ପାଇଖାନା ନିର୍ମାଣରେ ଦୁର୍ନୀତି: ବାହ୍ୟ ମଳମୁକ୍ତ ଘୋଷଣା କେତେ ସତ କେତେ ମିଛ

କଟକ ଅଫିସ,୬।୧: ୨୦୧୯ ଅଗଷ୍ଟ ୧୫ରେ କଟକ ଜିଲାକୁ ବାହ୍ୟ ମଳମୁକ୍ତ ଜିଲା ଭାବେ ଘୋଷଣା କରାଯାଇଥିଲା। ଅର୍ଥାତ୍‌ ପ୍ରତ୍ୟେକ ପରିବାରକୁ ସରକାର ସ୍ବଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ଯୋଗାଇ ଦେଇଥିଲେ। ମାତ୍ର ଏହି ଘୋଷଣା ସମ୍ପୂର୍ଣ୍ଣ ଧୂଅଁାବାଣ ବୋଲି ଏବେ ପ୍ରମାଣିତ ହୋଇଛି। ପାଇଖାନାକୁ ନେଇ ଜିଲାର ବିଭିନ୍ନ ବ୍ଲକରେ ବଡ଼ଧରଣର ଦୁର୍ନୀତି ହୋଇଥିବାର ପ୍ରମାଣ ହସ୍ତଗତ ହେବାରେ ଲାଗିଛି। କେଉଁଠି ଲୋକଙ୍କ ଘରେ ପାଇଖାନା ନାହିଁ, କିନ୍ତୁ ସରକାରୀ ଖାତାରେ ପାଇଖାନା ନିର୍ମାଣ ଦର୍ଶାଯାଇଛି ତ କେଉଁଠି ଠାକୁରଙ୍କ ନଁାରେ ପାଇଖାନା ବାବଦ ଅର୍ଥ ଆତ୍ମସାତ୍‌ କରାଯାଇଛି। ସେହିପରି ବହୁ ହିତାଧିକାରୀ ପାଇଖାନା ନିର୍ମାଣ କରି ବସିଥିଲେ ମଧ୍ୟ ସେମାନଙ୍କୁ ପାଇଖାନା ବାବଦ ଅର୍ଥ ମିଳି ନ ଥିବା ଭଳି ଅଭିଯୋଗ ଜିଲାପାଳଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ହେବାରେ ଲାଗିଛି। ବିଶେଷ କରି ଏଭଳି ଦୁର୍ନୀତିର ପ୍ରମାଣ ମାହାଙ୍ଗା ବ୍ଲକରୁ ମିଳିଛି।
ମାହାଙ୍ଗା ବ୍ଲକର ଉଷୁମା ପଞ୍ଚାୟତରେ ସୁକାନ୍ତ ଜେନା, ଭରତ ଜେନା, ବାସନ୍ତି ସେଠୀ, ପ୍ରମୋଦିନୀ ବଳ, ବିଦୁଲତା ବଳ, ସୀତା ସେଠୀ, ରବୀନ୍ଦ୍ର ଦାସ, ରାମଚନ୍ଦ୍ର ଦାସ ପ୍ରମୁଖ ହିତାଧିକାରୀ ଜିଲାପାଳଙ୍କ ନିକଟରେ ପାଇଖାନା ଦୁର୍ନୀତି ସମ୍ପର୍କରେ ଲିଖିତ ତଥ୍ୟ ପ୍ରମାଣ ସମ୍ବଳିତ ଅଭିଯୋଗ ଦାଖଲ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ, ପାଇଖାନା ବିଲ୍‌କୁ ସେମାନଙ୍କ ଅଗୋଚରରେ ଅନ୍ୟ କିଏ ଉଠାଇ ନେଇଛନ୍ତି। ଆଉ କେତେଜଣଙ୍କ ଗୃହ କାର୍ଯ୍ୟ ଅଧାପନ୍ତରିଆ ହୋଇଥିଲେ ମଧ୍ୟ ସେମାନଙ୍କ ବିଲ୍‌କୁ ଅନ୍ୟମାନେ ଉଠାଣ କରିଛନ୍ତି। ଏପରିକି ମୃତ ଲୋକଙ୍କ ନଁାରେ ପାଇଖାନା ବିଲ୍‌ ଆତ୍ମସାତ୍‌ କରାଯାଇଛି। ଉଷୁମା ଗ୍ରାମର ପ୍ରମୋଦିନୀ ବଳ ନାମ୍ନୀ ଜଣେ ହିତାଧିକାରୀଙ୍କ ଅଭିଯୋଗ ହେଉଛି ଯେ ସେ ତାଙ୍କ ଘରେ ପାଇଖାନା ନିର୍ମାଣ କରି ନ ଥିଲେ। ମାତ୍ର ପଞ୍ଚାୟତର କେତେଜଣ ଜଣାଶୁଣା ଲୋକ ତାଙ୍କ ସ୍ବାମୀ ଯଚୀନ୍ଦ୍ରଙ୍କୁ ଆସି କହିଥିଲେ ଯେ, ତୁମ ପାଇଖାନା ବିଲ୍‌ ହୋଇଯାଇଛି। ଉକ୍ତ ବିଲ୍‌ ଏକ ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ଅଛି। ଯଚୀନ୍ଦ୍ର ତୁରନ୍ତ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଯୋଗାଯୋଗ କରିବାରୁ ତାଙ୍କ ପାଇଖାନା ଅର୍ଥ ଠାକୁରଙ୍କ କାମରେ (ଏକ ଠାକୁରଙ୍କ ନାମରେ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଛି) ଲାଗିଥିବା ଉତ୍ତର ମିଳିଥିଲା। ଏହାକୁ ନେଇ ଯଚୀନ୍ଦ୍ର ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଜିଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ସାମଲଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ବ୍ଲକଗୁଡ଼ିକୁ ଏହି ଦାୟିତ୍ୱ ଦିଆଯାଇଥିଲା। ମାତ୍ର ସେଥିରେ କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେବା ପରେ ଏବେ ଦୁଇଥର ସର୍ଭେ କରାଗଲାଣି। ପ୍ରଥମ (ଲେପ୍ଟ ଆଉଟ ବେନିଫିସିଆରି) ସର୍ଭେରେ ଜିଲାରେ ୧୨ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଖାନା ନ ଥିବା ଜଣାପଡ଼ିଥିଲା। ଏହି ୧୨ହଜାର ହିତାଧିକାରୀଙ୍କୁ ଠାବ କରାଯିବା ପରେ ପୁନର୍ବାର ଆଉ ଥରେ (ନ୍ୟୁ ଲେପ୍ଟଆଉଟ ବେନିଫିସିଆରି ସର୍ଭେ) କରାଯାଇଥିଲା। ସେଥିରେ ପାଖାପାଖି ୧୩ହଜାର ହିତାଧିକାରୀଙ୍କ ପାଇଖାନା ନ ଥିବା ଧରାପଡ଼ିଥିଲା। ଅର୍ଥାତ୍‌ ଜିଲାକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯିବା ପରେ ୨୫ହଜାରରୁ ଅଧିକ ହିତାଧିକାରୀଙ୍କ ପାଇଖାନା ନ ଥିବା ଧରାପଡ଼ିଲାଣି। ଏହା ପରେ ପୁନର୍ବାର ସର୍ଭେ କରାଗଲେ ଆଉ ହିତାଧିକାରୀ ବାହାରିବେ କି ବୋଲି ପ୍ରଶ୍ନରେ ନିର୍ବାହୀ ଯନ୍ତ୍ରୀ ସାମଲ କୁହନ୍ତି, ବାହାରି ପାରନ୍ତି।
ମାହାଙ୍ଗା ଅଞ୍ଚଳର ସାମାଜିକ କର୍ମୀ ସନ୍ତୋଷ କୁମାର ସାହୁଙ୍କ କହିବା କଥା ହେଉଛି, କେବଳ କାନ୍ଥ ଉଠାଇ ଉପରେ ଆଜ୍‌ବେଷ୍ଟସ ଖଣ୍ଡେ ପକାଇଦେଇ ତାହାକୁ ପାଇଖାନାର ନଁା ଦିଆଯାଇଛି। କିନ୍ତୁ ପାଇଖାନା ଭିତରେ କେବଳ ଜାଳକୁଟା ହିଁ ରହୁଛି। ଅନ୍ୟପକ୍ଷରେ ଜଣେ ହିତାଧିକାରୀଙ୍କ ପାଇଖାନାର ଫଟୋକୁ ଆଧାର କରି ୩ ଜଣ ହିତାଧିକାରୀ ବିଲ୍‌ ନେଇଥିବା ଭଳି ଘଟଣା ଘଟିଛି। ସୂଚନାଥାଉକି, ଗତ ଅକ୍ଟୋବର ୨୮ରେ ଜିଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଇଖାନାକୁ ନେଇ ହୋଇଥିବା ସର୍ଭେରେ ଦର୍ଶାଯାଇଛି ଯେ, ଜିଲାର ୪,୧୧,୯୭୦ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି। ମାତ୍ର ବାସ୍ତବ ସ୍ଥିତି ଏଭଳି ରହିଛି। କେବଳ ମାହାଙ୍ଗା ନୁହେଁ, ଜିଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ଘଟିଥିବା ଅଭିଯୋଗମାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri