ପାଳନ ହେବନି ଅକ୍ଷୟ ତୃତୀୟା

ଢେଙ୍କାନାଳ ଅଫିସ, ୨୬।୪ – ଓଡ଼ିଶାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଏହି ଦିନଠାରୁ ଚାଷ ପାଇଁ ଆରମ୍ଭ ହୁଏ ପାଗଭିଡ଼ା। ଅଖି ମୁଠି ଅନୁକୂଳ ପରେ ଚାଷମନା ହୁଏ ଚାଷୀ। ହେଲେ ଚଳିତବର୍ଷ ସବୁକିଛି ବିଗାଡ଼ି ଦେଇଛି କରୋନା। ସାମାଜିକ ଦୂରତ୍ୱ ନିୟମ ଆଗରେ ପରମ୍ପରା ବଞ୍ଚାଇବା କାଠିକର ପାଠ ହୋଇପଡ଼ିଛି। ଏହିକ୍ରମରେ ରବିବାର ହେବାକୁ ଥିବା ଜିଲା ତଥା ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ମହୋତ୍ସବକୁ ବନ୍ଦ ରଖିଛି ଢେଙ୍କାନାଳ ଜିଲା ପ୍ରଶାସନ। ବିଧି ବଞ୍ଚାଇବାକୁ ଚାଷୀମାନେ ବ୍ୟକ୍ତିଗତ ଭାବେ ସାମାଜିକ ଦୂରତା ରଖି ଚାଷ କାର୍ଯ୍ୟ ଆରମ୍ଭ କରିପାରିବେ ବୋଲି ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।
ଢେଙ୍କାନାଳ ଜିଲାରେ ଅକ୍ଷୟ ତୃତୀୟା ଗଣପର୍ବ ଭାବେ ଦୀର୍ଘଦିନରୁ ପାଳିତ ହୋଇ ଆସୁଛି। ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ସମେତ ସରକାରୀସ୍ତରରେ ବ୍ଲକ ଏବଂ ଜିଲାସ୍ତରରେ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ପାରମ୍ପରିକ ପଦ୍ଧତିରେ ପୂଜାର୍ଚ୍ଚନା ପରେ ଅଖିମୁଠି ଅନୁକୂଳ କରାଯିବା ନିୟମ ରହିଛି। ହେଲେ କରୋନା ପ୍ରକୋପ ଯୋଗୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସଂଖ୍ୟାଧିକ ଲୋକଙ୍କ ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସବୁ ଚାଷୀ ପରିବାର ପାଳନ କରିବାକୁ ଜିଲା କୃଷି ବିଭାଗ ପକ୍ଷରୁ ନିବେଦନ କରାଯାଇଛି।
ଚଳିତ ମାସ ୧୯, ୨୨, ୨୪ ଓ ୨୫ ତାରିଖରେ କାଳବୈଶାଖୀ ପ୍ରଭାବରେ ଜିଲାରେ ବର୍ଷା ହୋଇଛି। ହେଲେ ଏଥିରେ ଚାଷ କ୍ଷତିଗ୍ରସ୍ତ ହୋଇ ନ ଥିବା ଜିଲା କୃଷି ଉପନିର୍ଦ୍ଦେଶକ କହିଛନ୍ତି। ଅଦିନିଆ ବର୍ଷା ଏବଂ ତତ୍‌ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ଅତିରିକ୍ତ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟ ଅନୁଯାୟୀ ଜିଲାରେ ୯୦ ପ୍ରତିଶତ ଅଣଧାନ ଫସଲ ଅମଳ ସରିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଜିଲା କୃଷି ବିଭାଗ ଓ ଜରୁରୀ ଏବଂ ଆପାତ୍‌କାଳୀନ ବିଭାଗ ପକ୍ଷରୁ ଶନିବାର ମିଳିଥିବା ତଥ୍ୟ ଅନୁଯାୟୀ, ଶନିବାର ସୁଦ୍ଧା ଜିଲାରେ ମୋଟ୍‌ ୩୦୧.୮ ମିମି ବର୍ଷା ହୋଇଛି। ଢେଙ୍କାନାଳରେ ୨୬.୩, ଗଁଦିଆରେ ୨୩, ଓଡ଼ାପଡ଼ାରେ ୭୭, ହିନ୍ଦୋଳରେ ୨୯.୨, କାମାକ୍ଷାନଗରରେ ୩୬.୧, ଭୁବନରେ ୩୨, ପରଜଙ୍ଗରେ ୬୧ ଏବଂ କଙ୍କଡ଼ାହାଡ଼ରେ ୧୭.୨ ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀ ଓ ଆପାତ୍‌କାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri