ପାନୀୟ ଜଳ ସଙ୍କଟରେ ଜାମ୍ବୁ ସାହି

ଖଜୁରିପଡ଼ା (ଡି.ଏନ.ଏ.)/ ବଲସକୁମ୍ପା,୧୬ା୧୨-ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏଥିସହ କେତେକ ଅଞ୍ଚଳରେ ଉଠା ଜଳସେଚନ ବ୍ୟବସ୍ଥା କରି ଲୋକଙ୍କ ପାଖରେ ପାନୀୟ ଜଳ ଯୋଗାଉଛନ୍ତି। ହେଲେ ଏବେ ମଧ୍ୟ ଅନେକ ସ୍ଥାନରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏହା ଦେଖିବାକୁ ମିଳିଛି ଖଜୁରିପଡ଼ା ବ୍ଲକ ଅଧୀନରେ ଥିବା ବଲସକୁମ୍ପା ଗ୍ରାମପଞ୍ଚାୟତର (ନବଗୁବା) ଜାମ୍ବୁ ସାହିରେ। ଗ୍ରାମପଞ୍ଚାୟତଠାରୁ ୩ କିମି ଦୂରରେ ଅବସ୍ଥିତ ଏହି ଗ୍ରାମ।

ଗ୍ରାମରେ ପ୍ରାୟ ୧୮ ବସ୍ତିବାସିନ୍ଦା ରହୁଛନ୍ତି। କିନ୍ତୁ ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ପକ୍କା ରାସ୍ତା ନ ଥିବା ବେଳେ ଜଳସେଚନ ବ୍ୟବସ୍ଥା ନାହିଁ। ଏହି ଅଞ୍ଚଳରେ ଥିବା ଗୋଟିଏ ନଳକୂପ ଖରାପ ହୋଇଯାଇଛି। ତେଣୁ ଲୋକମାନେ ନଦୀ ଏବଂ ଚୁଆର ପାଣି ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ଜନସାଧାରଣ ରୋଗଗ୍ରସ୍ତ ହେବାର ଆଶଙ୍କା ରହିଛି। ଏ ନେଇ ଲୋକେ ସରପଞ୍ଚ ଅଜୟ କୁମାର ମଲ୍ଲିକଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ ଓ ଆବେଦନ କରିଛନ୍ତି। ସରପଞ୍ଚ ଅଜୟ ମଲ୍ଲିକ କହିଛନ୍ତି, ସେ ଏହି ସମସ୍ୟା ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଜଳ ସମସ୍ୟାକୁ ଶୀଘ୍ର ସମାଧାନ କରାଯିବ। ଜଳ ସମସ୍ୟା ଦୂରୀକରଣ କରିବା ପାଇଁ ପ୍ରକାଶ ବେହେରା, କର୍ଣ୍ଣ ବେହେରା, ରଥିଆ ବେହେରା, କାଳିଆ ବେହେରା, ପ୍ରମୋଦ କହଁର, ଶ୍ରୀକାନ୍ତ ବେହେରା, ବିଦୁର ବେହେରା ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ସଜନାଗଡ଼, ୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କୁଲଡ଼ିହା...

ମଧ୍ୟପ୍ରଦେଶରେ ନାବାଳିକା ବଳାତ୍କାର ମାମଲା: ଗୋଳାବନ୍ଧରୁ ଯୁବକଙ୍କୁ ଉଠାଇନେଲା ପୋଲିସ

ଗୋପାଳପୁର,୫ା୧୨-ଗତ କିଛିଦିନ ହେଲା ଦେଶରେ ବଳାତ୍କାର ବଢ଼ି ଚାଲିଛି। ପୋଲିସ ତଦନ୍ତରେ ଢିଲା ଯୋଗୁ ବିଭିନ୍ନ ସମୟରେ ଅପରାଧୀ ସହଜରେ ଖସି ଯାଉଛନ୍ତି। ମଧ୍ୟପ୍ରଦେଶରେ ଜଣେ...

ଆସୁଛି ବାଲିଯାତ୍ରା: ଚଳଚଞ୍ଚଳ କଟକ

କଟକ ଅଫିସ,୫।୧୧: ପାଖେଇ ଆସୁଛି ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି କଟକ। ବାଲିଯାତ୍ରା ପଡ଼ିଆରେ ଗୋଟିଏ ପରେ ଗୋଟିଏ ଷ୍ଟଲ ଖୋଲା ଯାଉଛି। ଷ୍ଟଲ ନିର୍ମାଣରେ ଦିନରାତି...

କେନ୍ଦୁଝରରେ ମହାବଳ ପ୍ରସଙ୍ଗ: ଅସ୍ବୀକାର କଲେ ଡିଏଫ୍‌ଓ

କେନ୍ଦୁଝର,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଏକ ସିସିଟିଭି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ଏହାକୁ...

ନିଶ୍ଚିନ୍ତକୋଇଲିରେ ବଢ଼ୁଛି ପ୍ରବାସୀ ଓଡ଼ିଆ ଆଗନ୍ତୁକଙ୍କ ସଂଖ୍ୟା: ଚିନ୍ତାରେ ପ୍ରଶାସନ, ପଞ୍ଜୀକରଣ କଲେଣି ୮ହଜାରରୁ ଊର୍ଦ୍ଧ୍ୱ

ନିଶ୍ଚିନ୍ତକୋଇଲି,୨।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଲୋକେ ବାହାର ରାଜ୍ୟରେ ଫସି ରହିଛନ୍ତି। ଲକ୍‌ ଡାଉନ୍‌ ପରେ ସେମାନେ ଘରକୁ ଫେରିବେ। ଇତିମଧ୍ୟରେ ସେମାନଙ୍କ...

ଫେରିବ ହକିର ହୃତଗୌରବ

ଢେଙ୍କାନାଳ ଅଫିସ, ୨୩।୧ ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର...

ଗାମୁଛାରେ ବୃଦ୍ଧଙ୍କ ବେକ ଭିଡ଼ି ହତ୍ୟା ଅଭିଯୋଗ: ଯୁବକ ଗିରଫ

କୋରୁକୋଣ୍ଡା,୨୧ା୬(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିତାପାରି ୩ ପଞ୍ଚାୟତ ଅଧୀନସ୍ଥ ସିତାଗନ୍ଧୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି। ଗତ...

ଜଳୁଛି ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ନାକେଦମ୍‌ ହେଲେଣି ୧୨ ଅଗ୍ନିଶମ ଟିମ୍‌

ପୁରୀ ଅଫିସ,୯ା୩: ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ମରିଚିକୋଟ ଛକ ନିକଟସ୍ଥ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ବୁଧବାର ରାତିରୁ...

Advertisement
Archives

Model This Week