ୍ଥିତ ଏହି ୩ ଗ୍ରାମର ଦୂରତା ପରସ୍ପରଠାରୁ ୨ରୁ ୩ କି.ମି. ମଧ୍ୟରେ। ଚାରିଆଡ଼େ ଜଙ୍ଗଲ। ଏକ ପାର୍ଶ୍ୱର ପାହାଡ଼ ତଳେ ପ୍ରବାହିତ ବୈତରଣୀ। ହାତୀ ସହ ଭାଲୁ, ଅନ୍ୟ ବନ୍ୟପ୍ରାଣୀଙ୍କ ଆବାସ ସ୍ଥାନ ଭାବେ କନକନା ଜଙ୍ଗଲ ପରିଚିତ।

କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ୧ନଂ ବୁଥ ହେଉଛି କନକନା। ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଏହି ବୁଥ। ଏଠାରେ ଭୋଟ ଦେଇଥାନ୍ତି କନକନା, ହରିଡାଯୋଡି ଓ ଦେଓଝର ଗ୍ରାମବାସୀ। ୩ ଗ୍ରାମର ଲୋକସଂଖ୍ୟା ୧୨ଶହରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଭୋଟରଙ୍କ ସଂଖ୍ୟା ୮ଶହରୁ ଊର୍ଦ୍ଧ୍ୱ। ସେଠାରେ ରହିଛି ୧୨ରୁ ଊର୍ଦ୍ଧ୍ୱ ବସ୍ତି। ସାଧାରଣତଃ ମୂଲ, ମଜୁରି ସହିତ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକରି ଏଠାକାର ଲୋକେ ଚଳନ୍ତି। ବର୍ଷସାରା ହାତୀ ଭୟ ଲାଗି ରହିଥିବାରୁ ଚାଷକାର୍ଯ୍ୟ ଠପ୍‌ ହୋଇଥାଏ।

ଏହି ଗ୍ରାମଗୁଡ଼ିକରେ ରାସ୍ତା, ପାନୀୟ ଜଳ, ଶିକ୍ଷା ଆଦି ସମସ୍ୟା ରହିଛି। ପାନୀୟଜଳ ପାଇଁ ନଳକୂପ ଥିଲେ ହେଁ ନାଲିପାଣି ବାହାରୁଛି। ତାହା ପାନୀୟ ଉପଯୋଗୀ ହୋଇପାରୁନି। ପୁଣି କେତେକାଂଶରେ ନଳକୂପ ଅଚଳ ହୋଇ ଦୀର୍ଘଦିନ ଧରି ପଡ଼ି ରହୁଛି। ରାସ୍ତା ନାହିଁ। ଏଠାକାର ବସିନ୍ଦା ପିଡିଏସ୍‌ ସାମଗ୍ରୀ (ଚାଉଳ, ଗହମ) ନେବା ପାଇଁ ୭ କି.ମି. ଜଙ୍ଗଲ ରାସ୍ତାରେ ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି। କାନ୍ଧରେ ବୋହି ବିପଦସଙ୍କୁଳ ଭାବେ ପିଡିଏସ୍‌ ସାମଗ୍ରୀ ନେଇଥାନ୍ତି। ସ୍ବାସ୍ଥ୍ୟସେବା ଏଠାରେ ଅପହଞ୍ଚ ହୋଇଛି। ୧୦୮, ୧୦୨ ଆମ୍ବଲାନ୍ସ ସେବା କଙ୍କଡ଼ାଯୋଡ଼ି ଘାଟି ରାସ୍ତା ଦେଇ କନକନା ଗ୍ରାମରେ ପହଞ୍ଚି ପାରୁଥିଲେ ହେଁ ଦେଓଝର, ହରିଡ଼ାଯୋଡି ଗ୍ରାମକୁ ପହଞ୍ଚିପାରେ ନାହିଁ। ବିଦ୍ୟୁତ୍‌ ଆଲୋକ ଗ୍ରାମ ଗୁଡିକ ପାଇଁ ସାତସପନ ହୋଇଛି। ନିର୍ବାଚନ ପାଖେଇ ଆସିଥିଲେ ହେଁ କୌଣସି ପ୍ରାର୍ଥୀଙ୍କ ଏହି ଗାଁକୁ ପାଦ ପଡିନି। ନେତାମାନେ ଆସିଲେ ଖାଲି ପ୍ରତିଶ୍ରୁତି ଦେଇଥାନ୍ତି। କୌଣସି କାମ ହୁଏ ନାହିଁ। ଏଥର ଭୋଟ ଦେବାକୁ ସେମାନେ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଣେଇ ଘରକୁ ଯାଇ ନିଖୋଜ ଥିଲେ: ପୋଖରୀରେ ମୃତଦେହ ଭାସୁଥିବାକୁ ନେଇ ସନ୍ଦେହ

ବାଲେଶ୍ୱର ଅଫିସ,୧୨।୮- ବାଲେଶ୍ବର ଚାନ୍ଦିପୁର ଥାନା ଝାମ୍ପୁରା ଛକ ପେଟ୍ରୋଲପମ୍ପ ନିକଟରେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ନିଳଗିରିର...

ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌

ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି...

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ : ଯୁକ୍ତ ୩ ପରୀକ୍ଷା ଫଳ: କମିଲା ପାସ୍‌ ହାର

ଭଦ୍ରକ ଅଫିସ, ୯।୬ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଛାତ୍ରୀ ଆଗରେ...

ମାଓବାଦୀ ଅଞ୍ଚଳରୁ ଗାଡ଼ି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। କର୍ମଚାରୀଙ୍କୁ...

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ସାର୍କ

ଭୋଗରାଇ,୨୦ା୨(ଡି.ଏନ.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରେ ପୁଣି ଏକ ବିରଳ ପ୍ରଜାତିର ସାର୍କ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର...

ହସ୍ପିଟାଲ ରାସ୍ତାରେ ବୁଲିଲା ହାତୀ

ରାଇବଣିଆ,୫ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଖୁଆଡ଼ ହସ୍ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ ହାତୀକୁ ଦେଖି...

ଦେଢ କେଜି ବ୍ରାଉନସୁଗାର ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ,୧୯।୧୦: ବାଲେଶ୍ବର ଜିଲା ଜଳେଶ୍ବର ଅଞ୍ଚଳରୁ ଦେଢ କୋଟି ଟଙ୍କାର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ଏଥିରେ ଦୁଇ ମହିଳାଙ୍କୁ ପୋଲିସ ଅଟକ ରଖି...

ବୁଢାବଳଙ୍ଗରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ିଲା

ବାଲେଶ୍ୱର ଅଫିସ, ୨୧।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ବୁଢ଼ାବଳଙ୍ଗ ନଦୀ ଉପରେ ନୂତନ ଭାବେ ନିର୍ମାଣ ଚାଲିଥିବା ପୋଲର ସେଣ୍ଟ୍ରିଂ...

Advertisement
Archives

Model This Week