ପାଣି ପାଇଁ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ: ତୀରମାଡ଼ରେ ଯୁବକ ମୃତ

ନରସିଂହପୁର, ୫ା୮(ଡି.ଏନ.ଏ./ସ୍ବ.ପ୍ର.): କଟକ ଜିଲା ନରସିଂହପୁର ଥାନା ଅଧୀନ ସାଗର ଏବଂ ପାଞ୍ଚଗୋଚ୍ଛିଆ ଗ୍ରାମବାସୀଙ୍କ ମଧ୍ୟରେ ରବିବାର ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ତୀର ମାଡ଼ରେ ସାଗର ଗ୍ରାମର ଶ୍ରୀଧର ସାମଲ(୪୦)ଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚାଗୋଚ୍ଛିଆ ଗ୍ରାମର ହରିହର ବେହେରା(୬୦) ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ଉଭୟ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚତ୍ ସ୍ଥିତି ସମୀକ୍ଷା କରିଛନ୍ତି। ଅତିରିକ୍ତ ତହସିଲଦାର ଦୁଇ ଗଁାର ଲୋକଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଏହି ଘଟଣା ପାଇଁ ପ୍ରଶାସନ ଦାୟୀ ବୋଲି ଉଭୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡକୁ ନେଇ ଥାନାରେ ୨ଟି ଅଭିଯୋଗ ହୋଇଛି। ପୋଲିସ ସାଗର ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ମାମଲା ନଂ-୧୦୦/୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଏଠାରେ ଥିବା ଚାମୁଣ୍ଡାପଲ୍ଲୀ ବନ୍ଧ ଯୋଗେ ସାଗର ଗ୍ରାମବାସୀ ଚାଷଜମିକୁ ଜଳସେଚନ କରନ୍ତି। ଗତ ଜୁଲାଇ ୨୦ରେ ନରସିଂହପୁର ତହସିଲଦାର ରାଜକିଶୋର ଜେନା ଚାମୁଣ୍ଡାପଲ୍ଲୀ ବନ୍ଧକୁ ଜେସିବି ଦ୍ୱାରା ଖୋଳି ପାଞ୍ଚଗୋଚ୍ଛିଆ ଗ୍ରାମବାସୀଙ୍କୁ ପାଣି ଯୋଗାଇଥିଲେ। ଏହାକୁ ବିରୋଧ କରି ୨୩ ତାରିଖରେ ସାଗର ଗ୍ରାମବାସୀ ଦୁଇ ଦିନଧରି ତହସିଲ ଆଗରେ ଧାରଣା ଦେବା ସହ ସମାଧାନ ଦାବି କରିଥିଲେ। ୨୫ ତାରିଖରେ ଉଭୟ ଗ୍ରାମର ନିଷ୍ପତ୍ତିକ୍ରମେ ଖୋଳାଯାଇଥିବା ବନ୍ଧକୁ ପ୍ରଶାସନ ପକ୍ଷରୁ ପୋତି କେନାଲ ନିକଟରୁ ପାଣି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ରବିବାର ସକାଳ ପ୍ରାୟ ୭ଟାରେ ସାଗର ଗ୍ରାମର କେତେଜଣ ଚାଷୀ ଚାମୁଣ୍ଡାପଲ୍ଲୀ ବନ୍ଧ ବନ୍ଧାଇବାକୁ ଯାଇଥିଲେ। ତେଣୁ ପାଞ୍ଚଗୋଚ୍ଛିଆ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିବା ସହ ହଠାତ୍‌ ଧନୁ ତୀରରେ ଆକ୍ରମଣ କରିଥିଲେ। ସାଗର ଗ୍ରାମର ଶ୍ରୀଧରଙ୍କ ଦେହରେ ତୀର ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବାପରେ ସାଗର ଗ୍ରାମବାସୀ ମାରଣାସ୍ତ୍ର ଧରି ଚାମୁଣ୍ଡାପଲ୍ଲୀ ନିକଟରେ ପହଞ୍ଚତ୍ଥିଲେ। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ପାଞ୍ଚଗୋଚ୍ଛିଆ ଗ୍ରାମର ହରିହରଙ୍କ ହାତ କଟିଯାଇଥିବାବେଳେ ସଦାନନ୍ଦ ପ୍ରଧାନ(୫୪)ଙ୍କ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ସାଗର ଗ୍ରାମର ୯ରୁ ଊର୍ଦ୍ଧ୍ୱ ଓ ପାଞ୍ଚଗୋଚ୍ଛିଆର ୬ ଜଣ ଆହତ ହୋଇ ନରସିଂହପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ହେଲେ ପାଞ୍ଚଗୋଚ୍ଛିଆ ଗ୍ରାମର ମହେଶ୍ୱର ନାୟକ, ଅଞ୍ଜନ ନାୟକ, ଟାଇନ ନାୟକ, ଚାଖେଣ୍ଡି ଦଳେଇ, ସୁଲୋଚନା ଦଳେଇ, ନୀଳାଦ୍ରି ନାୟକ, ଲୋକନାଥ ପ୍ରଧାନ, ଦ୍ରୌପଦୀ ନାୟକ, ଅନ୍ତର୍ଯ୍ୟାମୀ ସାହୁ, ଭରତ ନାୟକ ଏବଂ ସାଗର ଗ୍ରାମର ପ୍ରତିମା ସାହୁ, ପଙ୍କଜ ଜେନା, କୈଳାସ ଜେନା, ବ୍ରଜକିଶୋର ବାରିକ, ଶାନ୍ତିଲତା ପ୍ରଧାନ। ଶ୍ରୀଧରଙ୍କ ମୃତଦେହ ବଡ଼ମ୍ବା ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା କହିଛନ୍ତି। ଘଟଣାକୁ ନେଇ ପାଞ୍ଚଗୋଚ୍ଛିଆ ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନଙ୍କ ୩ ବଖରା ଜାଳି ଦିଆଯାଇଥିବା କୁହାଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଆଲୋକ ରଞ୍ଜନ ରାୟ, କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧାଗୋବିନ୍ଦ ପାଣିଗ୍ରାହୀ ଉପସ୍ଥିତ ରହି ଘଟଣାର ତଦାରଖ

କରୁଛନ୍ତି। ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଆକାଶ ରଞ୍ଜନ ସାହୁ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ସାଗର ଗ୍ରାମର ଶରତ ପ୍ରଧାନ କୁହନ୍ତି, ଏହି ଘଟଣା ପାଇଁ ତହସିଲଦାର ରାଜକିଶୋର ଜେନା ଦାୟୀ। ସାଗର ଗ୍ରାମବାସୀ ଏହି ବନ୍ଧରୁ ପ୍ରାୟ ୫୦ ବର୍ଷଧରି ପାଣି ଆଣି ଚାଷ କରୁଛନ୍ତି। ମାତ୍ର ତହସିଲଦାର ଏକ ପାଖିଆ ଭାବେ ନିଷ୍ପତ୍ତି ନେବାରୁ ଏହି ସଂଘର୍ଷର ସୂତ୍ରପାତ ହୋଇଛି। ସେହିପରି ପାଞ୍ଚଗୋଚ୍ଛିଆ ଗ୍ରାମର ଶରତ ନାଏକଙ୍କ ସହ ଗ୍ରାମବାସୀ ମଧ୍ୟ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ତହସିଲଦାର ଜେନା ଉଭୟ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri