ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ

ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ସହଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଏହି ପ୍ରକଳ୍ପ ମାତ୍ର ୩ ବର୍ଷରେ ଅକାମୀ ହୋଇପଡିବାକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ଉପଖଣ୍ଡ ବାସୀ ଏବେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରକଳ୍ପର ବିଶୋଧନାଗାର ଖରାପ ହୋଇଯାଇଥିବାରୁ ଲୋକଙ୍କୁ ସିଧାସଳଖ ମାଙ୍କଡା ନାଳ ପାଣି ଯୋଗାଯାଉଥିବା ଅଭିଯୋଗ ହୋଇଛି।
ପାଲଲହଡ଼ା ବାସୀଙ୍କ ଅଭିଯୋଗ ମୁତାବକ, ୨୦୧୬ରେ ପାଲଲହଡ଼ାରେ ପ୍ରତି ଲୋକ ପିଛା ଦିନକୁ ୨ ଥର ୭୦ ଲିଟର ଲେଖାଏ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଏକ ଘରୋଇ କମ୍ପାନୀ ସହଯୋଗରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଭୁବନେଶ୍ୱରର ଏକ ଠିକାସଂସ୍ଥା ଏହି କାମ ନେଇଥିଲା। ଏହି ପ୍ରକଳ୍ପ ଅଧୀନରେ ଏକ ୫୦ ହଜାର ଲିଟରର ପାଣି ଟାଙ୍କି ସହ ଏକ ପାଣି ବିଶୋଧନାଗାର ନିର୍ମାଣ କରାଯାଇଥିଲା। ୧୮ା୦୬ା୨୦୧୬ରେ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ସହ ପାଣି ବିଶୋଧନ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଦିଆଯାଇଥିବାବେଳେ ପାଣି ବଣ୍ଟନ ତଥା ନୂତନ ପାଇପ ସଂଯୋଗ ଦାୟିତ୍ୱ ସ୍ଥାନୀୟ ନିଜିଗଡ ପଞ୍ଚାୟତକୁ ପ୍ରଦାନ କରାଯାଇଥିଲା। ପ୍ରକଳ୍ପ ଆରମ୍ଭରୁ ପାଣି ଯୋଗାଣ ଠିକଠାକ୍‌ ଚାଲିଥିବାବେଳେ କିଛି ଦିନ ପରେ ନିମ୍ନମାନର ପାଣିଟାଙ୍କିରେ ଲିକେଜ ହେବା ଆରମ୍ଭ ହୋଇଥିଲା। ପରେ ପାଣି ବିଶୋଧନାଗାରଟି ମଧ୍ୟ ଅଚଳ ହୋଇପଡିଥିଲା। ଏବେ ଏହାକୁ ମରାମତି କରା ନ ଯାଇ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ସିଧାସଳଖ ମାଙ୍କଡ଼ା ନାଳର ପାଣି ଯୋଗାଯାଉଥିବା ଅଭିଯୋଗ ହୋଇଛି। ଯୋଗାଣ ପାଣି ଗୋଳିଆ ହୋଇଥିବାବେଳେ ସେଥିରୁ ବିଭିନ୍ନ ପ୍ରକାର ପୋକଜୋକ ଭାସୁଥିବା ଲୋକ ଅଭିଯୋଗ ଆଣିଛନ୍ତି। ଏ ଦିଗରେ ତୁରନ୍ତ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ପାଲଲହଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କମଳାକାନ୍ତ ପାତ୍ରଙ୍କୁ ପଚାରିବାରେ ସେ ଏଥିପାଇଁ କର୍ମଚାରୀ ଅଭାବକୁ ଦାୟୀ କରିଛନ୍ତି। ଏଥିସହ ଜଳ ଯୋଗାଣଠାରୁ ବିଶୋଧନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କର ବୋଲି କହିଛନ୍ତି। ପଞ୍ଚାୟତକୁ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେବା ଦାୟିତ୍ୱ ବିଭାଗର ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଏ ବାବଦରେ ନିଜିଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାଏକ ଏହାକୁ ନିରାଧାର ବୋଲି କହିଛନ୍ତି। ପ୍ରକଳ୍ପର ସମସ୍ତ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏବଂ ଏବେ ମଧ୍ୟ ବିଭାଗର କର୍ମଚାରୀମାନେ ସବୁ କାର୍ଯ୍ୟ ବୁଝୁଛନ୍ତି ବୋଲି କହି ନିର୍ବାହୀ ଅଧିକାରୀ ବିଭାଗ ଉପରେ ଦୋଷ ଲଦିଛନ୍ତି। ନୂତନ ଉପଭୋକ୍ତାଙ୍କୁ ସଂଯୋଗ ଦେବା ଏବଂ ପାଣି ବିତରଣ କରିବା ତାଙ୍କ ଦାୟିତ୍ୱ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri