ପାକିସ୍ତାନର ଡିଜିଟାଲ ସେନସରଶିପ୍‌କୁ ବିରୋଧ: ଫେସବୁକ୍‌-ଗୁଗଲ-ଟୁଇଟର ଦେଶ ଛାଡ଼ିବାକୁ ଦେଲେ ଧମକ

ଇସଲାମାବାଦ୍‌,୨୯।୨: ପାକିସ୍ତାନର ଡିଜିଟାଲ ସେନସରଶିପ୍‌ ଆଇନକୁ ବିରୋଧ କରି ଫେସବୁକ୍‌, ଗୁଗଲ,ଟୁଇଟର ଆଦି ସୋସିଆଲ ମିଡ଼ିଆ ଦେଶ ଛାଡ଼ିବାକୁ ଦେଲେ ଧମକ ଦେଇଛନ୍ତି। ଏନେଇ ସୋସିଆଲ୍‌ ମିଡ଼ିଆ କମ୍ପାନୀଗୁଡ଼ିକର ଏସିଆ ଇଣ୍ଟରନେଟ୍‌ କୋଆଲେଶନ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଖକୁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ଚିଠି ମଧ୍ୟ ଲେଖିଛନ୍ତି। ଏଭଳି ସେନସରଶିପ୍‌ ଲାଗୁ ହେଲେ ପାକିସ୍ତାନରେ କାମ କରିବା ଅସମ୍ଭବ ହେବ ବୋଲି ସୋସିଆଲ୍‌ ମିଡ଼ିଆ କମ୍ପାନୀ ପକ୍ଷରୁ କୁହାଯାଇଛି। ଆତଙ୍କବାଦ, ହିଂସା,ଆପତ୍ତି ଜନକ କଣ୍ଟେଟ୍‌ ଆଦିକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ସେହିପରି ଆପାତ୍‌କାଳୀନ ସ୍ଥିତିରେ ଏହାକୁ ୬ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ଅପରପକ୍ଷରେ ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ସୋସିଆଲ୍‌ ମିଡ଼ିଆ କମ୍ପାନୀଗୁଡ଼ିକୁ ଜାତୀୟ ସଂଯୋଜକଙ୍କ ନିର୍ଦ୍ଦେଶ ମାନିବାକୁ ପଡ଼ିବ। ସବ୍‌କ୍ରାଇବ୍‌, ଟ୍ରାଫିକ୍‌, କଣ୍ଟେଟ୍‌ ଏବଂ ଅକାଉଣ୍ଟ୍‌ ସମ୍ପର୍କିତ ତଥ୍ୟ ଗୁପ୍ତଚର ଏଜେନ୍ସି ସହିତ ଦେବାକୁ ପଡ଼ିବ ବୋଲି ପାକିସ୍ତାନର ଡିଜିଟାଲ ସେନସରଶିପ୍‌ ଆଇନରେ କୁହାଯାଇଛି। ତେବେ ସୋସିଆଲ୍‌ ମିଡ଼ିଆ କମ୍ପାନୀଗୁଡ଼ିକ ଏହାର ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ଏହାଦ୍ୱାରା ପାକିସ୍ତାନ ୭ କୋଟିରୁ ଅଧିକ ଇଣ୍ଟରନେଟ୍‌ ତଥା ସୋସିଆଲ ମିଡ଼ିଆ ୟୁଜର ପ୍ରଭାବିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନେହେରୁ, ମାଉଣ୍ଟବେଟେନ୍‌ଙ୍କ ଡାଏରୀ ପ୍ରକାଶନ ଉପରେ ରୋକ

ଲଣ୍ଡନ, ୧।୫: ଭାରତର ଶେଷ ଭାଇସ୍‌ରଏ ଲର୍ଡ ମାଉଣ୍ଟବ୍ୟାଟେନ, ସ୍ତ୍ରୀ ଏଡ୍‌ଓ୍ବିନା ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ଡାଏରୀ ଓ ଚିଠିକୁ ସର୍ବସାଧାରଣରେ...

ଫଟୋଶୁଟ୍‌ ପାଇଁ ଏକାଠି ହେଲେ ଗୋଟିଏ ଓ୍ବାର୍ଡରେ ୧୯ସନ୍ତାନ ଜନ୍ମ ଦେଇଥିବା ୧୯ ନର୍ସ

ଓ୍ବାଶିଂଟନ,୩୧।୧: କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଆମେରିକାର ଏକ ଘରୋଇ ହସ୍ପିଟାଲର ଗୋଟିଏ ୟୁନିଟରେ କାମ କରୁଥିବା ୧୯ ଜଣ ନର୍ସ ପାଖାପାଖି ମାସରେ ଗର୍ଭବତୀ...

ବାଇଡେନ, ହାରିସଙ୍କ ହେବ କରୋନା ଟେଷ୍ଟ

ଓ୍ବାଶିଂଟନ୍‌,୨୫।୮: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି...

ତୁର୍କି ଜଙ୍ଗଲରେ ନିଆଁ: ୩ ମୃତ ୫୮ ଆହତ

ଅଙ୍କାରା,୩୧ ।୭: ଦକ୍ଷିଣ ତୁର୍କିର ଜଙ୍ଗଲରେ ନିଆଁ ଲାଗିବା ଫଳରେ ୩ ଜଣଙ୍କ ମଅତ୍ୟୁ ହେବା ସହ ଅତିକମରେ ୫୮ ଜଣ ଆହତ ହୋଇଥିବା ସୂଚନା...

ପୁଟିନ୍‌ଙ୍କ ହାତରେ ପୁଣି ନ୍ୟୁକ୍ଲିୟର ବ୍ରିଫ୍‌କେସ୍‌, ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା ନେଇ ଚର୍ଚ୍ଚା !…

ମସ୍କୋ, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୮ ଦିନ ବିତିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ରୁଷିଆର ସେନା ପଛଘୁଞ୍ଚା...

ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ...

ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ

ଓ୍ବାଶିଂଟନ,୨୧ା୪: ଆମେରିକାର ବିଶିଷ୍ଟ ବ୍ୟବସାୟୀ ଓ୍ବିଲିୟମ୍‌ ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ ହୋଇଛି। ଭାରତରେ ଭାକ୍‌ସିନ ବେପାର କରିବା ପାଇଁ ଗେଟ୍ସଙ୍କୁ କିପରି ନିଶା...

୩୬ ବର୍ଷ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି ଏହି ବ୍ୟକ୍ତି

ବିଶିଷ୍ଟ ଐତିହାସିକ ଏବଂ ଆମେରିକାନ ୟୁନିଭରସିଟିର ପ୍ରଫେସର ଆଲନ ଲିଚମ୍ୟାନ୍‌ ୩୬ ବର୍ଷ ହେବ ଆମେରିକା ରାଷ୍ଟପ୍ରତି ନିର୍ବାଚନକୁ ନେଇ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି। ୨୦୧୬ରେ...

Advertisement
Archives

Model This Week