ପାଚିକା ଚୟନ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୧୨।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁମ୍ଭାରମୂଳୀ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଚୟନ ପ୍ରତିବାଦରେ ମଙ୍ଗଳବାର ଗ୍ରାମବାସୀ ଓ ଛାତ୍ରୀଛାତ୍ରମାନେ ପୂର୍ବାହ୍ନ ସ୍କୁଲ ଖୋଲିବା ପୂର୍ବରୁ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତୀକ ଧାରଣା ଦେଇଥିଲେ। ଭୋଗରାଇ ଗୋଷ୍ଠୀ ସହକାରୀ ଶିକ୍ଷାଧିକାରୀ ଧରଣୀଧର ରାଉତ ଓ ସିଆର୍‌ସିସି ଗୌତମ ଦତ୍ତ ସେଠାକୁ ଯାଇ ଆନ୍ଦୋଳନରତ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଧାରଣା ସ୍ଥଗିତ ରଖିଥିଲେ।
ଏହି ବିଦ୍ୟାଳୟରେ ୧ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୯୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଦୁଇଜଣ ପାଚିକା କାର୍ଯ୍ୟ କରୁଥିଲେ। ଜଣେ ପାଚିକାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଧାନଶିକ୍ଷକଙ୍କ ସହ ସ୍କୁଲର ମ୍ୟାନେଜିଂ କମିଟି ଏକ ନୋଟିସ୍‌ ଜରିଆରେ ପାଚିକା ନିଯୁକ୍ତି ନିମନ୍ତେ ଗତ ୧୩।୧।୨୦୨୦ରେ ଦରଖାସ୍ତ ଆହ୍ବାନ କରିଥିଲେ। ପାଚିକା କର୍ମନିଯୁକ୍ତିରେ ୭ଜଣ ପ୍ରାର୍ଥୀ ଆବେଦନ କରିଥିବାିବେଳେ ସ୍କୁଲ ମ୍ୟାନେଜିଂ କମିଟି ଜଣେ ମହିଳାଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରିଥିଲେ। ଏହି ପ୍ରାର୍ଥୀ ଚୟନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ପାଚିକା ଚୟନ ନୋଟିସ୍‌ ବୋର୍ଡ଼ରେ କେଉଁ ବର୍ଗର ପ୍ରାର୍ଥୀ ଆବେଦନ କରିପାରିବେ ସେ ସମ୍ପର୍କରେ ଲେଖା ନ ଥିବାରୁ ଗ୍ରାମବାସୀ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ନୋଟିସକୁ ଅବିଳମ୍ବେ ରଦ୍ଦ କରାଯାଇ ଗ୍ରାମର ଅଧିକାଂଶ ପଛୁଆବର୍ଗ ଲୋକ ଥିବାବେଳେ ଅଗ୍ରାଧିକାର ଭିତ୍ତିରେ ଯୋଗ୍ୟା ପ୍ରାର୍ଥୀଙ୍କୁ ମନୋନୀତ କରାଯାଉ ବୋଲି ଗ୍ରାମବାସୀ ଦାବି କରିଥିଲେ। ଭୋଗରାଇ ଗୋଷ୍ଠୀ ଶିକ୍ଷାକେନ୍ଦ୍ରର ସହକାରୀ ଶିକ୍ଷାଧିକାରୀ ଓ ଆଞ୍ଚଳିକ ଗୋଷ୍ଠୀ ଶିକ୍ଷାକେନ୍ଦ୍ରର ସଂଯୋଜକ ସ୍ଥାନୀୟ ଲୋକଙ୍କ ଦାବିକୁ ଗ୍ରହଣ କରି ଶିକ୍ଷାଧିକାରୀଙ୍କ ସହିତ ଆଲୋଚନା ଓ ପ୍ରାର୍ଥୀ ମନୋନୟନର ଯାଞ୍ଚ କରି ପରବର୍ତ୍ତୀ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri