ପାଣି ଓଭର ଫ୍ଲୋ ହେବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ଜରିମାନା

ଲକ୍ଷ୍ନୌ: କୌଣସି କାର୍ଯ୍ୟାଳୟରେ କିଛି ଭୁଲ ହେଲେ ବରିଷ୍ଠ କର୍ମଚାରୀ ବର୍ତ୍ତି ଯାଉଥିବା ବେଳେ ତଳିଆ କର୍ମଚାରୀ ଫସିଯାଆନ୍ତି। ବେଳେବେଳେ ଏଥିପାଇଁ ସେମାନଙ୍କୁ ଅସୁବିଧା ମଧ୍ୟ ଭୋଗିବାକୁ ପଡ଼ିଥାଏ। ହେଲେ ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କର୍ମଚାରୀଙ୍କ ଭୁଲ ପାଇଁ ଜିଲାପାଳ ନିଜକୁ ଦାୟୀ କରିବା ସହ ନିଜ ଉପରେ ଜରିମାନା ଲଗାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କାର୍ଯ୍ୟାଳୟରେ ପାଣିଟାଙ୍କି ପୂରଣ ହୋଇ ଓଭର ଫ୍ଲୋ ହେବାରୁ ଜିଲାପାଳ ଅଜୟ ଶଙ୍କର ପାଣ୍ଡେ ନିଜ ଉପରେ ଓ କର୍ମଚାରୀଙ୍କ ଉପରେ ୧୦ହଜାର ଟଙ୍କା ଜରିମାନା ଲଗାଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ପ୍ରଚାର ହେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଥାଟି ହେଲା, କାର୍ଯ୍ୟାଳୟରେ ପାଣିଟାଙ୍କି ପୂରଣ ହୋଇ ଓଭର ଫ୍ଲୋ ହେଉଥିଲା। ଏହାକୁ ଦେଖି ଜିଲାପାଳ ବିରକ୍ତ ହେବା ସହ ପାଣି କେତେବେଳୁ ନଷ୍ଟ ହେଉଛି ବୋଲି ଜଣେ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ୧୦ମିନିଟ୍‌ରୁ ପାଣି ନଷ୍ଟ ହେଉଥିବା ଜାଣିବା ପରେ ସେ ନିଜ ଉପରେ ଓ କର୍ମଚାରୀଙ୍କ ଉପରେ ସାମୂହିକ ୧୦ହଜାର ଟଙ୍କା ଜରିମାନା ଲଗାଇଥିଲେ। ଏଥିସହ ସେ କହିଥିଲେ, ପାଣି ସଂରକ୍ଷଣ କରିବା ସମସ୍ତଙ୍କର ଦାୟିତ୍ୱ ଏବଂ ଏହାକୁ ବଞ୍ଚାଇବା ମଧ୍ୟ ସମସ୍ତଙ୍କର କର୍ତ୍ତବ୍ୟ। ଏହା ଭୁଲ ନୁହେଁ ବରଂ ଦାୟିତ୍ୱହୀନତା। ତେଣୁ ସମସ୍ତଙ୍କ ସହ ମୋ ଉପରେ ମଧ୍ୟ ଏହା ଲାଗୁ ହୋଇଥିବାରୁ ଏହି ଜରିମାନା ଲଗାଯାଇଛି ବୋଲି ଅଜୟ କହିଛନ୍ତି। ତେବେ ୩୦ଜଣ ଅଧିକାରୀଙ୍କଠାରୁ ଶହେ ଟଙ୍କା ଓ କର୍ମଚାରୀଙ୍କଠାରୁ ୭୦ଟଙ୍କା ଲେଖାଏଁ ମାସିକ ଦରମାରୁ କାଟିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ଜରିମାନା ରାଶିକୁ ଜଳ ସଂରକ୍ଷଣ ବିଭାଗରେ ଜମା କରାଯାଇଛି। ଯାହାଦ୍ୱାରା ଜଳ ସଂରକ୍ଷଣ ଉନ୍ନତି କାର୍ଯ୍ୟରେ ଲଗାଯାଇପାରିବ। ତେବେ ଜିଲାପାଳଙ୍କ ଏହି ସଚ୍ଚୋଟତା ଏବେ ସବୁ ମହଲରେ ଭୂରି ଭୂରି ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri