‘ପାଲା’ ପାଇଁ ପାଗଭିଡ଼ା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦିନେ ଓଡ଼ିଶାର ଘରେ ଘରେ ପରିଚିତ ଥିବା ପାରମ୍ପରିକ ଲୋକକଳା ‘ପାଲା’ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଧୀରେ ଧୀରେ ଜନମାନସରୁ ଦୂରେଇ ଯାଉଥିବାବେଳେ ପାଲାକୁ ପ୍ରୋତ୍ସାହନ ଦେବାକୁ ପାଗ ଭିଡ଼ିଛନ୍ତି ରାଜ୍ୟ ସରକାର। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ମାଧ୍ୟମରେ ପାଲା କଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହାସହ ପାଲାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମରେ ଏହି କଳାକାରଙ୍କୁ ସାମିଲ୍‌ କରାଯାଉଛି। ରାଜ୍ୟର ମୋଟ ୪୩୩୧ଜଣ ପଞ୍ଜୀକୃତ ପାଲା କଳାକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ କଟକ ଜିଲାରେ ସର୍ବାଧିକ ପାଲା କଳାକାର ରହିଥିବାବେଳେ ନବରଙ୍ଗପୁର, ରାୟଗଡ଼ା, ମାଲାକାନଗିରି, କୋରାପୁଟ ଓ ଗଜପତି ଜିଲାରେ ଜଣେ ବି ହେଲେ ପଞ୍ଜୀକୃତ ପାଲା କଳାକାର ନ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୨୦୧୮ ପୂର୍ବରୁ ପ୍ରଚଳିତ ଦୁଃସ୍ଥ କଳାକାର ଭତ୍ତା ଯୋଜନା ଅଧୀନରେ ୩୬୧୬ଜଣ କଳାକାର ଭତ୍ତା ପାଉଥିଲେ। ମାତ୍ର ସେମାନଙ୍କ ତାଲିକା କଳାର ପ୍ରକାରଭେଦ ଅନୁସାରେ ପ୍ରସ୍ତୁତ କରାଯାଇ ନ ଥିଲା। ତେବେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଅନୁସାରେ କଳାକାରଙ୍କ ପ୍ରକାରଭେଦ କରାଯାଇଥିବାବେଳେ ରାଜ୍ୟରେ ଥିବା ପାଲା କଳାକାରଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ବିଭିନ୍ନ କଳାକାରଙ୍କ ସହ ପାଲା ଗାୟକ, ବାୟକ ଓ ପାଳିଆ (ପାଲା କଳାକାର)ଙ୍କୁ ମଧ୍ୟ ମାସିକ ୧୨୦୦ ଟଙ୍କାର ଆର୍ଥତ୍କ ସହାୟତା ଜିଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଉଥିବା ନେଇ ମନ୍ତ୍ରୀ ପାଣିଗ୍ରାହୀ ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି। ସୂଚନା ମୁତାବକ, କଟକ ଜିଲାରେ ସର୍ବାଧିକ ପାଲା କଳାକାର ରହିଥିବାବେଳେ ମୋଟ ୪୯୯ଜଣ ଗାୟକ, ବାୟକ ଏବଂ ପାଳିଆ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଉପକୃତ ହେଉଛନ୍ତି। ଯାଜପୁରରେ ଦ୍ୱିତୀୟ ସର୍ବାଧିକ ୪୯୦ଜଣ ପଞ୍ଜୀକୃତ ପାଲା କଳାକାର ଥିବାବେଳେ ଅନୁଗୋଳରେ ୪୫୫ଜଣ, ବରଗଡ଼ରେ ୩୫୩ ଜଣ, କେନ୍ଦୁଝରରେ ୩୪୭ଜଣ, ଭଦ୍ରକରେ ୨୯୬ଜଣ, ଖୋର୍ଦ୍ଧାରେ ୨୭୭ଜଣ, ବାଲେଶ୍ୱରରେ ୨୧୫ଜଣ, ଢେଙ୍କାନାଳରେ ୧୮୫ଜଣ, ପୁରୀ ଓ ସୁନ୍ଦରଗଡ଼ରେ ୧୭୫ଜଣ ଲେଖାଏ ପାଲା କଳାକାର ରହିଛନ୍ତି।

ସମନ୍ବୟ ରଖୁଥିବା ଲୁପ୍ତପ୍ରାୟ ଲୋକକଳା
ଓଡ଼ିଶାର ଏହି ଲୁପ୍ତପ୍ରାୟ ଲୋକକଳା ‘ପାଲା’ ହିନ୍ଦୁ ଓ ଇସଲାମ ଧର୍ମ ମଧ୍ୟରେ ସମନ୍ବୟ ରକ୍ଷା କରୁଥିବା ବିଶ୍ୱାସ ରହିଛି। ଏଥିରେ ଉଭୟ ସତ୍ୟନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଉଥିବାରୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ। ବାଦୀପାଲା ସର୍ବାଧିକ ଲୋକପ୍ରିୟ ପାଲା ହୋଇଥିବାବେଳେ ପ୍ରାଚୀନ ସମୟରେ ଏହା ଲୋକଙ୍କ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା। କେବଳ ଏତିକି ନୁହେଁ, ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ଏହା ଲୋକଙ୍କୁ ଆକୃଷ୍ଟ କରୁଥିଲା। ସବୁଠାରୁ ବଡ଼କଥା ହେଉଛି, ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚତ୍ ପାରିଥିଲା। ସେହିଭଳି ସ୍ବାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହଯାଏ। ତେବେ ଧୀରେ ଧୀରେ ଟେଲିଭିଜନ, ସ୍ମାର୍ଟଫୋନ୍‌ ଓ ଇଣ୍ଟରନେଟ୍‌ ଭଳି ଆଧୁନିକ ମନୋରଞ୍ଜନ ମାଧ୍ୟମ ଆସିବା ପରେ ପାଲା ଧୀରେ ଧୀରେ ନିଜ ସ୍ଥିତି ହରାଇଲା। ବର୍ତ୍ତମାନ ଓଡ଼ିଶାର ଗାଁ ଗହଳିରେ କାଁ ଭାଁ ସ୍ଥାନରେ ପାଲା ପରିବେଷଣ ହେଉଥିବା ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri