Posted inଜାତୀୟ

ପାନ୍‌ କାର୍ଡ ନୁହେଁ ନାଗରିକତ୍ୱର ପ୍ରମାଣ

ଗୁଆହାଟୀ,୨୧।୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଓ ବ୍ୟାଙ୍କ ଦସ୍ତାବିଜଗୁଡ଼ିକୁ ନାଗରିକତ୍ୱର ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ସେହିପରି ‘ଗାଓଁ ବୁରା’ ବା ଗ୍ରାମ ପ୍ରଧାନଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରମାଣପତ୍ର ମଧ୍ୟ ନାଗରିକତ୍ୱର ପ୍ରମାଣ ନୁହେଁ ବୋଲି ଗୁଆହାଟୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହୋଇଛି। ଏଥିରୁ ବାଦ୍‌ ପଡ଼ିଥିବା ଲୋକେ ନିଜ ନାଗରିକତ୍ୱ ସପକ୍ଷରେ ଫରେନର୍ସ ଟ୍ରିବ୍ୟୁନାଲରେ ଆବେଦନ କରି ଉପଲବ୍ଧ ଦସ୍ତାବିଜ ଦାଖଲ କରୁଛନ୍ତି। ଏହି କ୍ରମରେ ଜାବେଦା ବେଗମ୍‌ ନାମ୍ନୀ ଜଣେ ମହିଳାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦସ୍ତାବିଜଗୁଡ଼ିକୁ ଟ୍ରିବ୍ୟୁନାଲ ଗ୍ରହଣ ନ କରିବାରୁ ସେ ଗୁଆହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ମନୋଜିତ୍‌ ଭୂୟାଁ ଏବଂ ପି. ଜେ. ସାଇକିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ଜାବେଦା ଦାଖଲ କରିଥିବା ଦସ୍ତାବିଜ ତାଙ୍କ ବାପା ଓ ଭାଇଙ୍କ ସହ ସମ୍ପର୍କକୁ ପ୍ରମାଣିତ କରୁ ନ ଥିବାରୁ ସେଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ବକ୍‌ସା ଜିଲାସ୍ଥିତ ଫରେନର୍ସ ଟ୍ରିବ୍ୟୁନାଲ ନାଗରିକତ୍ୱ ପ୍ରମାଣ ଲାଗି ଜାବେଦାଙ୍କୁ ଏକ ନୋଟିସ ଜାରି କରିଥିଲେ। ସେ ଟ୍ରିବ୍ୟୁନାଲରେ ହାଜର ହୋଇ ୧୪ଟି ଦସ୍ତାବିଜ ଦାଖଲ କରିବା ସହ ଜନ୍ମଗତ ଭାବେ ଭାରତୀୟ ନାଗରିକ ବୋଲି ନିଜକୁ ଦାବି କରିଥିଲେ। ସେହି ଦସ୍ତାବିଜଗୁଡ଼ିକ ମଧ୍ୟରେ ରହିଛି ପାନ୍‌ କାର୍ଡ, ରାଶନ କାର୍ଡ, ଦୁଇଟି ବ୍ୟାଙ୍କ ପାସ୍‌ବୁକ୍‌, ଅନେକ ଜମି ଖଜଣା ରସିଦ ଏବଂ ତାଙ୍କ ବାପା ଜାବେଦ୍‌ ଅଲିଙ୍କ ଏନ୍‌ଆର୍‌ସି ତଥ୍ୟ। ଏହାସହ ସେ ନିଜ ତଥା ସ୍ବାମୀ, ମା’ବାପା ଓ ଆଈଅଜାଙ୍କ ନାମ ଉଲ୍ଲେଖ ଥିବା ଭୋଟର ତାଲିକାର ନକଲ ମଧ୍ୟ ଦାଖଲ କରିଥିଲେ। ତେବେ ଗାଁ ମୁଖ୍ୟ ଜଣେ ବ୍ୟକ୍ତିଙ୍କ ନାଗରିକତ୍ୱ ସପକ୍ଷରେ ପ୍ରମାଣପତ୍ର ଦେବା ପାଇଁ ଯୋଗ୍ୟ ନୁହନ୍ତି। ବ୍ୟାଙ୍କ ଦସ୍ତାବିଜଗୁଡ଼ିକ ମଧ୍ୟ ତାଙ୍କର ବୋଲି ପର୍ଯ୍ୟାପ୍ତ ପ୍ରମାଣ ନ ଥିବା ଦର୍ଶାଇ ଟ୍ରିବ୍ୟୁନାଲ ସେଗୁଡ଼ିକୁ ଗ୍ରହଣ କରି ନ ଥିଲେ। ଜାବେଦା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ହେଲେ ହାଇକୋର୍ଟ ମଧ୍ୟ ଏହିସବୁ ଦସ୍ତାବିଜକୁ ନାଗରିକତ୍ୱ ପ୍ରମାଣ ପାଇଁ ବୈଧ ନୁହେଁ ବୋଲି ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ୨୦୧୬ରେ ମଧ୍ୟ ଗୁଆହାଟୀ ହାଇକୋର୍ଟ ଅନ୍ୟ ଏକ ମାମଲାରେ ପାନ୍‌ କାର୍ଡ ଓ ବ୍ୟାଙ୍କ ଦସ୍ତାବିଜକୁ ନାଗରିକତ୍ୱର ପ୍ରମାଣ ନୁହେଁ ବୋଲି ରାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri