ପାଇନାନ୍ସ କର୍ମଚାରୀ କହି ଲୁଟୁଥିଲେ ଟଙ୍କା: ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇଲେ ଯୁବକ

ବଇଣ୍ଡା,୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ହଣ୍ଡପା ଥାନା ଗରୁଡ଼ ଗ୍ରାମରେ ଜଣେ ଅଟୋ ମାଲିକଙ୍କଠାରୁ ବଇଣ୍ଡା ଅଞ୍ଚଳର ୨ଜଣ ଯୁବକ ଟଙ୍କା ଲୁଟୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ଜଣେ ଯୁବକ ମାଡ଼ଖାଇଛନ୍ତି। ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି। ଘଟଣାରୁ ଜଣାପଡ଼ିଛି, ବଇଣ୍ଡା ଅଞ୍ଚଳର ୪ ଜଣ ଯୁବକ ୨ଟି ବାଇକ ଯୋଗେ ୪ ମାସ ହେବ ବିଭିନ୍ନ ଗ୍ରାମକୁ ଯାଇ ଫାଇନାନ୍ସ ଜରିଆରେ କିଣିଥିବା ଅଟୋ ମାଲିକଙ୍କୁ ଫାଇନାନ୍ସ କର୍ମଚାରୀ ବୋଲି କହି ଜୋରଜବରଦସ୍ତ ଟଙ୍କା ମାଗୁଛନ୍ତି। ଯିଏ ଟଙ୍କା ନ ଦିଅନ୍ତି ତାଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଛଡ଼ାଇ ଆଣିବାସହ ଗାଡ଼ି ଚାବି ନେଇ ଆସୁଛନ୍ତି। ସୋମବାର ଗରୁଡ଼ ଗ୍ରାମର ଜଣେ ଅଟୋ ମାଲିକ ତାଙ୍କ ଅଟୋରେ ହଣ୍ଡପାରୁ ଗରୁଡ଼ ଅଭିମୁଖେ ଯାଉଥିବାବେଳେ ବଇଣ୍ଡା ଗ୍ରାମର ଉକ୍ତ ଯୁବକ ଓ ତାଙ୍କର ଜଣେ ସହଯୋଗୀ ବାଇକ ଯୋଗେ ଉକ୍ତ ଅଟୋକୁ ପିଛା କରିଥିଲେ। ଗରୁଡ଼ ଗ୍ରାମରେ ଅଟୋକୁ ଅଟକାଇ ଅଟୋ ମାଲିକଙ୍କୁ ମାସିକିଆ କିସ୍ତି ଟଙ୍କା ମାଗିଥିଲେ। ହେଲେ ଅଟୋ ମାଲିକ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି ବୋଲି କହିବାପରେ ଉକ୍ତ ଯୁବକ ଦ୍ୱୟ ତାଙ୍କ ଗାଡ଼ିରୁ ଚାବି ଛଡ଼ାଇ ନେଇଥିଲେ। ପରେ ଅଟୋ ମାଲିକ ଉକ୍ତ ଯୁବକଙ୍କୁ ୫୫୦ ଟଙ୍କା ଦେବା ପରେ ଉଭୟ ଚାବି ଫେରାଇ ଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡି ହେବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଜଣେ ଯୁବକଙ୍କୁ କାବୁ କରି ଗ୍ରାମମଣ୍ଡପକୁ ନେଇଥିଲେ। ସେଠାରେ ସମ୍ପୃକ୍ତ ଯୁବକ ଜଣକ ଫାଇନାନ୍ସ କର୍ମଚାରୀ ପରିଚୟ ଓ ରସିଦ୍‌ ଦେଇ ନ ପାରିବାରୁ ଗ୍ରାମବାସୀ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏଥିସହ ସେ ପୂର୍ବରୁ ଉକ୍ତ ଅଟୋ ମାଲିକଙ୍କ ପତ୍ନୀଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ସ୍ବୀକାର କରିବାସହ ଭୁଲ ମାଗିବାପରେ ଗ୍ରାମବାସୀ ତାଙ୍କୁ ଛାଡ଼ି ଦେଇଥିଲେ। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ଲବ ବୋଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri