ପାଠପଢ଼ାରେ ଡୋରି : ଅଙ୍ଗନବାଡ଼ି ଯାଉନାହାନ୍ତି ଶିଶୁ

କେନ୍ଦୁଝର,୭ା୬(ସ୍ବ.ପ୍ର.): ପୁଷ୍ଟିହୀନତା ରୋକିବା ସହ ଶିଶୁଙ୍କୁ ପ୍ରାକ ଶିକ୍ଷା ଦେବାକୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଶିଶୁମାନେ ସୁଷମ ଖାଦ୍ୟ ଖାଇବା ସହ ପାଠ ପଢ଼ିବାରେ ଆଗ୍ରହ ପ୍ରକାଶ କରିବେ। କୌଣସି ଶିଶୁ ଯେମିତି ଏହି ସୁବିଧାରୁ ବଞ୍ଚିତ ନ ହୁହନ୍ତି ସେଥିପାଇଁ ପ୍ରତ୍ୟେକ ଗ୍ରାମରେ ଗୋଟିଏ ବା ଦୁଇଟି ଲେଖାଏ ଅଙ୍ଗନବାଡ଼ି କେନ୍ଦ୍ର ଓ ଉପକେନ୍ଦ୍ର ଖୋଲାଯାଇଛି ମାତ୍ର ସଦର ବ୍ଲକ ବରଦାପାଳ ପଞ୍ଚାୟତ ଡିଗୁଳୁସାହିରେ ରହୁଥିବା ଶିଶୁ ସରକାରଙ୍କ ଏହି ସୁବିଧାରୁ ବଞ୍ଚିତ ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସାହିରେ ପ୍ରାୟ ୨୦ଟି ଆଦିବାସୀ ପରିବାର ରହୁଛନ୍ତି। ସାହିଠାରୁ ପ୍ରାୟ ୪କିମି ଦୂର ଖୁଣ୍ଟାପଡ଼ା ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଥିବାରୁ ୩୦ରୁ ଊଦ୍ଧର୍‌ବ ଶିଶୁ ସେଠାକୁ ଯାଇପାରୁ ନ ଥିବା ଅଭିଯୋଗ ହୋଇଛି। କେବଳ ଡିଗୁଳୁସାହି ନୁହେଁ ଆହୁରି ଅନେକ ଗ୍ରାମରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛିା ଏହି ସାହିର ଜନସଂଖ୍ୟା ଦେଢ଼ଶହରୁ ଅଧିକ। ସେମାନଙ୍କ ମଧ୍ୟରେ ପ୍ରାୟ ୩୦ଜଣ ଶିଶୁ ଅଛନ୍ତିା ଏହି ଶିଶୁମାନେ ଅଙ୍ଗନବାଡ଼ି ଯାଉନାହାନ୍ତି। ସାହିରୁ ୪କିମି ଦୂରରେ ଥିବାରୁ ଅଭିଭାବକମାନେ ସେମାନଙ୍କ ଶିଶୁଙ୍କୁ ଅଙ୍ଗନବାଡ଼ି ଛାଡୁ ନ ଥିବା କହିଛନ୍ତି। ସାହିର ପ୍ରାୟ ସମସ୍ତ ପରିବାରର ଆର୍ଥିକ ଅବସ୍ଥା ଖରାପ ା ଫଳରେ ଅଧିକାଂଶ ଶିଶୁ ଭଲରେ ଖାଇବାକୁ ମୁଠେ ପାଉନାହାନ୍ତିା ଏଣୁ ଏହି ସାହିରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେଲେ ଶିଶୁମାନେ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri