Posted inଖେଳ

ପାକିସ୍ତାନ କ୍ରିକେଟର୍‌ଙ୍କ ସହ ଡିନର୍‌ କଲେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର

ବ୍ରିସବେନ, ୨୫।୧୧- ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ ଦଳର କିଛି ଖେଳାଳି ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ସହ ମିଶି ଏକାଠି ଡିନର କରିଛନ୍ତି। ଯାହା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଏକ ଇନିଂସ ଓ ୫ ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ ଅବସରରେ ପାକିସ୍ତାନ ଦଳର ୩ କ୍ରିକେଟର୍‌ ଶାହୀନ ଆଫ୍ରିଦୀ, ୟାସିର ଶାହ ଓ ନସୀମ ଶାହ ରାତ୍ରି ଭୋଜନ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର ୩ ପାକିସ୍ତାନ କ୍ରିକେଟର୍‌ଙ୍କୁ ଏକ ଭାରତୀୟ ରେଷ୍ଟୁରାଣ୍ଟକୁ ନେଇଥିଲେ। ଏହାପରେ ସେହି ଟ୍ୟାାକ୍ସି ଡ୍ରାଇଭର ପାକିସ୍ତାନ ଖେଳାଳିଙ୍କ ନିକଟରୁ ଗାଡ଼ି ଭଡ଼ା ନେବାକୁ ମନା କରିଦେଇଥିଲେ। ଫଳରେ ପାକିସ୍ତାନ କ୍ରିକେଟର୍‌ମାନେ ରାତ୍ରିଭୋଜନ ପାଇଁ ସେହି ଟ୍ୟାକ୍ସି ଡ୍ରାଇଭରଙ୍କୁ ନିମନ୍ତ୍ରଣ କରିଥିଲେ ଓ ପରେ ଏକାଠି ଖାଇଥିଲେ। ଏହି ଘଟଣାକୁ ଏବିସି ରେଡିଓର ଉପସ୍ଥାପିକା ଆଲିସନ ମିଚେଲ ମ୍ୟାଚ୍‌ ସମୟରେ ସାଥୀ ଭାଷ୍ୟକାର ତଥା ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଜନସନଙ୍କ ସାମ୍ନାରେ ବଖାଣିଛନ୍ତି। ସଂଯୋଗକ୍ରମେ ସେହି ଭାରତୀୟ ଟ୍ୟାକ୍ସି ଡ୍ରାଇଭର ଆଲିସନଙ୍କୁ ଷ୍ଟାଡିୟମରେ ଛାଡ଼ିଥିଲେ। କାରରେ ଆସିବା ସମୟରେ ଡ୍ରାଇଭର ଜଣଙ୍କ ପାକିସ୍ତାନ ଖେଳାଳିଙ୍କ ସହ କିପରି ଏକାଠି ଡିନର କରିଥିଲା ତାହା ଆଲିସନଙ୍କୁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri