ପାଣି ପାଇଁ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ: ତୀରମାଡ଼ରେ ଯୁବକ ମୃତ

ନରସିଂହପୁର, ୫ା୮(ଡି.ଏନ.ଏ./ସ୍ବ.ପ୍ର.): କଟକ ଜିଲା ନରସିଂହପୁର ଥାନା ଅଧୀନ ସାଗର ଏବଂ ପାଞ୍ଚଗୋଚ୍ଛିଆ ଗ୍ରାମବାସୀଙ୍କ ମଧ୍ୟରେ ରବିବାର ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ତୀର ମାଡ଼ରେ ସାଗର ଗ୍ରାମର ଶ୍ରୀଧର ସାମଲ(୪୦)ଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚାଗୋଚ୍ଛିଆ ଗ୍ରାମର ହରିହର ବେହେରା(୬୦) ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ଉଭୟ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚତ୍ ସ୍ଥିତି ସମୀକ୍ଷା କରିଛନ୍ତି। ଅତିରିକ୍ତ ତହସିଲଦାର ଦୁଇ ଗଁାର ଲୋକଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଏହି ଘଟଣା ପାଇଁ ପ୍ରଶାସନ ଦାୟୀ ବୋଲି ଉଭୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡକୁ ନେଇ ଥାନାରେ ୨ଟି ଅଭିଯୋଗ ହୋଇଛି। ପୋଲିସ ସାଗର ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ମାମଲା ନଂ-୧୦୦/୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଏଠାରେ ଥିବା ଚାମୁଣ୍ଡାପଲ୍ଲୀ ବନ୍ଧ ଯୋଗେ ସାଗର ଗ୍ରାମବାସୀ ଚାଷଜମିକୁ ଜଳସେଚନ କରନ୍ତି। ଗତ ଜୁଲାଇ ୨୦ରେ ନରସିଂହପୁର ତହସିଲଦାର ରାଜକିଶୋର ଜେନା ଚାମୁଣ୍ଡାପଲ୍ଲୀ ବନ୍ଧକୁ ଜେସିବି ଦ୍ୱାରା ଖୋଳି ପାଞ୍ଚଗୋଚ୍ଛିଆ ଗ୍ରାମବାସୀଙ୍କୁ ପାଣି ଯୋଗାଇଥିଲେ। ଏହାକୁ ବିରୋଧ କରି ୨୩ ତାରିଖରେ ସାଗର ଗ୍ରାମବାସୀ ଦୁଇ ଦିନଧରି ତହସିଲ ଆଗରେ ଧାରଣା ଦେବା ସହ ସମାଧାନ ଦାବି କରିଥିଲେ। ୨୫ ତାରିଖରେ ଉଭୟ ଗ୍ରାମର ନିଷ୍ପତ୍ତିକ୍ରମେ ଖୋଳାଯାଇଥିବା ବନ୍ଧକୁ ପ୍ରଶାସନ ପକ୍ଷରୁ ପୋତି କେନାଲ ନିକଟରୁ ପାଣି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ରବିବାର ସକାଳ ପ୍ରାୟ ୭ଟାରେ ସାଗର ଗ୍ରାମର କେତେଜଣ ଚାଷୀ ଚାମୁଣ୍ଡାପଲ୍ଲୀ ବନ୍ଧ ବନ୍ଧାଇବାକୁ ଯାଇଥିଲେ। ତେଣୁ ପାଞ୍ଚଗୋଚ୍ଛିଆ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିବା ସହ ହଠାତ୍‌ ଧନୁ ତୀରରେ ଆକ୍ରମଣ କରିଥିଲେ। ସାଗର ଗ୍ରାମର ଶ୍ରୀଧରଙ୍କ ଦେହରେ ତୀର ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବାପରେ ସାଗର ଗ୍ରାମବାସୀ ମାରଣାସ୍ତ୍ର ଧରି ଚାମୁଣ୍ଡାପଲ୍ଲୀ ନିକଟରେ ପହଞ୍ଚତ୍ଥିଲେ। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ପାଞ୍ଚଗୋଚ୍ଛିଆ ଗ୍ରାମର ହରିହରଙ୍କ ହାତ କଟିଯାଇଥିବାବେଳେ ସଦାନନ୍ଦ ପ୍ରଧାନ(୫୪)ଙ୍କ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ସାଗର ଗ୍ରାମର ୯ରୁ ଊର୍ଦ୍ଧ୍ୱ ଓ ପାଞ୍ଚଗୋଚ୍ଛିଆର ୬ ଜଣ ଆହତ ହୋଇ ନରସିଂହପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ହେଲେ ପାଞ୍ଚଗୋଚ୍ଛିଆ ଗ୍ରାମର ମହେଶ୍ୱର ନାୟକ, ଅଞ୍ଜନ ନାୟକ, ଟାଇନ ନାୟକ, ଚାଖେଣ୍ଡି ଦଳେଇ, ସୁଲୋଚନା ଦଳେଇ, ନୀଳାଦ୍ରି ନାୟକ, ଲୋକନାଥ ପ୍ରଧାନ, ଦ୍ରୌପଦୀ ନାୟକ, ଅନ୍ତର୍ଯ୍ୟାମୀ ସାହୁ, ଭରତ ନାୟକ ଏବଂ ସାଗର ଗ୍ରାମର ପ୍ରତିମା ସାହୁ, ପଙ୍କଜ ଜେନା, କୈଳାସ ଜେନା, ବ୍ରଜକିଶୋର ବାରିକ, ଶାନ୍ତିଲତା ପ୍ରଧାନ। ଶ୍ରୀଧରଙ୍କ ମୃତଦେହ ବଡ଼ମ୍ବା ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା କହିଛନ୍ତି। ଘଟଣାକୁ ନେଇ ପାଞ୍ଚଗୋଚ୍ଛିଆ ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନଙ୍କ ୩ ବଖରା ଜାଳି ଦିଆଯାଇଥିବା କୁହାଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଆଲୋକ ରଞ୍ଜନ ରାୟ, କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧାଗୋବିନ୍ଦ ପାଣିଗ୍ରାହୀ ଉପସ୍ଥିତ ରହି ଘଟଣାର ତଦାରଖ

କରୁଛନ୍ତି। ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଆକାଶ ରଞ୍ଜନ ସାହୁ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ସାଗର ଗ୍ରାମର ଶରତ ପ୍ରଧାନ କୁହନ୍ତି, ଏହି ଘଟଣା ପାଇଁ ତହସିଲଦାର ରାଜକିଶୋର ଜେନା ଦାୟୀ। ସାଗର ଗ୍ରାମବାସୀ ଏହି ବନ୍ଧରୁ ପ୍ରାୟ ୫୦ ବର୍ଷଧରି ପାଣି ଆଣି ଚାଷ କରୁଛନ୍ତି। ମାତ୍ର ତହସିଲଦାର ଏକ ପାଖିଆ ଭାବେ ନିଷ୍ପତ୍ତି ନେବାରୁ ଏହି ସଂଘର୍ଷର ସୂତ୍ରପାତ ହୋଇଛି। ସେହିପରି ପାଞ୍ଚଗୋଚ୍ଛିଆ ଗ୍ରାମର ଶରତ ନାଏକଙ୍କ ସହ ଗ୍ରାମବାସୀ ମଧ୍ୟ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ତହସିଲଦାର ଜେନା ଉଭୟ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri