ପାଖେଇ ଆସୁଛି ଚୈତ୍ରଯାତ୍ରା: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ତାରାତାରିଣୀଙ୍କ ଉନ୍ନୟନ କାର୍ଯ୍ୟ

ପୁରୁଷୋତ୍ତମପୁର,୨୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ପାଖେଇ ଆସୁଛି। ଏ ନେଇ ମନ୍ଦିର ଉନ୍ନୟନ କାର୍ଯ୍ୟ ଲାଗି ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଶେଷ ଲାଗି ବିଭିନ୍ନ ବିଭାଗର ଅଧିକାରୀ ଲାଗି ପଡିଛନ୍ତି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ ମନ୍ଦିରରେ ରହି କାର୍ଯ୍ୟ ତଦାରଖ କରୁଛନ୍ତି । ପାହାଡ଼ ଉପରେ ମନ୍ଦିର ସମ୍ମୁଖରେ ଥିବା ବଡ଼ ସିଂହ ଦୁଇଟିକୁ କ୍ରେନ ସାହାଯ୍ୟରେ ଉଠାଇ ପାହାଡ଼ ତଳକୁ ସ୍ଥାନାନ୍ତରିତ କରାଯାଇଛି । ଏହାସହ ବିଭିନ୍ନ ସ୍ଥାନରେ ପୋତାଯାଇଥିବା ଖୁଣ୍ଟ, ଗଦାହୋଇଥିବା ମାଟି, ପଥରକୁ ହଟାଇବା ସହ ଚଟାଣକୁ ସମତୁଲ କରିବାରେ ଲାଗି ପଡିଥିବା ବେଳେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ ଲାଇନ କାର୍ଯ୍ୟ ଚାଲୁ ରହିଛି । ସପ୍ତାହକ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ଲାଗି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଜବତ, ୩ ଗିରଫ

ଆର,ଉଦୟଗିରି,୧୫ା୪(ଡି.ଏନ୍‌.ଏ.)- ଗଜପତି ଜିଲାପାଳ ଅନୁପମ ସାହା ଏବଂ ଅବକାରୀ ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଆର. ଉଦୟଗିରି ଅବକାରୀ ବିଭାଗ କର୍ମଚାରୀ ଆସିସାହି, ଖଜୁରିପଦା...

୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ

ପୁରୀ ଅଫିସ, ୧୭-୯:ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯିବ। ଏହି ପରିସୀମା ଭିତରେ ଥିବା...

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖ ଅର୍ଥାତ୍‌ ବୁଧବାରରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏ ନେଇ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି...

ମୁକେଶ ଜୈନ ଗିରଫ

ବାଲେଶ୍ୱର ଅଫିସ,୧୧।୭: ପୁରୀ ରଥଯାତ୍ରା ପ୍ରସଙ୍ଗରେ ରାୟ ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ...

ଯୌତୁକ ନିଆଁରେ ଜଳିଗଲେ ପ୍ରିୟା

ବଅଁରପାଳ, ୧୭।୭(ଡି.ଏନ.ଏ) ଯୌତୁକ ଲୋଭ ପୁଣି ନେଇଛି ଜୀବନ। ମାତ୍ର ଦେଢ଼ବର୍ଷର ଜଣେ ନବବଧୂଙ୍କୁ ଶାଶୁଘର ଲୋକେ କିରୋସିନ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।...

୭ ଦଲାଲ୍‌ଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୫।୨ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲି କରୁଥିବା ଅଭିଯୋଗରେ ୭ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।...

ଡାଳୁଅକଣି ସମୁଦ୍ରକୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କାକଟପୁର,୧୫।୯(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ଉପକୂଳ ଡାଳୁଅକଣି ସମୁଦ୍ରକୂଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଅସ୍ତରଙ୍ଗ ପୋଲିସ ରବିବାର ମଧ୍ୟାହ୍ନରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ...

ମାନସିକ ବିକାରଗସ୍ତ ଯୁବକଙ୍କ ଉନ୍ମତକାଣ୍ଡ: ଗୁହାଳରେ ଲଗାଇଲେ ନିଆଁ, ୧୦ ଛେଳି ଜୀବନ୍ତ ଦଗ୍ଧ

ବୈପାରିଗୁଡା, ୬।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ମାନସିକ ବିକାରଗସ୍ତ ଯୁବକ ଶୁକୁରାମ ଖିଲ...


Coronavirus Update

Archives

Model This Week

Why Dharitri