ପାଳନ ହେଲାନି ମେରୁ ଯାତ୍ରା: ଦର୍ଶନ ବନ୍ଦ, ଶୂନଶାନ୍‌ ହନୁମାନ, ଦଣ୍ଡକାଳୀ ପୀଠ

ବ୍ରହ୍ମପୁର ଅଫିସ,୧୩ା୪-କରୋନା ସଂକ୍ରମଣ ତଥା ଜନଗହଳି ସ୍ଥାନରୁ ଲୋକଙ୍କୁ ଦୂରେଇ ରଖିବା ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମେରୁ ଯାତ୍ରା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବ୍ରହ୍ମପୁର ସହରରେ ମେରୁ ଯାତ୍ରା ବନ୍ଦ ରହିଥିଲା ା ଆମ୍ବପୁଆସ୍ଥିତ ମା’ ଦଣ୍ଡକାଳୀଙ୍କ ମନ୍ଦିର ସମେତ ନୂଆବସ୍‌ଷ୍ଟାଣ୍ଡ ଦଣ୍ଡକାଳୀମନ୍ଦିର, ପାଣିଗ୍ରାହୀପେଣ୍ଠ ଦଣ୍ଡକାଳୀମନ୍ଦିରରେ ଭୋରରୁ ପୂଜା ସମ୍ପନ୍ନ ହେବା ପରେ ବନ୍ଦ କରାଯାଇଥିଲା ା ଫଳରେ ମେରୁ ଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଲୋକାରଣ୍ୟ ହେଉଥିବା ପୀଠ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିଲା ା ତେବେ କେତେକ ସ୍ଥାନରେ ଶ୍ରଦ୍ଧାଳୁମାନେ ପୂଜା ପାଇଁ ଅସିଥିଲେ ସୁଦ୍ଧା ବାହାରେ କେବଳ ଭୋଗ, ଦୀପ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା ା
ପାଣିଗ୍ରାହୀ ପେଣ୍ଠ ସାହିସ୍ଥିତ ଦଣ୍ଡକାଳୀଙ୍କ ମନ୍ଦିରକୁ ସକାଳୁ କେତେକ ଶ୍ରଦ୍ଧାଳୁ ଭୋଗ ଲଗାଇବାକୁ ଆସିଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିୟୋଜିତ ସ୍ବେଚ୍ଛାସେବୀମାନେ ତାଙ୍କୁ ବାହାରେ ଭୋଗ ରଖିବାକୁ କହି ଘଉଡାଇଥିଲେ। ସେହିପରି ଲୋଚାପଡାର ଦଣ୍ଡକାଳୀ ମନ୍ଦିର, ବ୍ରହ୍ମପୁର ଉପକଣ୍ଠ ବୋରଗଁା ଦଣ୍ଡକାଳୀ ମନ୍ଦିରରେ ମେରୁ କୁଣ୍ଡ ନିକଟକୁ ପୂଜା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ପୋଲିସ ଘଉଡାଇଥିବା ଦେଖିବାକୁ ମିଳିଥିଲା ା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ବିଭିନ୍ନ ମନ୍ଦିର ତଥା ମେରୁ ଯାତ୍ରା ଆୟୋଜିତ ସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ା ଏହି ସମୟରେ ଆସ୍କାରୋଡ ରଘୁନାଥ ମଠ ଓ ପିଚିପିଚାନଗର ହନୁମାନ ମନ୍ଦିର ଖୋଲା ଥିବା କାରଣରୁ ଉକ୍ତ ମନ୍ଦିର ପୂଜାରୀଙ୍କୁ ପ୍ରଶାସନ ଦଣ୍ଡିତ କରିଥିବା ସୂଚନା ମିଳିଛି ା ସେହିପରି ଲୋଚାପଡା ଦଣ୍ଡକାଳୀ ମନ୍ଦିର ନିକଟରେ ପୂଜା ସାମଗ୍ରୀ ଦୋକାନୀଙ୍କୁ ନିୟମ ଉଲ୍ଲଂଘନ ଅଭିଯୋଗରେ କୁକୁଡାଖଣ୍ଡି ତହସିଲଦାର ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଦଣ୍ଡିତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅମ୍ଫନ’ ଦେଇଗଲା ଦୁଃଖ: ଧରାଶାୟୀ ପାନବରଜ

ଭୋଗରାଇ,୨୨।୫(ଡି.ଏନ.ଏ.)-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ଭୋଗରାଇ, ବାଲିଆପାଳ ବ୍ଲକରେ ଚାଷଜମିକୁ ଉଜାଡିଦେବା ସହ ପାନବରଜକୁ ଧରାଶାୟୀ କରିଛି।...

ମଦ କାରବାର ପ୍ରତିଯୋଗିତାରୁ ହତ୍ୟାକାଣ୍ଡ

ଝାରସୁଗୁଡ଼ା ଅଫିସ,୨୩ା୧୦: ଝାରସୁଗୁଡ଼ା ସଦର ଥାନା ଅଧୀନ ଇବ୍‌ନଦୀ ନିକଟରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଥିଲା। ଏହା ବ୍ରଜରାଜନଗର...

ପୂର୍ବ ଶତ୍ରୁତା: ଡଙ୍ଗା, ଜାଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଗଞ୍ଜାମ, ୧୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟାସ୍ଥିତ ସମୁଦ୍ର କୂଳରେ ଥିବା ଡଙ୍ଗା ଓ ଜାଲରେ କେହି ଦୁର୍ବୃତ୍ତ ରବିବାର ରାତିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ...

ବନ୍ଦ ହେଲା ଯାତ୍ରା, ୧୦ ହଜାର ଜରିମାନା

ବାସୁଦେବପୁର,୩।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏଭଳିସ୍ଥିତିରେ ବିନା ଅନୁମତିରେ ଯାତ୍ରା ପରିବେଷଣ କରାଯାଉଥିବା ଘଟଣା ଭଦ୍ରକ ଜିଲା ଅଞ୍ଚଳରେ ଦେଖିବାକୁ...

ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବଙ୍କ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତ: ବଢ଼ିବ ଜିଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୭ା୧୦: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ...

କର୍ମନିଯୁକ୍ତି ସୁଯୋଗ ଅପେକ୍ଷାରେ ଯୁବବର୍ଗ

ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଛୋଟ ପ୍ରକଳ୍ପ ଆବଶ୍ୟକ କେନ୍ଦ୍ରାପଡ଼ା ଜିଲାକୁ ତୁଳସୀକ୍ଷେତ୍ର କୁହାଯାଏ। ଏଠାରେ ବହୁ ଐତିହ୍ୟ ସ୍ଥାନ ସହିତ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଅଛି। ଏହି...

ଯୋଡ଼ାରେ ଲିଖିତ ପରୀକ୍ଷା, ଝାଡ଼ଖଣ୍ଡରେ ସାକ୍ଷାତକାର

ଯୋଡ଼ା,୧୯ା୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଥିବା ଏକ କମ୍ପାନୀରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ହୋଇଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହୋଇ...

ପାନୀୟ ଜଳ ପାଇଁ ତେଜିଲା ଆନ୍ଦୋଳନ: ରାସ୍ତାକୁ ଓହ୍ଲାଇଲେ ମହିଳା

ଲାଞ୍ଜିଗଡ଼,୧୬।୧(ଡି.ଏନ୍‌.ଏ.): ଜାନୁୟାରୀ ମାସ ନ ସରୁଣୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବନ୍ଧପାରି ଗାଁଠାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏହାକୁ ନେଇ ପ୍ରଶାସନ ତଥା...

Advertisement
Archives

Model This Week