ପାରିପାର୍ଶ୍ୱିକ ଉନ୍ନୟନରେ ଫେଲ୍‌ ମାରିଛି ଫେରୋକ୍ରୋମ କାରଖାନା: ୨୩ରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା

ଡୁବୁରୀ,୨୦ା୮(ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବାଳିଆପାଳ ମୌଜାରେ ପ୍ରତିଷ୍ଠିତ ବାଲିଆପାଳ ଫେରୋକ୍ରୋମ କାରଖାନା ଉପତ୍ାଦନ କ୍ଷମ ହେବାର ଦୀର୍ଘ ବର୍ଷ ବିତି ଥିଲେ ମଧ୍ୟ ସ୍ଥାନୀୟ ପାରିପାର୍ଶ୍ୱିକ ଉନ୍ନୟନ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କାରଖାନା ପାଇଁ ବିସ୍ଥାପିତ ହୋଇଥିବା ପରିବାରକୁ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଇ ନାହଁି ା ପଞ୍ଚାୟତର ମୁଖ୍ୟ ରାସ୍ତାକୁ କାରଖାନା କର୍ତ୍ତୃପକ୍ଷ ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର ପ୍ରଦୂଷଣ ସମସ୍ୟା ସୃଷ୍ଟି କରୁଛନ୍ତି। ଏ ନେଇ ଗତ ଜୁଲାଇ ୧୧ରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଗ୍ରାମବାସୀ ବିକ୍ଷୋଭ କରିଥିଲେ। ୧୫ ଦିନ ମଧ୍ୟରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାକୁ କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଦୀର୍ଘ ୧ ମାସରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦାବି ପୂରଣ ଦିଗରେ କାରଖାନା କର୍ତ୍ତୃପକ୍ଷ ସକ୍ଷମ ହୋଇପାରି ନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୩ ତାରିଖରୁ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଅଞ୍ଚଳବାସୀ ଗଣଧାରଣା ଦେବେ ବୋଲି ସୋମବାର ଡୁବୁରୀ ଶାରଳା ପ୍ୟାଲେସଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲାପାଳ ଓ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବେକାରି ଯୁବତୀ ଓ ଯୁବକଙ୍କୁ କାର ଖାନାରେ ନିଯୁକ୍ତି , ପ୍ରଦୂଷଣ ସମସ୍ୟା ଓ ପାରପାର୍ଶ୍ୱିକ ଉନ୍ନୟନ, ଭୂତଳଜଳ ବ୍ୟବହାର ବନ୍ଦ, ପ୍ରଦୂଷଣ ପାଇଁ ପ୍ରଭାବିତ ଗ୍ରାମଗୁଡିକରେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ, ସ୍ବାସ୍ଥା, ପାନୀୟଜଳ ଓ ବିଦ୍ୟୁତ୍‌ ସେବା କାରଖାନା ପକ୍ଷରୁ ଯୋଗାଇଦିଆଯାଉ, କାରଖାନାକୁ ଆସୁଥିବା ପଣ୍ୟଦ୍ରବ୍ୟ ମେଶିନରେ ନ କରି ଲୋକଙ୍କ ଦ୍ୱାରା କରିବା, ଜମି ଓ ଘରବାଡି ହରାଇ ନ ଥାଇ କାରଖାନାରେ ଚାକିରି ପାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବା ଆଦି ବିଭିନ୍ନ ୧୨ ଦଫା ଦାବି ଯଥାଶୀଘ୍ର ପୁରଣ ପାଇଁ ପଞ୍ଚ ପକ୍ଷରୁ ଦାବି କରାଯାଇଛି।
ପ୍ରକାଶ ଯେ, ଫେରୋକ୍ରୋମ କାରଖାନା ଯୋଗୁ ଦାନଗଦୀ ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା, ଶାଳିଜଙ୍ଗା ଓ ରଣାଗୁଣ୍ଡି ପଞ୍ଚାୟତର ବାଲିଆପାଳ, ଶାଳିଜଙ୍ଗା, ମଣ୍ଡପଡା, ରଣାଗୁଣ୍ଡି, ନକୂଳସାହି ଓ ଶୁଳିଆ ଆଦି ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି ା କାରଖାନା ଆରମ୍ଭ ସମୟରେ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥିଲେ। କାରଖାନା ଉପତ୍ାଦନ କ୍ଷମ ହେବା ପରେ ପ୍ରତିଶ୍ରୁତି ପୂରଣ କରିବାରେ କାରଖାନା କର୍ତ୍ତୃପକ୍ଷ ଅଣଦେଖା କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜିଲାପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ, ସରପଞ୍ଚ ସୀତା ପୂର୍ତ୍ତି, ସମିତି ସଭ୍ୟ ଛବିତା ଦେହୁରୀ, ପୂର୍ବତନ ସରପଞ୍ଚ ପ୍ରମୋଦ ମହାନ୍ତ, ଆଞ୍ଚଳିକ ସୁରକ୍ଷା ମଞ୍ଚର ସମ୍ପାଦକ ଜଗବନ୍ଧୁ ମହାନ୍ତ, ବିଜୟ ଓଝାଙ୍କ ସମେତ ୩ ଟି ପଞ୍ଚାୟତର ଜନ ପ୍ରତିନିଧି ଓ ସାଧାରଣ ଲୋକେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଫେରୋକ୍ରୋମ କାରଖାନାର ଜିଏମ୍‌ ବିଭାସ ମହାନ୍ତିଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗୁ ଅସ୍ବୀକାର କରିଥିଲେ। କେତେକ ସମସ୍ୟା ନେଇ କାରଖାନା ପକ୍ଷରୁ ସ୍ଥାନୀୟ ଜନପ୍ରତିନିଧି, ବିଧାୟକ ଓ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନେଇ ଦୁଇ ତିନି ଦିନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଫଟୋ–


Enter your email to get our daily news in your inbox.

All Right Reserved By Dharitri.Com

୯ କାଉନସିଲର ପ୍ରାର୍ଥୀପତ୍ର ନାକଚ

ଧାମନଗର,୧୦ା୩: ନୂଆ କରି ଗଠିତ ଧାମନଗର ଏନ୍‌ଏସି ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅଧ୍ୟକ୍ଷ ପଦ ପାଇଁ କୌଣସି ନାମାଙ୍କନ...

ବୈତରଣୀ ସେତୁ ମରାମତି କାର୍ଯ୍ୟ ଆରମ୍ଭ: ୧୨ରୁ ସେତୁ ଉପରେ ଯାତାୟାତ ବନ୍ଦ

ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଦୀର୍ଘଦିନର ଅପେକ୍ଷା ପରେ କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ମରାମତି କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ଏ...

ଚାଲିଛି ସୌନ୍ଦର୍ଯ୍ୟକରଣ କାମ, ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନ ସାମୟିକ ଭାବେ ସ୍ଥଗିତ ରହିଛି। ଆଗକୁ ଏକାଧିକ ମଠ ଭଙ୍ଗାଯିବା ଲାଗି...

ବଡ଼ବିଲରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ତଳକୁ ଖସିଲା

ବଡ଼ବିଲ,୨୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳର ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ ଥିବା ବେଲକୁଣ୍ଡି...

ପଲିଥିନ କଟକଣା ଧର୍ମକୁ ଆଖିଠାର

ସୋନପୁର,୯।୬(ନି.ପ୍ର.): ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ଗଠନର ଲକ୍ଷ୍ୟ ନେଇ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଭାରତ...

ଅନ୍ତରୀଣ କମିଟି ଗଠନକୁ ବିରୋଧ

କଟକ ଅଫିସ୍‌,୨୦।୫: ଲକ୍‌ଡାଉନ୍‌ ଯୋଗୁ ହାଇକୋର୍ଟ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ସ୍ଥଗିତ ରଖିଛନ୍ତି। ଏଣୁ ଓକିଲ ସଂଘଗୁଡ଼ିକର ପରିଚାଳନା ପାଇଁ ଅନ୍ତରୀଣ କମିଟି...

ବଜ୍ରପାତରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ବାରିପଦା ଅଫିସ/ରାଇରଙ୍ଗପୁର,୧୬ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପଢିଆ ଗ୍ରାମ ନିକଟରେ ସୋମବାର ବଜ୍ରପାତରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ...

ଆରମ୍ଭ ହେଲା ପ୍ରସିଦ୍ଧ ହରଗୌରୀ ଯାତ୍ରା

ସୋନପୁର,୧୪ା୧୦(ନି.ପ୍ର.) ପୂଜା ମଣ୍ଡପକୁ ଶନିବାର ବିଳମ୍ବିତ ରାତିରେ ଦେବୀ ଗୌରୀଙ୍କ ଆଗମନ ପରେ ସୁବର୍ଣ୍ଣପୁରରେ ଆରମ୍ଭ ହୋଇଛି ପରମ୍ପରା ଓ ଦେବାଙ୍ଗ ସଂସ୍କୃତିର ମହାପାର୍ବଣ ପ୍ରସିଦ୍ଧ...

Advertisement
Archives

Model This Week