Posted inଖେଳ

ପାଣ୍ଡେ, ପାଣ୍ଡ୍ୟା ଭାରତ-ଏ’କୁ ସିରିଜ ଜିତାଇଲେ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୭।୭ (ପି.ଟି.): ଅଧିନାୟକ ମନୀଷ ପାଣ୍ଡେଙ୍କ ଦମ୍‌ଦାର ଶତକ ସାଙ୍ଗକୁ ସ୍ପିନର କ୍ରୁନାଲ ପାଣ୍ଡ୍ୟାଙ୍କ ୫ ଉଇକେଟ୍‌ ସଫଳତା ବଳରେ ଏଠାରେ ଅନୁଷ୍ଠିତ ୩ୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭାରତ-ଏ ୧୪୮ ରନରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ ପରାସ୍ତ କରିଛି। ଏହି ବିଜୟ ସହ ଭ୍ରମଣକାରୀ ଭାରତ-ଏ ୫ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ଆଗୁଆ ୩-୦ରେ କବ୍‌ଜା କରିନେଇଛି। ପୂର୍ବରୁ ଖେଳାଯାଇଥିବା ପ୍ରଥମ ଓ ୨ୟ ମ୍ୟାଚ୍‌କୁ ଭାରତ ୬୫ ରନର ସମାନ ବ୍ୟବଧାନରେ ଜିତିନେଇଥିଲା। ସିରିଜର ୪ର୍ଥ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ।
ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ-ଏ ଅଧିନାୟକ ପାଣ୍ଡେ (୧୦୦ ରନ, ୮୭ ବଲ, ୬ ଚୌକା, ୫ ଛକା)ଙ୍କ ଶତକ ସାଙ୍ଗକୁ ଯୁବ ଓପନର୍‌ ଶୁବମନ ଗିଲ (୭୭) ଓ ଶ୍ରେୟାସ ଆୟାର (୪୭)ଙ୍କ ଉଲ୍ଲେଖନୀୟ ଇନିଂସ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ୍‌ ହରାଇ ୨୯୫ ରନ ସଂଗ୍ରହ କରିଥିଲା। ଉଭୟ ଗିଲ୍‌ ଓ ଆୟାର ୨ୟ ଉଇକେଟ୍‌ ଯୋଡ଼ିରେ ମହତ୍ତ୍ୱପୂର୍ଣ୍ଣ ୧୦୯ ରନର ଭାଗୀଦାରି କରିଥିଲେ। ଗିଲ୍‌ ଆଉଟ୍‌ ହେବାପରେ ପାଣ୍ଡେ ଇନିଂସକୁ ଆଗେଇ ନେଇଥିଲେ। ଚତୁର୍ଥ ଉଇକେଟ୍‌ରେ ପାଣ୍ଡେ ଓ ହନୁମା ବିହାରୀ (୨୯ ରନ) ୧୧୦ ରନ ସଂଗ୍ରହ କରିଥିଲେ। ଜବାବରେ ୨୯୬ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍‌କୁ ପିଛା କରି ଓ୍ବେଷ୍ଟଇଣ୍ଡିଜ-ଏ ବାମହାତୀ ସ୍ପିନର କ୍ରୁନାଲ ପାଣ୍ଡ୍ୟାଙ୍କୁ ସାମ୍ନା କରି ନ ପାରି ୩୪.୨ ଓଭରରେ ୧୪୭ ରନରେ ସୀମିତ ରହିଥିଲା। ୧୦ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କେମୋ ପଲ୍‌ ସର୍ବାଧିକ ୩୪ ଓ ଓପନର୍‌ ସୁନୀଲ ଆମ୍ବ୍ରିସ ୩୦ ରନ କରିଥିଲେ। ପାଣ୍ଡ୍ୟା ୭ ଓଭରରେ ୨୫ ରନ ବ୍ୟୟରେ ସର୍ବାଧିକ ୫ ଉଇକେଟ୍‌ ଅକ୍ତିଆର କରିଥିଲେ। ଶତକୀୟ ଇନିଂସ ଲାଗି ମନୀଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri