Posted inଖେଳ

ପାକିସ୍ତାନ ଯିବି ନାହିଁ: ମୁଶଫିକର

ଢାକା,୨୮।୨- ବାଂଲାଦେଶ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ପାକିସ୍ତାନ ଗସ୍ତ କରିବାକୁ ମନା କରି ଦେଇଛନ୍ତି। ବାଂଲାଦେଶ ଦଳ ପାକିସ୍ତାନ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଗୋଟିଏ ଦିନିକିଆ ମ୍ୟାଚ୍‌ ସହ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏଥି ଲାଗି ବାଂଲାଦେଶ କ୍ରିକେଟ ବୋର୍ଡ (ବସିବି) ଦଳର ସିନିୟର ଖେଳାଳିଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ କହିଥିଲା। ତାଙ୍କୁ ସାଥି ଖେଳାଳି ମେହମୁଲା ଓ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ପରାମର୍ଶ ଦେଇଥିଲେ। କିନ୍ତୁ ରହିମ ପାକିସ୍ତାନ ଗସ୍ତ କରିବେ ନାହିଁ ବୋଲି ରୋକଠକ ମନା କରି ଦେଇଛନ୍ତି। ପ୍ରଥମ ଦୁଇ ପର୍ଯ୍ୟାୟରେ ରହିମ ପାକିସ୍ତାନ ଗସ୍ତ କରି ନ ଥିଲେ। ଉକ୍ତ ଦୁଇ ପର୍ଯ୍ୟାୟରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଓ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ମୁଁ ପାକିସ୍ତାନ ଗସ୍ତ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ। ଆଉ ମୋ ନିଷ୍ପତ୍ତିକୁ ବିସିବି ଗ୍ରହଣ କରି ନେଇଛି। ମୋତେ ପିଏସ୍‌ଏଲରେ ଖେଳିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମୁଁ ମନା କରିଥିଲ। ବର୍ତ୍ତମାନ ପରିସ୍ଥିତି ଜାଣିବା ପରେ ମଧ୍ୟ ମୋ ନିଷ୍ପତ୍ତିରେ ପରିବର୍ତ୍ତନ କରିନାହିଁ। ଆଉ ଏହା ଭବିଷ୍ୟତରେ ମଧ୍ୟ ମୋ ନିଷ୍ପତ୍ତିରେ ଅଟଳ ରହିବି। ଯେଉଁମାନେ ଗସ୍ତ କରୁଛନ୍ତି, ସେମାନଙ୍କୁ ମୋର ଶୁଭକାମନା ବୋଲି ମୁଶଫିକର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତରିଗାଁ ପିଇଓଙ୍କୁ ନିଲମ୍ବନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି। ଏହି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୁଷୋତ୍ତମପୁର ବ୍ଲକ…

ବରଗଡ଼ରେ ଚାଞ୍ଚଲ୍ୟ, ଅଭାବରେ ପଡ଼ି ଶିଶୁକନ୍ୟାଙ୍କୁ ଅନ୍ୟ ହାତରେ ଟେକିଦେଲେ ଦମ୍ପତି

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଭାବ ଅନଟନରେ ପଡ଼ି ଏକ ନବଜାତ ଶିଶୁକନ୍ୟାକୁ ଅନ୍ୟ ଦମ୍ପତିଙ୍କ ହାତରେ ଟେକି ଦେବା ଭଳି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି…

କଲେଜ ଛାତ୍ରୀଙ୍କୁ ଅପହରଣ: ଥାନାରେ ମାମଲା

ହାଟଡ଼ିହୀ,୧l୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ରହୁଥିବା ଜଣେ ୧୭ ବର୍ଷିୟା କଲେଜ ଛାତ୍ରୀଙ୍କୁ ପନ୍ଦାଡୋ ଗ୍ରାମର ହରେକୃଷ୍ଣ ଦେବତାଙ୍କ ପୁଅ ଶିଶିର ଦେବତା(୩୫)…

ଡର? ସେଇଟା ପୁଣି କଣ… କୋଚ୍‌ ଗମ୍ଭୀର ଟିମ୍‌ ଇଣ୍ଡିଆର ବିଜୟକୁ କାହିଁକି କହିଲେ ବହୁତ ଖାସ୍‌…

ନୂଆଦିଲ୍ଲୀ,୧।୧୧: ସିରିଜ୍ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ବି ହେଉ, ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ ବକ୍ତବ୍ୟ ରଖିବାରେ କେବେ ହେଲେ…

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନର ପ୍ରସ୍ତୁତି ବୈଠକ, ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରି…

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶୁଚିସ୍ମିତା ବେହେରାଙ୍କ ଉପସ୍ଥିତିରେ ଏକ…

ରାସ୍ତା ନିର୍ମାଣ ଦାବିରେ ତେଜିଲା ଆନ୍ଦୋଳନ

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ଖୋଲଡି ଗାଁ ରାସ୍ତା ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟା ପାଣିରେ ସମ୍ପୂର୍ଣ ଧୋଇ ଯାଇଛି।…

ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣଙ୍କ ସ୍ମୃତିସଭା

ପାଟଣା,୧ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କଣ୍ଟିଆପଡ଼ା ପଞ୍ଚଚାୟତ ଭଗପଶି ଗ୍ରାମ ବାସଭବନରେ ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକଙ୍କ ଏକାଦଶ ଅବସରରେ ରବିବାର…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଯିବ ପାଣି: ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି କରି…

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାରଠାରୁ ପ୍ରବଳ ପବନ ଓ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?