Posted inଜାତୀୟ

ପାକିସ୍ତାନ ବିଛାଇଛି କୁହୁକ ଜାଲ

ନୂଆଦିଲ୍ଲୀ,୨୦-୯(ଆଇଏଏନ୍‌ଏସ୍‌):ପାକିସ୍ତାନର ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପକ୍ଷରୁ ଚାଲିଥିବା ଏକ ‘କଲ୍‌ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍‌ ସେଣ୍ଟରରୁ ଆଇଏସ୍‌ଆଇ ହନିଟ୍ରାପ୍‌ ବିଛାଇ ଭାରତୀୟ ଯବାନଙ୍କୁ ଫସାଉଥିଲା ବୋଲି ଜଣାପଡ଼ିଛି।
ରାଜଧାନୀ ଇସ୍‌ଲାମାବାଦଠାରୁ ୧୧୬ କି.ମି. ଦୂର ଝେଲମ ସହରରେ ରହିଛି କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ତଥାକଥିତ କଲ୍‌ ସେଣ୍ଟର। ସେଠାରୁ ଭାରତୀୟ ସେନା ଓ ସରକାରୀ ଅଧିକାରୀମାନଙ୍କୁ ଜାଲରେ ଛନ୍ଦି ସମ୍ବେଦନଶୀଳ ତଥା ଗୋପନୀୟ ତଥ୍ୟ ହାସଲ କରୁଛି। ଏଥିରେ ଆଇଏସ୍‌ଆଇକୁ ପାକିସ୍ତାନ ଟେଲିକମ୍ୟୁନିକେଶନ କମ୍ପାନୀ ଲିମିଟେଡ୍‌ (ପିଟିସିଏଲ୍‌) ପୂରା ସହଯୋଗ କରୁଛି। ସେଠାରେ ଭାରତୀୟ ସିମ୍‌କାର୍ଡଗୁଡ଼ିକୁ ବ୍ୟବହାର କରାଯାଉଛି, ଯାହାକି ପାକିସ୍ତାନରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ଭାରତୀୟ ଯାତ୍ରୀ ବିଶେଷକରି ମହିଳାଙ୍କଠାରୁ ସେଠାର କଷ୍ଟମ୍ସ ବିଭାଗ ଜବତ କରିଥାଏ। ଦିଲ୍ଲୀ ଓ ଅନ୍ୟ କେତେକ ରାଜ୍ୟର ପୋଲିସ ଏକ ଚାଞ୍ଚଲ୍ୟକର ହନିଟ୍ରାପ୍‌ ସ୍କାଣ୍ଡାଲ ନେଇ ଦେଶବ୍ୟାପୀ ତନାଘନା କରିବା ପରେ ୧୦୦ରୁ ଊର୍ଦ୍ଧ୍ୱ ଭାରତୀୟ ସିମ୍‌କାର୍ଡ ଠାବ କରିଛନ୍ତି। ସୀମାନ୍ତରେ ଅବସ୍ଥିତ କଲ୍‌ ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ପାକିସ୍ତାନୀ ମହିଳାମାନଙ୍କ ପରିଚୟ ଲୁଚାଇବା ପାଇଁ ଭାରତୀୟ ମହିଳା ଯାତ୍ରୀଙ୍କ ସିମ୍‌କାର୍ଡଗୁଡ଼ିକୁ ବ୍ୟବହାର କରାଯାଉଛି।
ଭାରତୀୟ ସିମ୍‌କାର୍ଡ ଓ ଫେସ୍‌ବୁକ୍‌ରେ ସଙ୍ଗୀତା ମିଶ୍ର, ଆୟେଶା ରୟ, ନୀତା ସିଂ ଭଳି ନାମରେ ଜାଲ ଆକାଉଣ୍ଟ ଖୋଲାଯାଇ ପାକିସ୍ତାନୀ ଯୁବତୀମାନଙ୍କୁ ନିୟୋଜିତ କରାଯାଇଛି। ସେଠାରେ କାର୍ଯ୍ୟରତ ଯୁବତୀମାନେ ଉତ୍ତର ଭାରତୀୟଙ୍କ ଭଳି ଅନର୍ଗଳ ହିନ୍ଦୀ କହିପାରୁଛନ୍ତି। ଆଇଏସ୍‌ଆଇ ହ୍ୟାଣ୍ଡଲର୍ସଙ୍କ ସହାୟତାରେ ସେହି ଯୁବତୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତୀୟ ଯବାନମାନଙ୍କୁ ସର୍ଚ୍ଚ କରୁଛନ୍ତି। ପରେ ସେମାନେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ଚାଟିଂ କରୁଛନ୍ତି। ଫେସ୍‌ବୁକ୍‌ରେ ଭିଡିଓ କଲ୍‌ କରି ତାକୁ ରେକର୍ଡ କରୁଛନ୍ତି। ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ସେମାନେ ହ୍ବାଟ୍ସଆପ୍‌ରେ ପ୍ରାଇଭେଟ ଚାଟିଂ ପାଇଁ ଯବାନମାନଙ୍କୁ ଅନୁରୋଧ କରୁଛନ୍ତି। ଏଥିଯୋଗୁ ଯବାନମାନେ ସେମାନଙ୍କୁ ଭାରତୀୟ ଯୁବତୀ ମନେକରି ସେମାନଙ୍କ ସହ ପ୍ରେମାଳାପ କରିବା ପରେ ଜାଲରେ ଫସିଯାଉଛନ୍ତି। ଦିଲ୍ଲୀର ଜଣେ ଯୁବତୀଙ୍କୁ ଦିଲ୍ଲୀ ପୋଲିସ ଜେରା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ୩୦ ବର୍ଷୀୟା ଯୁବତୀ ପ୍ରଘଟ କରିଛନ୍ତି ଯେ, ସେ ପାକିସ୍ତାନ ଯାଇଥିବାବେଳେ ସେଠାକାର କଷ୍ଟମ୍ସ ବିଭାଗ ଅଧିକାରୀମାନେ ତାଙ୍କ ସିମ୍‌କାର୍ଡ ଓ ଫୋନ୍‌କୁ ଜବତ କରିନେଇଥିଲେ। ସୁରକ୍ଷା କାରଣରୁ ପାକିସ୍ତାନ ମାଟିରେ କୌଣସି ଭାରତୀୟ ସିମ୍‌କାର୍ଡ କିମ୍ବା ମୋବାଇଲ ଫୋନ୍‌କୁ ଅନୁମତି ଦିଆଯିବ ନାହିଁ କହି ପାକିସ୍ତାନୀ କର୍ତ୍ତୃପକ୍ଷ ସେଗୁଡ଼ିକୁ ଭାରତୀୟ ଯାତ୍ରୀଙ୍କଠାରୁ ଜବତ କରିନେଉଥିବା ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି। ଭାରତୀୟ ସେନାର ଯବାନ ଓ ସରକାରୀ ଅଧିକାରୀମାନଙ୍କୁ ହନିଟ୍ରାପ୍‌ରେ ଫସାଇ ଦେଶର ଗୋପନୀୟ ତଥ୍ୟ ହାସଲ କରିବା ପାଇଁ ଆଇଏସ୍‌ଆଇ ଏଭଳି ଚକ୍ରବୂ୍ୟହ କରିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ…

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri