Posted inଜାତୀୟ

ପାକିସ୍ତାନରୁ ଆସିଥିଲା ଜର୍ଜିଆ ବିମାନ: ଗୋଡ଼ାଇ ଧରିଲା ସୁଖୋଇ

ନୂଆଦିଲ୍ଲୀ/ଜୟପୁର,୧୧ା୫(ପି.ଟି.): ବାୟୁସୀମା ଲଙ୍ଘି ପାକିସ୍ତାନରୁ ଭାରତ ପଟକୁ ଚାଲିଆସିଥିବା ଜର୍ଜିଆର ଏକ ବିମାନକୁ ଶୁକ୍ରବାର ଭାରତୀୟ ବାୟୁସେନା (ଆଇଏଏଫ୍‌)ର ସୁଖୋଇ ଯୁଦ୍ଧବିମାନ ଗୋଡ଼େଇ ଧରିଛି। ରାଜସ୍ଥାନର ଜୟପୁର ବିମାନବନ୍ଦରରେ ଏହାର ଜବରଦସ୍ତ ଅବତରଣ କରାଯାଇଛି।
ଆଇଏଏଫ୍‌ ପକ୍ଷରୁ ମିଳିଥିବା ସୂଚନାନୁସାରେ ଜର୍ଜିଆ ରାଜଧାନୀ ତିବିଲିସିରୁ ପାକିସ୍ତାନର କରାଚୀ ଦେଇ ଦିଲ୍ଲୀକୁ ଯାଉଥିବା ମାଲବାହୀ ବିମାନ ଏଏନ୍‌-୧୨ ଶୁକ୍ରବାର ଅପରାହ୍ନ ୩ଟା ୧୫ରେ ଭାରତୀୟ ବାୟୁସୀମା ଅତିକ୍ରମ କରିଥିଲା। ବିନା ଅନୁମତିରେ ବିମାନ ଭାରତୀୟ ସୀମାକୁ ଆସିଥିବା ଜଣାପଡ଼ିବା ପରେ ଆଇଏଏଫ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏହି ବିମାନ ଏୟାର ଟ୍ରାଫିକ୍‌ ସର୍ଭିସ୍‌ (ଏଟିଏସ୍‌)ର ମାର୍ଗ ଅନୁସରଣ ନ କରି ଏକ ଅନିର୍ଦ୍ଧାରିତ ସ୍ଥାନରୁ ପଥଭ୍ରଷ୍ଟ ହୋଇ ବିମାନ ଉତ୍ତର ଗୁଜରାଟ ସେକ୍ଟର ପଟକୁ ଚାଲିଆସିଥିଲା। ଏହାକୁ ଆୟତ୍ତ କରିବା ପାଇଁ ଦୁଇଟି ସୁଖୋଇ-୩୦ ଗୋଡ଼ାଇଥିଲେ। ଫଳରେ ବାଧ୍ୟହୋଇ ଏହା ଜୟପୁରରେ ଅବତରଣ କରିଥିଲା। ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯିବା ପରେ ଦୁଇଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ଦୃଷ୍ଟିରୁ ଏହାକୁ କାବୁ କରାଯାଇଥିଲା। ବିମାନରୁ କିଛି ସନ୍ଦେହଜନକ ସାମଗ୍ରୀ ମିଳି ନ ଥିବାବେଳେ ଏହାର ୮ କର୍ମଚାରୀଙ୍କୁ ପଚରାଉଚରା ପରେ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିବା ଜୟପୁର ଅତିରିକ୍ତ ପୋଲିସ କମିଶନର ଲକ୍ଷ୍ମଣ ଗଉର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ହର୍ମୁଜ ସଙ୍କଟ ମଧ୍ୟରେ ୪ ଇରାନୀ ଟ୍ୟାଙ୍କରକୁ ଭାରତରେ ପ୍ରବେଶ ଅନୁମତି, ସିକ୍କା ବନ୍ଦରରେ…

ନୂଆଦିଲ୍ଲୀ,୧୧ା୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଇରାନୀ ତୈଳ ନେଇଯାଉଥିବା ୪ଟି ଆମେରିକା ଦ୍ୱାରା ଅନୁମୋଦିତ ଟ୍ୟାଙ୍କରକୁ ଗୁଜରାଟର ସିକ୍କା ବନ୍ଦରରେ ଡକିଂ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri