Posted inଜାତୀୟ

ପାକ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୫: ସାରା ବିଶ୍ୱ ଏବେ ଭୟଙ୍କର ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହା ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। ପାକ୍‌ ସୈନ୍ୟ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପଥ ସୁଗମ କରୁଛନ୍ତି। ପାକିସ୍ତାନ ଦ୍ୱାରା ତାଲିମପ୍ରାପ୍ତ ୧୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ବିଭିନ୍ନ ଲଞ୍ଚ୍‌ପ୍ୟାଡ୍‌ରେ ପ୍ରସ୍ତୁତ ହୋଇ ରହିଛନ୍ତି।
ଗତ ରବିବାର ହଣ୍ଡଓ୍ବାରାରେ ଆତଙ୍କବାଦୀମାନଙ୍କର ଏକ ରିସେପ୍ସନ ପାର୍ଟି ହେଉଥିବା ନେଇ ଗୋଇନ୍ଦା ସୂଚନା ମିଳିଥିଲା। ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ତାହା ଏନ୍‌କାଉଣ୍ଟରର ରୂପ ନେଇଥିଲା, ଯେଉଁଥିରେ ଭାରତୀୟ ସେନାର ୨ ଅଫିସରଙ୍କ ସମେତ ୪ ଯବାନ ଏବଂ ଜମ୍ମୁ-କଶ୍ମୀର ପୋଲିସ୍‌ର ଜଣେ ଅଫିସର ଶହୀଦ ହୋଇଥିଲେ। ଏହା ପରଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଯବାନ ପ୍ରାଣ ହରାଇଥିଲେ। ଭାରତରେ ଅନୁପ୍ରବେଶ ଲାଗି ସୀମା ସେପାଖେ ୧୫୦ରୁ ଊର୍ଦ୍ଧ୍ୱ ପାକିସ୍ତାନୀ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଥିବା ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲବାଗ୍‌ ସିଂ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତମାସ ୫ ତାରିଖରେ କୁପ୍‌ଓ୍ବାରାର କେରନ ସେକ୍ଟରରେ ସୁରକ୍ଷା ବଳ ସହ ଏନ୍‌କାଉଣ୍ଟରରେ ୫ ଦୁର୍ଦ୍ଧର୍ଷ ଆତଙ୍କବାଦୀ ନିହତ ହୋଇଥିଲେ। କେରନ ସମେତ ଏଲ୍‌ଓସି ଅନ୍ତର୍ଗତ ଅନ୍ୟ ଅଞ୍ଚଳ ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ ଲାଗି କ୍ରମାଗତ ଉଦ୍ୟମ ଜାରି ରଖିଥିବାବେଳେ ସୀମା ଉପରେ ସେନା କଡ଼ା ନଜର ରଖିଛି। ଏହା ସତ୍ତ୍ୱେ ମେ’ ପ୍ରଥମ ସପ୍ତାହରେ ୮ ଯବାନ ଶହୀଦ ହେବା ଘଟଣାରୁ କେତେକ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଆଶଙ୍କା କରାଯାଉଛି। ଏଥିସହିତ ଉତ୍ତର କଶ୍ମୀରରୁ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରରେ ପ୍ରବେଶ କରି ଏକ ନୂଆ ବାହିନୀ ଗଠନ କରୁଥିବା ସୂଚନା ମିଳିଛି। ତେଣୁ ସୁରକ୍ଷା ବଳକୁ ରଣନୀତି ବଦଳାଇବାକୁ ହେବ ବୋଲି କୁହାଯାଉଛି।
ଗ୍ରୀଷ୍ମଋତୁ ଆରମ୍ଭ ହେବା ସହିତ ପାକିସ୍ତାନ ଏଲ୍‌ଓସି ଅନ୍ତର୍ଗତ ପୁଞ୍ଚ୍‌, ଉରି, କେରନ ସେକ୍ଟର ଏବଂ ଅନ୍ତର୍ଜାତୀୟ ସୀମା (ଆଇବି) ଅନ୍ତର୍ଗତ ସାମ୍ବା ଓ କଠୁଆ ସେକ୍ଟର ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। କଶ୍ମୀରରେ କେତେ ବିଦେଶୀ ଆତଙ୍କବାଦୀ ଅଛନ୍ତି ତାହାର ସ୍ପଷ୍ଟ ସୂଚନା ନାହିଁ। ଉପତ୍ୟକାରେ ସେମାନେ ଆକ୍ରମଣ ପାଇଁ ଡ୍ରୋନ୍‌ ବ୍ୟବହାର କରିପାରନ୍ତି ବୋଲି ଏକ ଗୋଇନ୍ଦା ସୂଚନା ମିଳିଛି। ପିଓକେରେ ରମଜାନର ଦୁଇଦିନ ପୂର୍ବରୁ ଅନୁଷ୍ଠିତ ଏକ ବୈଠକରେ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଡ୍ରୋନ ବ୍ୟବହାର କରିବା ନେଇ ନିଷ୍ପତ୍ତି ହୋଇଥିଲା। ସେମାନଙ୍କ ପାଇଁ ଲଶ୍କର-ଇ-ତୋଇବା ଡ୍ରୋନ୍‌ ପ୍ରସ୍ତୁତ କରୁଥିବା ଜଣାପଡିଛି। ଏହି ଡ୍ରୋନ୍‌ ୫ କିଲୋଗ୍ରାମ୍‌ ଆଇଇଡି ନେଇ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ନେଇପାରିବ। ଡ୍ରୋନ୍‌ର ନିୟନ୍ତ୍ରକ ଏହାକୁ ତଳକୁ ଆଣି ବିସ୍ଫୋରଣ କରାଇପାରିବେ। ଆତଙ୍କବାଦୀମାନଙ୍କ ବୈଠକରେ ଜାକିଉର ରେହମନ, ହାମ୍‌ଜା ଆଦନାନ, ମୋସା ଭାଇ, ସୟେଦ ସଲାହୁଦ୍ଦିନ, ଖଲିଦ ସୈଫୁଲ୍ଲା ସାହିବ, ତାହିର ଐଜାଜ ସାହିବ, ନାଏବ ଅମିର ପ୍ରମୁଖ ଯୋଗ ଦେଇଥିଲେ।
ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଇତିମଧ୍ୟରେ ୯ ମାସ ହେଲାଣି। ଏକତରଫା ଭାବେ ଭାରତ ଜମ୍ମୁ-କଶ୍ମୀର ସମ୍ବିଧାନକୁ ବଦଳାଇପାରିବ ନାହିଁ ବୋଲି ପାକିସ୍ତାନ କହିଆସୁଛି। ଏଥିପାଇଁ ନୂଆଦିଲ୍ଲୀ ଉପରେ କୂଟନୈତିକ ଚାପ ପକାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ପାକ୍‌ ସରକାର, ସେନା ଓ ଆତଙ୍କବାଦୀ ସଂଗଠନ ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ଚଳିତ ଗ୍ରୀଷ୍ମଋତୁ କଶ୍ମୀରରେ ପାକିସ୍ତାନ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଥିବା କେନ୍ଦ୍ର ନିରାପତ୍ତା ପ୍ରତିଷ୍ଠାନର ଏକ ସୂତ୍ରରୁ ଜଣାପଡିଛି। କାରଣ ଭାରତରେ ଅନୁପ୍ରବେଶ ଲାଗି ଏହା ହେଉଛି ଆତଙ୍କବାଦୀଙ୍କ ପାଇଁ ପ୍ରକୃଷ୍ଟ ସମୟ। ସେମାନେ ଜମ୍ମୁ ଓ ପଞ୍ଜାବ ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ଦେଇ ଅନୁପ୍ରବେଶ କରିବାକୁ ଗତ କିଛିମାସ ହେଲା ଉଦ୍ୟମ ଚଳାଇଛନ୍ତି। ଏହାବ୍ୟତୀତ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ପ୍ରେରଣ ଲାଗି ଏଲ୍‌ଓସିକୁ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri