ପାଇଖାନା ନିର୍ମାଣରେ ଦୁର୍ନୀତି: ବାହ୍ୟ ମଳମୁକ୍ତ ଘୋଷଣା କେତେ ସତ କେତେ ମିଛ

କଟକ ଅଫିସ,୬।୧: ୨୦୧୯ ଅଗଷ୍ଟ ୧୫ରେ କଟକ ଜିଲାକୁ ବାହ୍ୟ ମଳମୁକ୍ତ ଜିଲା ଭାବେ ଘୋଷଣା କରାଯାଇଥିଲା। ଅର୍ଥାତ୍‌ ପ୍ରତ୍ୟେକ ପରିବାରକୁ ସରକାର ସ୍ବଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ଯୋଗାଇ ଦେଇଥିଲେ। ମାତ୍ର ଏହି ଘୋଷଣା ସମ୍ପୂର୍ଣ୍ଣ ଧୂଅଁାବାଣ ବୋଲି ଏବେ ପ୍ରମାଣିତ ହୋଇଛି। ପାଇଖାନାକୁ ନେଇ ଜିଲାର ବିଭିନ୍ନ ବ୍ଲକରେ ବଡ଼ଧରଣର ଦୁର୍ନୀତି ହୋଇଥିବାର ପ୍ରମାଣ ହସ୍ତଗତ ହେବାରେ ଲାଗିଛି। କେଉଁଠି ଲୋକଙ୍କ ଘରେ ପାଇଖାନା ନାହିଁ, କିନ୍ତୁ ସରକାରୀ ଖାତାରେ ପାଇଖାନା ନିର୍ମାଣ ଦର୍ଶାଯାଇଛି ତ କେଉଁଠି ଠାକୁରଙ୍କ ନଁାରେ ପାଇଖାନା ବାବଦ ଅର୍ଥ ଆତ୍ମସାତ୍‌ କରାଯାଇଛି। ସେହିପରି ବହୁ ହିତାଧିକାରୀ ପାଇଖାନା ନିର୍ମାଣ କରି ବସିଥିଲେ ମଧ୍ୟ ସେମାନଙ୍କୁ ପାଇଖାନା ବାବଦ ଅର୍ଥ ମିଳି ନ ଥିବା ଭଳି ଅଭିଯୋଗ ଜିଲାପାଳଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ହେବାରେ ଲାଗିଛି। ବିଶେଷ କରି ଏଭଳି ଦୁର୍ନୀତିର ପ୍ରମାଣ ମାହାଙ୍ଗା ବ୍ଲକରୁ ମିଳିଛି।
ମାହାଙ୍ଗା ବ୍ଲକର ଉଷୁମା ପଞ୍ଚାୟତରେ ସୁକାନ୍ତ ଜେନା, ଭରତ ଜେନା, ବାସନ୍ତି ସେଠୀ, ପ୍ରମୋଦିନୀ ବଳ, ବିଦୁଲତା ବଳ, ସୀତା ସେଠୀ, ରବୀନ୍ଦ୍ର ଦାସ, ରାମଚନ୍ଦ୍ର ଦାସ ପ୍ରମୁଖ ହିତାଧିକାରୀ ଜିଲାପାଳଙ୍କ ନିକଟରେ ପାଇଖାନା ଦୁର୍ନୀତି ସମ୍ପର୍କରେ ଲିଖିତ ତଥ୍ୟ ପ୍ରମାଣ ସମ୍ବଳିତ ଅଭିଯୋଗ ଦାଖଲ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ, ପାଇଖାନା ବିଲ୍‌କୁ ସେମାନଙ୍କ ଅଗୋଚରରେ ଅନ୍ୟ କିଏ ଉଠାଇ ନେଇଛନ୍ତି। ଆଉ କେତେଜଣଙ୍କ ଗୃହ କାର୍ଯ୍ୟ ଅଧାପନ୍ତରିଆ ହୋଇଥିଲେ ମଧ୍ୟ ସେମାନଙ୍କ ବିଲ୍‌କୁ ଅନ୍ୟମାନେ ଉଠାଣ କରିଛନ୍ତି। ଏପରିକି ମୃତ ଲୋକଙ୍କ ନଁାରେ ପାଇଖାନା ବିଲ୍‌ ଆତ୍ମସାତ୍‌ କରାଯାଇଛି। ଉଷୁମା ଗ୍ରାମର ପ୍ରମୋଦିନୀ ବଳ ନାମ୍ନୀ ଜଣେ ହିତାଧିକାରୀଙ୍କ ଅଭିଯୋଗ ହେଉଛି ଯେ ସେ ତାଙ୍କ ଘରେ ପାଇଖାନା ନିର୍ମାଣ କରି ନ ଥିଲେ। ମାତ୍ର ପଞ୍ଚାୟତର କେତେଜଣ ଜଣାଶୁଣା ଲୋକ ତାଙ୍କ ସ୍ବାମୀ ଯଚୀନ୍ଦ୍ରଙ୍କୁ ଆସି କହିଥିଲେ ଯେ, ତୁମ ପାଇଖାନା ବିଲ୍‌ ହୋଇଯାଇଛି। ଉକ୍ତ ବିଲ୍‌ ଏକ ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ଅଛି। ଯଚୀନ୍ଦ୍ର ତୁରନ୍ତ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଯୋଗାଯୋଗ କରିବାରୁ ତାଙ୍କ ପାଇଖାନା ଅର୍ଥ ଠାକୁରଙ୍କ କାମରେ (ଏକ ଠାକୁରଙ୍କ ନାମରେ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଛି) ଲାଗିଥିବା ଉତ୍ତର ମିଳିଥିଲା। ଏହାକୁ ନେଇ ଯଚୀନ୍ଦ୍ର ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଜିଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ସାମଲଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ବ୍ଲକଗୁଡ଼ିକୁ ଏହି ଦାୟିତ୍ୱ ଦିଆଯାଇଥିଲା। ମାତ୍ର ସେଥିରେ କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେବା ପରେ ଏବେ ଦୁଇଥର ସର୍ଭେ କରାଗଲାଣି। ପ୍ରଥମ (ଲେପ୍ଟ ଆଉଟ ବେନିଫିସିଆରି) ସର୍ଭେରେ ଜିଲାରେ ୧୨ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଖାନା ନ ଥିବା ଜଣାପଡ଼ିଥିଲା। ଏହି ୧୨ହଜାର ହିତାଧିକାରୀଙ୍କୁ ଠାବ କରାଯିବା ପରେ ପୁନର୍ବାର ଆଉ ଥରେ (ନ୍ୟୁ ଲେପ୍ଟଆଉଟ ବେନିଫିସିଆରି ସର୍ଭେ) କରାଯାଇଥିଲା। ସେଥିରେ ପାଖାପାଖି ୧୩ହଜାର ହିତାଧିକାରୀଙ୍କ ପାଇଖାନା ନ ଥିବା ଧରାପଡ଼ିଥିଲା। ଅର୍ଥାତ୍‌ ଜିଲାକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯିବା ପରେ ୨୫ହଜାରରୁ ଅଧିକ ହିତାଧିକାରୀଙ୍କ ପାଇଖାନା ନ ଥିବା ଧରାପଡ଼ିଲାଣି। ଏହା ପରେ ପୁନର୍ବାର ସର୍ଭେ କରାଗଲେ ଆଉ ହିତାଧିକାରୀ ବାହାରିବେ କି ବୋଲି ପ୍ରଶ୍ନରେ ନିର୍ବାହୀ ଯନ୍ତ୍ରୀ ସାମଲ କୁହନ୍ତି, ବାହାରି ପାରନ୍ତି।
ମାହାଙ୍ଗା ଅଞ୍ଚଳର ସାମାଜିକ କର୍ମୀ ସନ୍ତୋଷ କୁମାର ସାହୁଙ୍କ କହିବା କଥା ହେଉଛି, କେବଳ କାନ୍ଥ ଉଠାଇ ଉପରେ ଆଜ୍‌ବେଷ୍ଟସ ଖଣ୍ଡେ ପକାଇଦେଇ ତାହାକୁ ପାଇଖାନାର ନଁା ଦିଆଯାଇଛି। କିନ୍ତୁ ପାଇଖାନା ଭିତରେ କେବଳ ଜାଳକୁଟା ହିଁ ରହୁଛି। ଅନ୍ୟପକ୍ଷରେ ଜଣେ ହିତାଧିକାରୀଙ୍କ ପାଇଖାନାର ଫଟୋକୁ ଆଧାର କରି ୩ ଜଣ ହିତାଧିକାରୀ ବିଲ୍‌ ନେଇଥିବା ଭଳି ଘଟଣା ଘଟିଛି। ସୂଚନାଥାଉକି, ଗତ ଅକ୍ଟୋବର ୨୮ରେ ଜିଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଇଖାନାକୁ ନେଇ ହୋଇଥିବା ସର୍ଭେରେ ଦର୍ଶାଯାଇଛି ଯେ, ଜିଲାର ୪,୧୧,୯୭୦ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି। ମାତ୍ର ବାସ୍ତବ ସ୍ଥିତି ଏଭଳି ରହିଛି। କେବଳ ମାହାଙ୍ଗା ନୁହେଁ, ଜିଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ଘଟିଥିବା ଅଭିଯୋଗମାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri