ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ରର ୫୪ ବର୍ଷୀୟ ଧାନଜୀ ଜଗଦାଲେ। ତାଙ୍କ ପକେଟରେ ମାତ୍ର ୩ ଟଙ୍କା ଥିଲେ ମଧ୍ୟ ସେ ୪୦ ହଜାର ଟଙ୍କା ବ୍ୟାଗ୍‌ ପାଇ ମାଲିକଙ୍କୁ ତାହା ଫେରେଇ ଦେଇଛନ୍ତି। ସତାରର ଏହି ବ୍ୟକ୍ତି ଜଣଙ୍କ କାମ କରି ଘରକୁ ଯିବା ପାଇଁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ହେଲେ ପକେଟରେ ମାତ୍ର ୩ ଟଙ୍କା ଥିଲା। ଏହାପରେ ସେ ବସଷ୍ଟାଣ୍ଡରେ ନଗଦ ୪୦ ହଜାର ଟଙ୍କା ଥିବା ଏକ ବ୍ୟାଗ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ଟଙ୍କା ବ୍ୟାଗ୍‌କୁ ଉଠାଇ କାହାର ବୋଲି ଚାରିଆଡେ ପଚାରିଥିଲେ। ସେହି ସମୟରେ ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତି କିଛି ଗୋଟେ ଖୋଜୁଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ନିକଟକୁ ଯାଇ ଧନଜୀ ତାଙ୍କୁ ପଚାରିଥିଲେ କ’ଣ ଖୋଜୁଛନ୍ତି? ତା’ ପରେ ସେହି ବ୍ୟକ୍ତି ଜଣଙ୍କ କହିଥିଲେ ତାଙ୍କର ୪୦ ହଜାର ଟଙ୍କା ହଜିଯାଇଛି। ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ୪୦ ହଜାର ଟଙ୍କା ଯୋଗାଡ଼ କରି ହସ୍ପିଟାଲକୁ ଯାଉଥିଲେ। କିନ୍ତୁ ତାହା ଏଠି ହଜିଗଲା ବୋଲି କହିଥିଲେ। ଏହାଶୁଣି ତତ୍‌କ୍ଷଣାତ୍‌ ଧନଜୀ ୪୦ ହଜାର ଟଙ୍କା ସେହି ବ୍ୟକ୍ତିଙ୍କୁ ଫେରସ୍ତ କରି ଦେଇଥିଲେ। ସେହି ବ୍ୟକ୍ତି ଖୁସି ହୋଇ ଧନଜୀଙ୍କୁ ୧ ହଜାର ଟଙ୍କା ଉପହାର ଦେଇଥିଲେ। ହେଲେ ସେ ଏହାକୁ ଗ୍ରହଣ କରି ନ ଥିଲେ। ଧନଜୀ ତାଙ୍କ ଘରକୁ ଯିବା ପାଇଁ ୧୦ ଟଙ୍କାର ଆବଶ୍ୟକତା ଥିଲା। ପାଖରେ ୩ ଟଙ୍କା ଥିବାରୁ ସେ ମାତ୍ର ୭ ଟଙ୍କା ଉକ୍ତ ବ୍ୟକ୍ତିଙ୍କ ପାଖରୁ ନେଇଥିଲେ। ଧନଜୀ ଏଭଳି ଉଦାରତା ଦେଖି ତାଙ୍କୁ ଚାରିଆଡେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଅଜବ ଅନ୍ଧବିଶ୍ୱାସ: ଯାହାକୁ ଲୋକେ କରନ୍ତି ବିଶ୍ୱାସ

ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ଅନେକ ପ୍ରକାର ଅନ୍ଧ ବିଶ୍ୱାସ ରହିଛି। ଯେପରି କେହି ବିରାଡି ରାସ୍ତା କାଟିବାକୁ କେତେଜଣ ଅଶୁଭ କହିଥାନ୍ତି ତ କେତେକ...

କଂଗ୍ରେସ ନେତାରୁ ଲୋକ ସେବକ ପାଲଟି ଗଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୫।୧୧:କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଟୁଇଟର ଆକାଉଣ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କାରଣ ସେ କଂଗ୍ରେସ ନେତାରୁ ଏବେ ପାଲଟିଯାଇଛନ୍ତି ଲୋକ ସେବକ ଓ...

କିଶିଦାଙ୍କୁ କୃଷ୍ଣ ପଙ୍ଖି ଉପହାର ଦେଲେ ମୋଦି…

ନୂଆଦିଲ୍ଲୀ,୨୦।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ’କୃଷ୍ଣ ପଙ୍ଖି’ ଉପହାର ଦେଇଛନ୍ତି। ଏହା ଚନ୍ଦନ କାଠରେ...

ଟୁଇଟର ଅଫିସ ବନ୍ଦ କଲେ ମସ୍କ !

ନୂଆଦିଲ୍ଲୀ,୧୮।୧୧: ସାମୟିକ ଭାବେ ବନ୍ଦ ହୋଇଛି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ସମସ୍ତ କାର୍ଯ୍ୟାଳୟ। ନୂତନ ମାଲିକ ଏଲୋନ ମସ୍କ କମ୍ପାନୀରେ ଅନେକ ନିୟମ...

ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ, ଚାଇନାର ନାମ ନେବାକୁ ଭୟ କରୁଛନ୍ତି: ଓଓ୍ବାଇସି

ନୂଆଦିଲ୍ଲୀ, ୨୦।୧: ଅରୁଣାଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗାଁ ନିର୍ମାଣ କରିଛି। ଏନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ସମେତ...

ଅନ୍ତିମ ଯାତ୍ରାରେ ଦେଶର ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ମର ଶରୀରକୁ ଅନ୍ତିମ ଯାତ୍ରାରେ ନିଆଯାଇଛି । ସନ୍ଧ୍ୟା ୫ଟାରେ...

ମାଂସ ବିକାଳିଙ୍କୁ ମାଡ଼ ମାରିଲେ ଗୋରକ୍ଷକ

ମୋରଦାବାଦ, ୨୪ା୫: ଉତ୍ତରପ୍ରଦେଶର ମୋରଦାବାଦ୍‌ଠାରେ ରବିବାର ଜଣେ ମାଂସ ବିକାଳି ମହମ୍ମଦ ଶାକିରଙ୍କୁ ନିଜକୁ ‘ଗୋରକ୍ଷକ’ କହୁଥିବା ଏକ ଗ୍ୟାଙ୍ଗ ମାଡ଼ ମାରିଛନ୍ତି। ପୋଲିସ ଶାକିରଙ୍କ...

କ’ଣ ରହିଛି ପିକେ ପ୍ଲାନ୍‌

ନୂଆଦିଲ୍ଲୀ,୧୫ା୭: ଦେଶର ଜଣାଶୁଣା ପୋଲ୍‌ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ନେଇ ଜାତୀୟ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ପିକେ କେବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ...

Advertisement
Archives

Model This Week